Pratidin TV

Odisha's Digital News Platform

ଅଟକେଇ ପାରିନି ଶାରୀରିକ ଅକ୍ଷମତା: ୩୩ ବର୍ଷରେ ସିଇଓ ହେଲେ ରାଧିକା

1 min read

ନୂଆଦିଲ୍ଳୀ: ଭାରତର ଯୁବ ଚିଫ ଏକ୍ସିକ୍ୟୁଟିଭ ଅଫିସର୍ସରେ ସାମିଲ ହୋଇଛନ୍ତି ଏଡଲବାଇଜ ଏମଏଫର ସିଇଓ ରାଧିକା ଗୁପ୍ତା । ବଙ୍କା ବେକ ପାଇଁ ସବୁବେଳେ ପରିହାସର ପାତ୍ର ହୋଇଛନ୍ତି । ସମୟ ଏମିତି ଆସିଥିଲା ଯେ ଚାକିରୀ ନ ପାଇବାରୁ ଆତ୍ମହତ୍ୟା କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । ହେଲେ ସୌଭାଗ୍ୟବଶତଃ ଦୁଇ ଜଣ ସାଙ୍ଗ ଘଟଣାସ୍ଥଳରେ ପହଂଚି ତାଙ୍କୁ ଉଦ୍ଧାର କରି ନେଇଥିଲେ । କଷ୍ଟ ପରେ ଚାକିରୀ ପାଇବା ପରେ ରାଧିକା ଆଉ ପଛକୁ ବୁଲି ଚାହିଁନାହାନ୍ତି । ୩୩ ବର୍ଷ ବୟସରେ ସେ ଏବେ ସିଇଓ ହୋଇପାରିଛନ୍ତି ।

ରାଧିକାଙ୍କ ବାପା ଥିଲେ ଜଣେ କୁଟନୀତିଜ୍ଞ । ଯେଉଁଥିପାଇଁ ତାଙ୍କ ଶିକ୍ଷା ଭାରତ, ପାକିସ୍ଥାନ, ଆମେରିକା ଓ ନାଇଜେରିଆରେ ହୋଇଥିଲା । ନାଇଜେରିଆରେ କ୍ଲାସମେଟ ରାଧିକାଙ୍କର ବହୁତ ମଜାକ ଉଡାନ୍ତି ଏବଂ ରାଧିକାଙ୍କୁ ଡାକୁଥିଲେ ଅପୁ । ଯାହା ହେଉଚି ସିମ୍ପସନର ଏକ କ୍ୟାରେକ୍ଟରର ନାମ ।

Advertisement

ଖାଲି ଏତିକି ନୁପହେଁ ସବୁବେଳେ ରାଧିକାଙ୍କ ତୁଳନା ତାଙ୍କ ମା ଙ୍କ ସହ କରାଯାଏ । ଯିଏ ରାଧିକାଙ୍କ ସ୍କୁଲରେ ପଢାଉଥିଲେ । ଲୋକେ କୁହନ୍ତି ମା ଙ୍କ ତୁଳନାରେ ସେ ବହୁତ ଖରାପ ଦେଖା ଯାଉଛନ୍ତି । ଯାହା ରାଧିକାଙ୍କ ଆତ୍ମବିଶ୍ୱାସକୁ ବାରମ୍ବାର ଭାଙ୍ଗି ଦେଉଥିଲା ।

୨୨ ବର୍ଷ ବୟସରେ କଲେ ଜ ପରେ କୋଉଠି ଚାକିରୀ ମିଳିଲାନି ରାଧିକାଙ୍କୁ । ୭ମ ଥର ଜବ ଇଣ୍ଟରଭ୍ୟରେ ଅସଫଳ ହେବା ପରେ ସେ ଆତ୍ମହତ୍ୟା କରିବା ପାଇଁ ଭାବିଲେ । ପରେ ତାଙ୍କୁ ମନୋଚିକିତ୍ସକଙ୍କ ପାଖକୁ ନିଆ ଯାଇ ଡିପ୍ରେସନର ଚିକିତ୍ସା କରାଯାଇଥିଲା । ଏହାପରେ ଏକ ଇଂଟରଭ୍ୟୁରେ ସଫଳ ମଧ୍ୟ ହେଲେ । ତିନି ବର୍ଷ ପରେ କିଛି ପରିବର୍ତନ କରିବାକୁ ଚାହିଁ ଭାରତ ଫେରି ଆସିଥିଲେ ରାଧିକା । ସ୍ୱାମୀ ଓ ବନ୍ଧୁଙ୍କ ସହ ମିଶି ଆରମ୍ଭ କରିଥିଲେ ଆସେଟ ମ୍ୟାନେଜମେଣ୍ଟ ଫାର୍ମ । କିଛି ବର୍ଷ ପରେ ତାଙ୍କ କମ୍ପାନୀର ଏଡେଲଓାଇଜ ଏମଏଫ ଅଧିଗ୍ରହଣ କରିଥିଲା । ପରେ ଏଡଲଓାଇଜ ଯେତେବେଳେ ସିଇଓ ପଦ ପାଇଁ ସନ୍ଧାନ ଆରମ୍ଭ କଲା ସେ ଏହି ପଦ ଚାହୁଁନଥିଲେ । ମାତ୍ର ସ୍ୱାମୀଙ୍କ ପ୍ରେରଣାରେ ଏହି ପଦ ପାଇଁ ଆବେଦନ କରିଥିଲେ । ଆଉ କିଛି ମାସ ପରେ ଏଡଲଓାଇଜ ରାଧିକାଙ୍କୁ ସିଇଓ ଭାବେ ଚୟନ କରିଥିଲେ ।

Leave a Reply

Your email address will not be published. Required fields are marked *