Pratidin TV

Odisha's Digital News Platform

ନିଜକୁ ଗୁଳି କରିଦେଲେ ବରିଷ୍ଠ IPS ଅଧିକାରୀ…

ନୂଆଦିଲ୍ଲୀ : ସର୍ଭିସ ବନ୍ଧୁକରେ ନିଜକୁ ଗୁଳିକରିଦେଲେ ଡିଆଇଜି ବିଜୟ କୁମାର । ଯାହାକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ଡିଆଜି ବିଜୟ ତାମିଲନାଡରୁ କୋଏମ୍ବାଟୁର ରେଞ୍ଜର ରେ ଡିଆଇଜି ଦାୟିତ୍ୱରେ ଥିଲେ । ଜଣେ ଡିଆଇଜିଙ୍କର ଏଭଳି ପଦକ୍ଷେପ ପରେ ସମୃକ୍ତ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ସେ କାହିଁକି ଏପରି ପଦକ୍ଷେପ ଉଠାଇଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡିନାହିଁ ।

ତେବେ ପରିବାର ଲୋକଙ୍କ ବୟାନ ଅନୁଯାୟୀ ଡିଆଇଜି ବିଜୟ ଅନେକ ଦିନରୁ ଅବସାଦରେ ରହୁଥିଲେ । ସେ ରାତିରେ ଠିକ୍ ସେ ଶୋଇପାରୁନଥିଲେ । ଏଥିପାଇଁ ସେ ଚିକିତ୍ସା ମଧ୍ୟ ହେଉଥିଲେ । ଏନେଇ ତାଙ୍କ ପରିବାର କିଛି ଦିନ ହେବ ଚେନ୍ନାଇରୁ ଆସି କୋଏମ୍ପାଟୁର ସ୍ଥିତ ସରକାରୀ ବାସଭବନରେ ରହୁଥିଲେ। କିନ୍ତୁ ଆଜି ସକାଳ ପ୍ରାୟ ୬ଟା ୧୫ ମିନିଟରେ ସେ ଏକ ସର୍ଭିସ ପିସ୍ତଲରୁ ନିଜକୁ ଗୁଳି କରି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ବିଜୟ କୁମାର ନିଜକୁ ଗୁଳି କରିବା ପରେ ତାଙ୍କ ସରକାରୀ ବାସଭବନରେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀମାନେ ସଙ୍ଗେ ସଙ୍ଗେ ଉପର ଅଧିକାରୀମାନଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ପୁଲିସ ବିଜୟ କୁମାରଙ୍କ ମୃତଦେହକୁ ଜବତ କରି କୋଏମ୍ବାଟୁର ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଛି। ବିଜୟ କୁମାର କାହିଁକି ଅବସାଦରେ ରହୁଥିଲେ ଓ କାହିଁକି ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ, ତାହା ଜଣାପଡ଼ିନି।

ବିଜୟ କୁମାର ୨୦୦୯ ବ୍ୟାଚ୍ର ଆଇପିଏସ୍ ଅଫିସର ଥିଲେ। ସେ କାଞ୍ଚିପୁରମ, କୁଡ୍ଡାଲୋର, ନାଗପଟ୍ଟିନମ ଓ ତିରୁବରୁର ଜିଲ୍ଲାର ଏସ୍ପି ଭାବେ କାର୍ଯ୍ୟ କରିଥିଲେ। ଆନ୍ନା ନଗରର ଡିସିପି ଭାବେ ସେ କାର୍ଯ୍ୟ କରିବା ପରେ ଚଳିତ ବର୍ଷ ଜାନୁଆରୀ ମାସରେ କୋଏମ୍ବାଟୁର ରେଞ୍ଜର ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *