Pratidin TV

Odisha's Digital News Platform

ପାକିସ୍ତାନରେ ତାଣ୍ଡବ ରଚୁଛି ବର୍ଷା , ଭୁଶୁଡି ପଡିବ ଦିଲ୍ଲୀପ କୁମାରଙ୍କ ଘର

1 min read

ବଲିଉଡର ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର । ବଲିଉଡର ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର । ଏହି ଅଭିନେତା ଜଣଙ୍କ ସବୁ ଚରିତ୍ରରେ ଅଭିନୟ କରି ପଚାଶ ଦଶକରୁ ଦର୍ଶକଙ୍କ ଦିଲରେ ରାଜ କରିଆସୁଥିଲେ । ଆଜିବି ଦିଲ୍ଲୀପ କୁମାରଙ୍କ କଥା କହିଲେ, ଦର୍ଶକଙ୍କ ମନରେ ଆସେ ଫିଲ୍ମ ‘ମୁଗଲ-ଏ-ଆଜମ’ ଓ ‘ଦେବଦାସ’ । ଏକଦା ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ପ୍ରିୟ ଅଭିନେତା ଥିଲେ ଦିଲ୍ଲୀପ କୁମାର । ତେବେ ଆଜି ସେହି ଭେଟେରାନ ଅଭିନେତାଙ୍କ ଘର ଏବେ ବିପଦ ମୁହଁରେ ।

ପାକିସ୍ତାନରେ ଥିବା ଦିଲ୍ଲୀପଙ୍କ ବାସଭବନ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ପାକିସ୍ତାନ ବନ୍ୟାରେ ତାଙ୍କ ଘର ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଦିଲ୍ଲୀପଙ୍କ ଘର ପାକିସ୍ତାନର ଖୈବର ପଖତୁନୱା ଅଞ୍ଚଳରେ ରହିଛି । ୨୦୧୪ରେ ପାକିସ୍ତାନ ସରକାର ଏହାକୁ ନ୍ୟାସନାଲ ହେରିଟେଜ ମନ୍ୟୁମେମ୍‌ଟ ଘୋଷଣା କରିଥିଲେ । ମାର୍ଚ୍ଚ ଆରମ୍ଭରୁୁ ପାକିସ୍ତାନର ଅନେକ ଅଞ୍ଚଳରେ ମୂଷଳଧାରା ବର୍ଷା ଲାଗି ରହିଛି । ପ୍ରବଳ ବର୍ଷାରେ ୩୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଆଉ ଏହି ବର୍ଷାରେ ଦିଲ୍ଲୀପଙ୍କ ବାସଭବନ ଭାଙ୍ଗିବାକୁ ବସିଲାଣି । ଯାହା ପାକିସ୍ତାନର ପ୍ରତ୍ନତତ୍ତ୍ୱ ବିଭାଗର ଅବହେଳା ମଧ୍ୟ ପଦାରେ ପଡିଛି ।

Advertisement

କାରଣ ବିଭାଗ ଦାବି କରୁଥିଲା ଯେ ଦିଲ୍ଲୀପ କୁମାରଙ୍କ ଘରର ପୁନରୁଦ୍ଧାର ସହ ସଂରକ୍ଷଣ ଦାବି କରିଥିଲା । ସୂଚନାନୁଯାୟୀ ୧୯୨୨ମସିହା ଡିସେମ୍ବର ୧୧ତାରିଖରେ ପାକିସ୍ତାନରେ ତାଙ୍କର ଜନ୍ମ ହୋଇଥିଲା । ନାସିକଠାରେ ସେ ତାଙ୍କର ପାଠ ପଢ଼ା ସମ୍ପୂର୍ଣ୍ଣ କରିଥିଲେ । ସେ ୧୯୩୦ମସିହାରେ ପରିବାର ବର୍ଗଙ୍କ ସହ ମୁମ୍ବାଇକୁ ଆସିଥିଲେ । ଏହାପରଠାରୁ ସେ ଅଭିନୟ ଦିଗ ପ୍ରତି ମନ ବଳାଇଥିଲେ । ୨୨ବର୍ଷ ବୟସରେ ସେ ବଲିଉଡରେ ପାଦ ଥାପିଥିଲେ । ଏହି ବର୍ଷିଆନ ଅଭିନେତା କେବଳ ଜଣେ ଅଭିନେତା ନଥିଲେ, ସେ ଏକାଧାରାରେ ଜଣେ ଲେଖକ, ଗାୟକ ଏବଂ ବାଦ୍ୟକାର ମଧ୍ୟ ଥିଲେ ।

Leave a Reply

Your email address will not be published. Required fields are marked *