Pratidin TV

Odisha's Digital News Platform

ପଞ୍ଜିକା ଲିଖନ ହେଉଛି ସତ : ବାହନଗା ଓ ଦିଗପହଣ୍ଡି ଭଳି ଆଗକୁ ରହିଛି ଏହି ୫ ଜିଲ୍ଲାକୁ ବିପଦ ….

1 min read

ଭୁବନେଶ୍ୱର : ଟ୍ରେନ ଟ୍ରାଜେଡି ପରେ ଏବେ ବସ୍ ଟ୍ରାଜେଡି । ସବୁ ଲେଖାଥିଲା ପୂର୍ବରୁ । ଆଜ୍ଞା ହଁ ଏହା ଆମେ କହୁନୁ ଏହା କହୁଛି ପଞ୍ଜିକା । ପ୍ରଥମେ ବାହନଗା ଓ ଏବେ ଦିଗପହଣ୍ଡି ଦୁର୍ଘଟଣା ସବୁ ପୂର୍ବରୁ ଲେଖା ହୋଇଥିଲା ପଞ୍ଜିକା/ପାଞ୍ଜିରେ । ଓଡିଶାର କ୍ଷୟକ୍ଷତି ନେଇ ପାଞ୍ଜିକାରେ ଲେଖାଥିଲା କିଛି ଏଭଳି ସତ – ‘ଏହି ବର୍ଷ ରାଜ୍ୟରେ ମଧ୍ୟମ ଧରଣର ବୃଷ୍ଟିପାତ ଯୋଗୁଁ ରାଜ୍ୟରେ କୃଷି ଉତ୍ପାଦନରେ ଅବିବୃଦ୍ଧି ଘଟିବା ପୁରୀ , ଗଞ୍ଜାମ,ଗଜପତି,ଭଦ୍ରକ,ପାରାଦୀପ,ବାଲେଶ୍ୱର,ବାରିପଦା,ମାଛଗାଁ ଆଦି ସ୍ଥାନମାନଙ୍କରେ ପଥ/ସଡକ ଦୁର୍ଘଟଣା ଇତ୍ୟାଦିର ସୂଚନା ମିଳିବ ’ା ରାଜ୍ୟରେ ରାଜନୈତିକ କ୍ଷେତ୍ରରେ ହଟଚମ୍ପଟ ଦେଖାଦେବ ତା ସହ ନୂତନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇବେ ବୋଲି ପଞ୍ଜିକାରେ ସ୍ପଷ୍ଟ ଲେଖା ହୋଇଛି ।

ଆଗକୁ ମଧ୍ୟ ଆହୁରୀ ୫ ଜିଲ୍ଲାରେ ପଥ ଦୁର୍ଘଟଣା ନେଇ ସୂଚିତ କରିଛି ପାଞ୍ଜି । ସେହି ଜିଲ୍ଲା ଗୁଡିକ ହେଲା ପୁରୀ,ଗଜପତି,ଭଦ୍ରକ,ପାରାଦ୍ୱୀପ ଓ ବାରିପଦା ।

Advertisement

ଗତକାଲି ଦିଗପହଣ୍ଡିରେ ଏକ ମିନି ବସ୍କୁ ଧକ୍କା ଦେଇଛି ଙଝଜଞଉ ବସ୍ । ଫଳରେ ଘଟଣା ସ୍ଥଳରେ ହିଁ ଜୀବନ ଯାଇଛି ୧୨ ଜଣଙ୍କର । ସେହି ୧୨ ଜଣଙ୍କ ମଧ୍ୟରେ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ପରିବାରର ୧୧ ଜଣ ଥିବା ସୂଚନା ମିଳିଛି । ଅନ୍ୟପଟେ ବାହାନଗା ପରେ ଦିଗପହଣ୍ଡିରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ରାଜ୍ୟବସୀଙ୍କୁ ସ୍ତବ୍ଧ କରିଦେଇଛି ।

Leave a Reply

Your email address will not be published. Required fields are marked *