Pratidin TV

Odisha's Digital News Platform

ଦୀପିକାଙ୍କ ପୁଅକୁ ମିଳିବ ବାପାର ପରିଚୟ , ଆସିଲା DNA ରିପୋର୍ଟ..

1 min read

ଗଞ୍ଜାମ : ବର୍ଷେ ତଳେ ବ୍ରହ୍ମପୁର ବଡବଜାର ଦେଶୀ ବେହେରା ସାହିରେ ଦିନେଶ ଦୀପିକାଙ୍କୁ ନେଇ ସୃଷ୍ଟି ହୋଇଥିବା ହାଇଡ୍ରାମାରେ ଆସିଲା ନୂଆ ଟୁଇଷ୍ଟ । ଦିନେଶ କୁମାର ଏବଂ ଦୀପିକାଙ୍କ ଡିଏନଏ ରିପୋର୍ଟ ସାମ୍ନାକୁ ଆସିଛି। ମିଳିଥିବା ରିପୋର୍ଟରେ ହିଁ ଦର୍ଶାଯାଇଛି ଜନ୍ମିତ ଶିଶୁପୁତ୍ର ସନ୍ତାନର ବାୟୋଲୋଜିକାଲ ପ୍ୟାରେଣ୍ଟସ ବା ବାପାମାଆ ହେଉଛନ୍ତି ଦିନେଶ ଏବଂ ଦୀପିକା। ୨୦୨୨ ମସିହାରେ ଏହି ରିପୋର୍ଟ ରାଜ୍ୟ ଫୋରେସିକ୍ ଲାବ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଉଲ୍ଲେଖ ରହିଛି।
୨୦୨୧ରେ ବ୍ରହ୍ମପୁର ଟାଉନ ଥାନାରେ ନିଜ ଛୁଆର ଅଧିକାରକୁ ନେଇକି କେ ଦିନେଶଙ୍କ ନାଁରେ ଅଭିଯୋଗ କରିଥିଲେ ଦୀପିକା।

ପରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା। ଦୀପିକା ନିଜର ପ୍ରେମିକ କେ. ଦିନେଶ ଓ ଶିଶୁପୁତ୍ରର ଡିଏନଏ ଟେଷ୍ଟ ପାଇଁ କୋର୍ଟରେ ଅପିଲ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦୀପିକା, କେ. ଦିନେଶ ଓ ତାଙ୍କ ପୁଅର ସାମ୍ପୁଲ ରାଜ୍ୟ ଫୋରେସିକ୍ ଲାବକୁ ପଠାଯାଇଥିଲା।

Advertisement

ତେବେ ବୁଧବାର ଦୀପିକା ନିଜ ହକ୍ ପାଇଁ ପୁଣି ଶାଶୁ ଘର ଆସିଥିବା ବେଳେ , ଶାଶୂ ଓ ତାଙ୍କ ସହଯୋଗୀ ମିଶି ଦୀପିକାଙ୍କ ଉପରକୁ ପାଣି ପକାଇବା ସହ ଲଙ୍କା ଗୁଣ୍ଡ ଛାଟିଥିଲେ । ତେବେ ଏସବୁ ଘଟଣା ପରେ ଆଜି ଡିଏନଏ ଟେଷ୍ଟର ରିପୋର୍ଟ ର ଏକ କପି ଦୀପିକାଙ୍କୁ ଦିଆ୍‌ଯାଇଛି ।

Leave a Reply

Your email address will not be published. Required fields are marked *