Pratidin TV

Odisha's Digital News Platform

ପ୍ରଧାନ ଶିକ୍ଷକଙ୍କୁ ନିଆରା ବିଦାୟୀ ; ଡିଜେ ବଜାଇ ଟଙ୍କା ହାର ପିନ୍ଧାଇଲେ ଛାତ୍ରଛାତ୍ରୀ …

1 min read

ନିମାପଡା ; ଗୁରୁର ସ୍ଥାନ ଅପୂରଣୀୟା । ଯୁଗ ଯୁଗରୁ ଗୁରୁର ସ୍ଥାନ ସର୍ବଶ୍ରେଷ୍ଠ ସେମିତି ଜଣେ ଗୁରୁଙ୍କୁ ଆଜି ନିଆରା ବିଦାୟ ଦେଇଛନ୍ତି ବାସୁଦେବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ । ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ରମଣି ବିଶ୍ୱାଳ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଏନେଇ ପିଲାମାନେ ନିଜର ପ୍ରିୟ ସାରଙ୍କୁ ଖୁବ୍ ଆଡମ୍ବର ସହାକାରେ ବିଦାୟ ଦେଇଛନ୍ତି । ଯାହାକୁ ପୁରା ଅଞ୍ଚଳ ମନେରଖିବ ।

ଆଜି ଶିକ୍ଷକ ଚନ୍ଦ୍ରମଣି ବିଶ୍ୱାଳଙ୍କ ବିଦାୟ କାଳିନ ସଭାକୁ ବର ଗାଡରେ ସମ୍ମାନର ସହ ଅଣାଯାଇଥିଲା । ଆସିବା ସମୟରେ ପିଲାମାନେ ଫୁଲ ଟଙ୍କା ହାର ସହ ଡିଜେ ବଜାଇ ଗୁରୁଙ୍କୁ ସଭାକୁ ସ୍ୱାଗତ କରିଥିଲେ ।ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ବାଲୁଙ୍କ ଗ୍ରାମରେ ଥିବା ବାସୁଦେବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ନିମାପଡା ଏ ବି ଇ ଓ ଶ୍ରୀମତୀ ପ୍ରତିଭା ମହାନ୍ତି ଯୋଗ ଦେଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ ।ମୁଖ୍ୟ ବକ୍ତା ଭାବେ ପ୍ରଧାନ ଶିକ୍ଷକ ପୁର୍ଣଚନ୍ଦ୍ର ରାଉତ, ସ୍ଥାନୀୟ ସତପଞ୍ଚ ଅଜୟ ପରିଡା ଯୋଗଦେଇ ଥିଲେ ।

Advertisement

ଏହି ସଭାରେ ଶ୍ରୀଯୁକ୍ତ ଅନାଦି ଚରଣ ନାୟକ ସଭାପତିତ୍ୱ ସହ ସଭା ପରିଚାଳନା କରିଥିଲେ ।ଏହି ଉତ୍ସବରେ ବିଦ୍ୟାଳୟ ର ଶିକ୍ଷକ ଯୁଧିଷ୍ଠିର ଖଟୋଇ ,ପ୍ରଧାନ ଶିକ୍ଷକ ସିଦ୍ଧାନ୍ତ ଓଝା ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ରୁ କୃଷ୍ଣଚନ୍ଦ୍ର ବାରିକି ,ତୋଫାନ ପାତ୍ର ,ଗୋବିନ୍ଦ ଓଝା ଅଲୋକ ମିଶ୍ର ସହ ପରିଚାଳନା କମିଟିର ସଭାପତି ରୋହିତ କୁମାର ମାଝୀ ପୁରାତନ ନୂତନ ଛାତ୍ର ଛାତ୍ରୀ ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ ଗ୍ରାମବାସୀ ଉପସ୍ଥିତ ରହି ବିଦାୟ ଉତ୍ସଵ ରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *