Pratidin TV

Odisha's Digital News Platform

ସରିଲା ଉପନିର୍ବାଚନ, ନିଦ୍ୱର୍ନ୍ଦରେ ବାଜି ମାରିନେଲା ବିପିନ ଗୋଷ୍ଠୀ

1 min read

ଗଞ୍ଜାମ: ଦିଗପହଣ୍ଡିରେ ଆଜି ଚାଲିଥିଲା ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ । ଏବଂ ଏଥିରେ ବାଜିମାରିଲା ବିପିନ ଗୋଷ୍ଠୀ । ବିପିନ ପ୍ରଧାନ ଗୋଷ୍ଠୀର ଯମୁନା ନାୟକ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ନିର୍ଦ୍ଧାରିତ ସମୟ ଭିତରେ ଅନ୍ୟ କେହି ନାମାଙ୍କନ ଭରିବାକୁ ଆସିନଥିଲେ । ଫଳରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନ ଗୋଷ୍ଠୀର ଜବରଦସ୍ତ ବିଜୟ ହୋଇଛି ।ବିପିନଙ୍କ ସମର୍ଥକଙ୍କ ବିଜୟ ଯୋଗୁଁ ବିପ୍ଲବ ପାତ୍ର ଗୋଷ୍ଠୀକୁ ଲାଗିଲା ବଡ ଝଟକା । ତେବେ କିଛି ଦିନ ଆଗରୁ ବିଜେଡିରୁ ନିଲମ୍ବିତ ହୋଇଥିଲେ ବିପିନ ପ୍ରଧାନ । ଦଳବିରୋଧୀ କାର୍ଯ୍ୟ କରିଥିବା ଯୋଗୁଁ ବିପିନଙ୍କୁ ନିଲମ୍ବିତ କରାଯାଇଥିଲା । ସୂଚନାମୁତାବକ ବୁଧୁବାର ଅର୍ଥାତ ଆଜି ଦିଗପହଣ୍ଡିର ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପ ନିର୍ବାଚନ ହେବା ନେଇ ରାଜ୍ୟ କମିଶନଙ୍କ ବିଜ୍ଞପ୍ତିରେ ପ୍ରକାଶ କରିଥିଲେ । ତେବେ ନିର୍ଦ୍ଧାରିତ ସମୟ ଅନୁସାରେ ଆରମ୍ଭ ହୋଇଥିବା ବେଳେ ଆଇନ ଶୃଙ୍ଖଳା ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା ।

ଖବରନୁଯାୟୀ , ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନୀତା ସେଠୀଙ୍କ ବିୟୋଗ ପରେ ଅଧ୍ୟକ୍ଷା ଆସନ ଅଳଙ୍କୃତ କରିବା ନିମନ୍ତେ ବିପିନ ଚନ୍ଦ୍ର ପ୍ରଧାନ ଓ ବିପ୍ଳବ ପାତ୍ରଙ୍କ ମଧ୍ୟରେ ସମିତି ସଭ୍ୟଙ୍କୁ ନେଇ ଚାଲିଥିଲା ଟଣାଓଟରା । ଯାହାକୁ ନେଇ ଦିଗପହଣ୍ଡି ରାଜନୀତିରେ ସରଗରମ ହୋଇ ଉଠିଥିଲା । ପୂର୍ବରୁ ଏହି ଉପ ନିର୍ବାଚନ ପାଇଁ ଅଗଷ୍ଟ ୩୧ ତାରିଖ ଧାର୍ଯ୍ୟ ହୋଇଥିଲା । ତେବେ ବିପିନ ସମର୍ଥନରେ ୧୪ ସମିତି ସଭ୍ୟ ରହିଥିବା ବେଳେ ବିପ୍ଳବ ସମର୍ଥନରେ ୧୦ ଜଣ ସମିତି ସଭ୍ୟ ରହିଥିଲେ । ଯାହାଫଳରେ ବିପିନ ସମର୍ଥକଙ୍କ ମଧ୍ୟରେ ବିଜୟୀ ଆଶା ସୁନିଶ୍ଚିତ ଥିଲା । ଆଉ ଶେଷରେ ବ୍ଲକ ଅଧ୍ୟକ୍ଷା ପଦ ପାଇଁ ବାଜି ମାରି ନେଇଛି ବିପିନ ଗୋଷ୍ଠୀ ।

Advertisement

Leave a Reply

Your email address will not be published. Required fields are marked *