Pratidin TV

Odisha's Digital News Platform

ଆପଣଙ୍କର ଥାଇରଏଡ ଅଛି କି, ତେବେ ଏହିସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ..

1 min read

ଶୀତ ଦିନ ଆରମ୍ଭ ହୋଇ ଯାଇଛି । ଆଉ ଏହି ସମୟରେ ଥାଇରଏଡ ହେବାର ଚାନ୍ସ ଅଧିକ ରହିଛି । ଏହା ଏକ ଗ୍ରନ୍ଥି ଜନିତ ସମସ୍ୟା ଅଟେ । ଏହି ରୋଗ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଅଧିକ ଦେଖାଯାଏ । ରିପୋର୍ଟ ମୁତାବକ,ଭାରତରେ ପ୍ରତି ୮ ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କର ଥାଇରଏଡ୍ ସମସ୍ୟା ଦେଖା ଦେଇଥାଏ । ଦେଶରେ ୪.୨ କୋଟିରୁ ଅଧିକ ଲୋକ ଏହି ରୋଗରେ ପୀଡିତ ଅଛନ୍ତି । ତେଣୁ ଏହି ରୋଗକୁ ମାତ୍ ଦେବାକୁ ହେଲେ ଆପଣଙ୍କୁ କେତେକ ଖାଦ୍ୟଠାରୁ ଦୂରେଇ ରହିବାକୁ ପଡିବ । ବିଭିନ୍ନ ଖାଦ୍ୟ ଅଛି, ଯାହାକୁ ଖାଇବା ଫଳରେ ଥାଇରଏଡ୍ ରୋଗୀଙ୍କ ସ୍ୱାସ୍ଥ୍ୟ ବିଗିଡି ଯିବାର ସମ୍ଭାବନା ଥାଏ । ଖାଇବା ପୂର୍ବରୁ ଜାଣନ୍ତୁ କେଉଁ ସବୁ ଖାଦ୍ୟ ଥାଇରଏଡ ରୋଗୀଙ୍କପାଇଁ ବିପଦ ଅଟେ ।

ସୋୟା :
ସୋୟା ଏପରି ଏକ ଖାଦ୍ୟ, ଯାହାକୁ ଥାଇରଏଡ୍ ରୋଗୀମାନେ କଥାପି ଖାଇବା ଉଚିତ୍ ନୁହେଁ । କାରଣ ସୋୟାରେ ଗାଇଟ୍ରୋଜେନ ନାମକ ଏକ ଉପାଦାନ ଥାଏ, ଯାହା ଥାଇରଏଡ ଗ୍ରନ୍ଥିକୁ କ୍ଷତି ପହଞ୍ଚାଏ ।
କୋବି ଏବଂ ଅନ୍ୟାନ୍ୟ କାବେଜ୍ ପନିପରିବା :
କୋବି, ଫୁଲକୋବି, ବ୍ରୋକୋଲି ପରି ପନିପରିବା, ଯାହାକୁ ବ୍ରେସିକା ଭେଜିଜ କୁହାଯାଏ, ସେସବୁକୁ ଥାଇରଏଡ୍ ରୋଗୀ ଆଦୌ ଖାଇବା ଉଚିତ୍ ନୁହେଁ । ଏହି ପନିପରିବାରେ ଆଣ୍ଟି-ଥାଇରଏଡ୍ ଯୌଗିକ ଭରପୂର ପରିମାଣରେ ଥାଏ, ଯାହା ଥାଇରଏଡର ସାଧାରଣ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ । ଏହି ପନିପରିବାଗୁଡିକର ଅତ୍ୟଧିକ ବ୍ୟବହାର ଫଳରେ ଥାଇରଏଡ୍ ଗ୍ରନ୍ଥି ଉପରେ ଚାପ ପଡିବାର ସମ୍ଭାବନା ଥାଏ । ଥାଇରଏଡ୍‌, ହାଇପୋଥାଇରଏଡିଜିମ୍ ସମସ୍ୟାରେ ପୀଡିତ ଲୋକମାନେ ଏହି ପନିପରିବା ଆଦୌ ଖାଇବା ଉଚିତ୍ ନୁହେଁ ।

Advertisement

ଅସ୍ୱାସ୍ଥ୍ୟକର ଖାଦ୍ୟ :
ଜଙ୍କ ଫୁଡ୍ ବା ଫାଷ୍ଟଫୁଡଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଉଚିତ୍ । ଏହି ପ୍ରକାର ଖାଦ୍ୟ ସାଧାରଣତଃ ପ୍ରଚୁର ଚର୍ବି, ଲୁଣ ଏବଂ କ୍ୟାଲୋରୀରେ ଭରପୂର ଥାଏ, ଯାହା ଥାଇରଏଡ୍ ପାଇଁ ଆଦୌ ଭଲ ନୁହେଁ ।
ପ୍ରକ୍ରିୟାକୃତ ଖାଦ୍ୟ :
ପ୍ୟାକେଟ୍ ଖାଦ୍ୟ ଯେପରିକି ନୁଡୁଲ୍ସ, ସସ୍‌, କେଚପ୍‌, ଜାମ, ମ୍ୟାଜିକ୍ ମସାଲା ଇତ୍ୟାଦି ଥାଇରଏଡ୍ ରୋଗୀଙ୍କ ପାଇଁ ଆଦୌ ଲାଭଦାୟକ ନୁହେଁ ।
ଥାଇରଏଡ ଥିବା ବ୍ୟକ୍ତି ଏସବୁ ଖାଦ୍ୟ ଠାରୁ ଦୂରେଇ ରହିଲେ ସୁସ୍ଥ ରହିବେ । ଏଗୁଡିକ ଖାଇଲେ ସ୍ୱାସ୍ଥ୍ୟ ବେଶି ଖରାପ ହେବ ।

Leave a Reply

Your email address will not be published. Required fields are marked *