ଆହୁରି ସୁଦୃଢ଼ ହେବ ଯୋଗାଯୋଗ ବ୍ୟବସ୍ଥା ,ଭୁବନେଶ୍ୱରରୁ ଏହି ସବୁ ସହରକୁ ଉଡିବ ସିଧାସଳଖ ବିମାନ…
1 min readଆହୁରି ସୁଦୃଢ଼ ହେବ ଯୋଗାଯୋଗ ବ୍ୟବସ୍ଥା । କାରଣ ଏବେ ରାଜ୍ୟ ସରକାରନେଇଛନ୍ତି ନୂଆ ପଦକ୍ଷେପ । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଉ ୫ଟି ସହରକୁ ଓ ଝାରସୁଗୁଡ଼ା ସ୍ଥିତ ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଉ ୪ଟି ସହରକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ ।
ତେବେ ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ୍, କୋଚି, ଜୟପୁର, ଲକ୍ଷ୍ନୌକୁ ସିଧା ସଳଖ ବିମାନ ସେବା ଆରମ୍ଭ ହେବାକୁ ଥିବାବେଳେ, ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ରାୟପୁର, ହାଇଦ୍ରାବାଦ, ଲକ୍ଷ୍ନୌ ଓ ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ସୂଚନା ଦେଇଛନ୍ତି।
ଏହା ଦ୍ବାରା ରାଜ୍ୟର ଅର୍ଥନୀତି ରେ ବିକାଶ ହେବ । ରାଜ୍ୟରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେବା ସହ ପ୍ରଗତି ପଥ ଆହୁରି ପ୍ରଶସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।