ପ୍ରେମ ପ୍ରତାରଣା ଟ୍ରେଣ୍ଡ ଭିତରେ ନିୟାରା ଏ ପ୍ରେମ , ଠରା ଠରିରୁ ସାରା ଜୀବନ ପାଇଁ ମୁକ ବଧିର ରୁକ୍ମଣୀଙ୍କ ହାତ ଧରିଲେ ମହେଶ୍ୱର।
1 min readବାହାନଗା : ଆଜିର ପ୍ରେମ ପ୍ରତାରଣା ଯୁଗରେ ସତ ପ୍ରେମ ଖୋଜି ପାଇବା କଷ୍ଟ । ପ୍ରତ୍ୟକ ଦିନ ପ୍ରେମ ସର୍ମ୍ପକକୁ ନେଇ ଘଟୁଥିବା ଘଟଣା ପ୍ରେମ ଭଳି ପବିତ୍ର ସର୍ମ୍ପକକୁ କଳଙ୍କିତ କରୁଥିବା ବେଳେ ବାଲେଶ୍ୱର ବାହାନଗାର ଏକ ପ୍ରେମ ବିବାହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ କସବାଜୟପୁର ପଂଚାୟତ ଜିରତାଳ ଗ୍ରାମର ଯୁବକ ମହେଶ୍ୱର ମଲିକ ପ୍ରକୃତ ପ୍ରେମ ଏବେବି ଜୀବନ୍ତ ବୋଲି ପ୍ରମାଣିତ କରିଛନ୍ତି ।
ପ୍ରେମ ଏକ ଏମିତି ଜିନିଷ କେବେ କେଉଁଠି କେତେବେଳେ ହୋଇଥାଏ ନା ଦେଖେ ଜାତି ନା ଥାଏ ଗୁତ୍ର। ଆଜି ତାହା ଦେଖିବାକୁ ମିଳିଛି ଜିରତାଳ ଗ୍ରାମ ରେ। କୋଚିଆ କୋଇଲି ଗ୍ରାମର ବାବୁ ମଲିକ ଙ୍କ ଝିଅ ରୁକ୍ମଣୀ ମଲିକ ଜନ୍ମ ରୁ ମୁକ ବଧିର ଅଟନ୍ତି। ଦୁଇ ବର୍ଷ ପୂର୍ବେ ଏକ ବିବାହ ରେ ମହେଶ୍ୱର ଙ୍କ ସହ ତାଙ୍କର ଦେଖା ହୋଇଥିଲା । ଆଉ ସେଇଠୁ ପ୍ରଥମ ଦେଖାରେ ହିଁ ଉଭୟ ଉଭୟଙ୍କୁ ପସନ୍ଦ କରିନେଇଥିଲେ । ରୁକ୍ମଣୀ ମୁକ ବଧର ଜାଣି ମଧ୍ୟ ମହେଶ୍ୱରଙ୍କ ପ୍ରେମ କମିନଥିଲା । ବରଂ ସମୟ କ୍ରମେ ଏହା ଅଧିକ ଗଭୀର ହୋଇଗଲା । ଆଉ ଉଭୟ ପରିବାକୁ ମଧ୍ୟ ନିଜ ପ୍ରେମ ଖବର ବିଷ୍ୟରେ ଜଣାଇଦେଇଥିଲେ । ଉଭୟ ପରିବାର ଲୋକ ଜାଣିବା ପରେ ସମସ୍ତ ଙ୍କ ସହମତି କ୍ରମେ ରୀତିନୀତି ଅନୁସାରେ ସୋମବାର ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
ବାହାନଗା ରେ ଥିବା ଲର୍ଡ ଲକ୍ଷ୍ମୀନାରାୟଣ ଦୁର୍ଗା ମନ୍ଦିର ରେ ଉଭୟ ଙ୍କ ପରିବାର ର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତି ରେ ସମ୍ପର୍ଣ୍ଣ ହୋଇଛି ଏହି ବିବାହ।ଏଭଳି ମହାନ ନିଷ୍ପତି ନେଇଥିବାରୁ ଉଭୟ ମହେଶ୍ୱର ଏବଂ ରୁକ୍ମଣୀ ଙ୍କୁ ଆଶୀର୍ବାଦ କରିଛନ୍ତି ଗ୍ରାମବାସୀ। ବିବାହ କୁ ନେଇ ବେସ ଖୁସୀ ଅଟନ୍ତି ଉଭୟ ପ୍ରେମୀ ଯୁଗଳ। ଅଞ୍ଚଳ ରେ ବେସ ଚର୍ଚ୍ଚା ରେ ଉଭୟ ପ୍ରେମୀ। ଅଧିକାଂଶ ଜାଗାରେ ପ୍ରେମ ପ୍ରତାରଣା ର ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ଆଜି ଏଭଳି ମହାନ ଦୃଶ୍ୟ ଦେଖିବାକୁ ମିଳିଛି। ଏଥି ପାଇଁ ଉଭୟ ଙ୍କୁ ପ୍ରଶଂସା ର ସୁଅ ଛୁଟିଛି ବୁଦ୍ଧିଜୀବୀ ମହଲରୁ । ବେଶ ଚର୍ଚ୍ଚା ରେ ଅଛନ୍ତି ଏହି ପ୍ରେମୀ ଯୁଗଳ ଦମ୍ପତି।