କାର୍ତ୍ତିକଙ୍କ ଧୂଆଁଧାର ଅର୍ଦ୍ଧଶତକରେ ଭାରତର ରାଜକୋଟ ବିଜୟ: ଭାଙ୍ଗିଲା ଧୋନୀଙ୍କ ୪ ବର୍ଷର ରେକର୍ଡ
1 min readନୂଆଦିଲ୍ଲୀ: ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଦୀନେଶ କାର୍ତ୍ତିକ ନିଜ ନାମରେ କରିଛନ୍ତି ଏକ ରେକର୍ଡ । ୨୦୦୬-୦୭ ଭାରତ ପକ୍ଷରୁ ଏହାର ପ୍ରଥମ ଟି-୨୦ମୁକାବିଲା ଖେଳିଥିବା ୩୭ ବର୍ଷୀୟ କାର୍ତ୍ତିକ ଦୀର୍ଘ ୩ ବର୍ଷ ପରେ ଭାରତୀୟ ଦଳକୁ ଫେରିବା ସହିତ ରେକର୍ଡ ବୁକରେ ନିଜର ନା ଜାହିର କରିଛନ୍ତି । ପୂର୍ବତନ ଅଧିନାୟକ ତଥା ୱିକେଟ କିପର ମହେନ୍ଦ୍ର ସିଂ ଧୋନୀଙ୍କ ୪ ବର୍ଷା ରେକର୍ଡକୁ ଭାଙ୍ଗିଛନ୍ତି କାର୍ତ୍ତିକ । ଦୀର୍ଘ ୧୬ ବର୍ଷ ଧରି ଭାରତ ପାଇଁ ଟି-୨୦ ଖେଳିଥିବା କାର୍ତ୍ତିକ ଶୁକ୍ରବାର ୫୫ ରନର ବିସ୍ଫୋରକ ପାଳି ଖେଳିଥିଲେ । କାର୍ତ୍ତିକଙ୍କୁ ଏହି ଇନିଂସ ବଳରେ ଭାରତ ୮୯ ରନର ବୃହତ୍ତ ବିଜୟ ସହିତ ଜିତି ନେଇଥିଲା ରାଜକୋଟ । ୨୦୧୮ରେ ମହେନ୍ଦ୍ର ସିଂ ଧୋନୀ ସମାନ ଭାବରେ ସାଉଥ୍ ଆଫ୍ରିକା ବିପକ୍ଷରେ ୫୨ ରନ୍ ସଂଗ୍ରହ କରିଥିଲେ । ୬ ନମ୍ବର ସ୍ଥାନରେ ବ୍ୟାଟିଂ କରି ୫୨ ରନ୍ କରିବା ଭାରତ ପାଇଁ ଏକ ରେକର୍ଡ ହୋଇ ରହିଥିଲା ।
ତେବେ ରାଜକୋଟର ଧୀମା ପିଚରେ କିନ୍ତୁ ବିଷ୍ଟ ମୋଡରେ ବ୍ୟାଟିଂ କରିଥିଲେ କାର୍ତ୍ତିକ । ମାତ୍ର ୨୭ ବଲ୍ ଖେଳି ୯ଟି ଚୌକା ଓ ୨ ଛକା ସହିତ ସ୍କୋର କରିଥିଲେ ୫୫ ରନ । ଏହା ସହିତ ଧୋନୀଙ୍କ ନାମରେ ରହିଥିବା ୪ ବର୍ଷର ରେକର୍ଡ ମଧ୍ୟ ଭାଙ୍ଗିବାରେ ସମର୍ଥ ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଭାରତ ପାଇଁ ନିଜର ୩୧ ତମ ମୁକାବିଲା ଖେଳୁଥିବା କାର୍ତ୍ତିକଙ୍କ ଏହା ପ୍ରଥମ ଅର୍ଦ୍ଧଶତକ । କାର୍ତ୍ତିକଙ୍କ ବ୍ୟତିତ ଆଭେଶ୍ ଖାନ୍ ୧୮ ରନରେ ୪ ୱିକେଟ ନେଇ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ।