Pratidin TV

Odisha's Digital News Platform

ନିଜ ଜନ୍ମ ଦିନରେ କ୍ରିକେଟରୁ ସନ୍ୟାସ ନେଲେ ଦୀନେଶ କାର୍ତ୍ତିକ..

1 min read

କ୍ରିକେଟକୁ ଅଲବିଦା କହିଲେ ଦୀନେଶ କାର୍ତ୍ତିକ । ନିଜ ଜନ୍ମଦିନରେ କ୍ରିକେଟ୍‌ରୁ ସବୁଦିନ ପାଇଁ ସନ୍ୟାସ ନେବାକୁ ଘୋଷଣା କରିଲେ ଭାରତରେ ଭେଟେରାନ ୱିକେଟ୍ କିପର ବ୍ୟାଟର ଦୀନେଶ କାର୍ତ୍ତିକ   ।  ଅନ୍ତର୍ଜାତୀୟ କ୍ରିକେଟ ସହ ସବୁ ପ୍ରକାରର ଫର୍ମାଟରୁ ବିଦାୟ ନେଇଛନ୍ତି । ଦୀନେଶ କାର୍ତ୍ତିକ ନିଜ ସୋସିଆଲ ମିଡିଆ ଏକ୍ସ ରେ ପୋଷ୍ଟକରି ସୂଚନା ଦେଇଛନ୍ତି ।

ସେ ଏକ୍ସ ରେ  ଆବେଗଭରା ବାର୍ତ୍ତା ଲେଖି ପ୍ରଶଂସକ, ପ୍ରଶିକ୍ଷକ, ସାଥୀ ଖେଳାଳି ଓ ପରିବାରକୁ ହୃଦୟର ଗଭିରତମ କୋଣରୁ ଧନ୍ୟବାଦ ଜଣାଇଛନ୍ତି। ‘‘କ୍ରିକେଟ୍‌ରୁ ଆଗକୁ ବଢ଼ିବାକୁ ମୁଁ ନିଷ୍ପତ୍ତି ନେଇଛି। ଏଣୁ ଆଜି ଆନୁଷ୍ଠାନିକ ଭାବେ ଅବସର ଘୋଷଣା କରୁଛି। ଜୀବନର ନୂଆ ଆହ୍ବାନକୁ ସମ୍ମୁଖୀନ ହେବାକୁ ମୁଁ ଏବେ ପୂରା ପ୍ରସ୍ତୁତ। କ୍ରିକେଟ୍ ଯାତ୍ରାର ପ୍ରତିଟି ମୁହୂର୍ତ୍ତକୁ ମୁଁ ମନଭରି ଉପଭୋଗ କରିଛି। ଦେଶ ପାଇଁ ଖେଳିବାର ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟଶାଳୀ ଭାବୁଛି।’’ ବୋଲି ଲେଖିଛନ୍ତି କାର୍ତ୍ତିକ। ଦୀନେଶ କାର୍ତ୍ତିକ ଦେଶ ପାଇଁ ୩ଟି ଯାକ ଫର୍ମାଟରେ ୧୮୦ଟି ମ୍ୟାଚ ଖେଳିଛନ୍ତି। ସେ ଟେଷ୍ଟ କ୍ରିକେଟରେ ଗୋଟିଏ ସେଞ୍ଚୁରୀ ସହ ମୋଟ ୧୭ଟି ଅର୍ଦ୍ଧଶତକ ହାସଲ କରିଥିଲେ। ଅନ୍ତର୍ଜାତୀୟ ମ୍ୟାଚରେ ସେ ୩୪୬୩ ରନ କରିଛନ୍ତି। କେବଳ ୱିକେଟ ପଛରେ ନୁହେଁ, ଆଉଟ ଫିଲ୍ଡରେ ରହି ସେ ୧୭୨ ଜଣ ବ୍ୟାଟରଙ୍କୁ ଆଉଟ କରିଛନ୍ତି।

Leave a Reply

Your email address will not be published. Required fields are marked *