Pratidin TV

Odisha's Digital News Platform

ଧୁନିକ ଯୁଗରେ ପୁରୁଣା ପରମ୍ପରାର ଛୁଙ୍କ : ଦାମୀ କାର୍ ବଦଳରେ ଶଗଡ଼ ଗାଡ଼ିରେ ଆସିଲେ କନିଆ ..

1 min read

ଗଞ୍ଜାମ : ଆଧୁନିକ ଯୁଗରେ ପୁରୁଣା ପରମ୍ପରାକୁ ମନେ ପକାଇ ନିଜ ବିବାହରେ କିଛି ନିଆରା ପ୍ରୟାସ କରିଛନ୍ତି ଯୁବକ । ଉଭୟ ଦମ୍ପତିଙ୍କ ସହ ମତିରେ ଶଗଡ଼ ଗାଡ଼ିରେ କନ୍ୟା ଆସିଲା ଓ ବର ଘୋଡା ଉପରେ ବସି ପଟୁଆର କରି ବିବାହ କଲେ । ଏଭଳି ବିବାହ ଦେଖିବାକୁ ଲୋକ ମଧ୍ୟ ଭିଡ଼ ଜମାଇ ଥିଲେ । ଆଉ ଏଭଳି ବିବାହକୁ ନେଇ ଦମ୍ପତି ଖୁବ ଖୁସି ପ୍ରକାଶ କରିଛନ୍ତି।
ଜଗନ୍ନାଥ ପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ବାଙ୍କ ତରା ଗ୍ରାମରେ ଏମିତି ଏକ ବିବାହ ଦେଖିବାକୁ ମିଳିଛି । ଗତ ଆଠ ତାରିଖ ଦିନ ଏହି ଗ୍ରାମର ଗଦାଧର ନାୟକଙ୍କ ପୁଅ ମହେନ୍ଦ୍ର ପାଟରା ପଲ୍ଲୀର ସ୍ବର୍ଗତ ଗୋପାଳ ବେହେରାଙ୍କ ଝିଅ ସରିତା (ରିଙ୍କି) ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

କନ୍ୟା ବରଘରକୁ ଆସିବା ପାଇଁ ବରପକ୍ଷରୁ ସୁସଜ୍ଜିତ ଶଗଡ଼ ପଠା ଯାଇଥିଲା ଶଗଡ଼ରେ ବାଉଁଶ ଡାଲା ପ୍ରସ୍ତୁତ କରି ଏହାରି ଉପରେ କପଡା ଓ ସେଥିରେ ଗୋଲାପ ଓ ମଣ୍ଡାଫୁଲରେ ସଜା ଯାଇଥିଲା ଏବଂ ଶଗଡ଼ର ବିଭିନ୍ନ ଚିତାଅଙ୍କା ଯାଇ ଖୁବ ସୁନ୍ଦର ଭାବେ ସଜା ଯାଇଥିଲା ଓ ଏଥିରେ କନ୍ୟା ସାଜି ସରିତା ପାଟରା ପଲ୍ଲୀରୁ ବାଙ୍କତରା ଆସିଥିଲେ । ସେଠାରେ ବରମଧ୍ୟ ଘୋଡାରେ ବସିପଟୁ ଆର ସହିତ ଦାଣ୍ଡ ବୁଲିଥିଲେ ପରେ ଉଭୟଙ୍କ ବିବାହ କାର୍ଯ୍ୟ ହୋଇଥିଲା । ମହେନ୍ଦ୍ର ଓ ସରିତା ଉଭୟେ ଶିକ୍ଷିତ ଏବଂ ରାଜଧାନୀ ଭୁବନେଶ୍ବରରେ ଘରୋଇ କମ୍ପାନୀରେ କାମ କରୁଛନ୍ତି । ବାପାଙ୍କ ସମୟରେ ବୋଉ ଶଗଡ଼ ଗାଡ଼ିରେ ଆସିଥିଲେ ଏହି ସ୍ମୃତିକୁ ମନେ ପକାଇବା ପାଇଁ ଏହି ଵ୍ୟଵସ୍ଥା କରିଥିବା ମହେନ୍ଦ୍ର କହିଛନ୍ତି ।

Advertisement
groom

ସରିତା ମଧ୍ୟ ମହେନ୍ଦ୍ରଙ୍କ ପ୍ରସ୍ତାବରେ ସହ ମତି ଜଣାଇଥିଲେ ଶଗଡ଼ରେ ବସିବା ଏକ ନୂଆଁ ଅନୁଭୂତି ବୋଲି ସରିତା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟରେ ବଡ଼ ଜ୍ବାଇଁ ପ୍ରଶାନ୍ତ ନାୟକ ସହଯୋଗ କରିଥିଲେ । ବହୁ ସ୍ଥାନ ଖୋଜି ଖୋଜି ଶଗଡ଼ଟିଏ ପଥରା ପଲ୍ଲୀଗାଁରୁ ଯୋଗାଡ଼ କରିଥିଲେ । ଏଭଳି ଏକ ନିଆରା ବାହାଘରକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । କାରଣ ଉଭୟ ବରକନ୍ୟା ଉଚ୍ଚଶିକ୍ଷିତ ହୋଇ ମଧ୍ୟ ଏଭଳି ଶଗଡ ଗାଡିରେ ଯିବାରେ କୌଣସି ଲଜ୍ୟା ଅନୁଭବ କରିନଥିଲେ ।

Leave a Reply

Your email address will not be published. Required fields are marked *