Pratidin TV

Odisha's Digital News Platform

ଝିଅର କଥା ନମାନିବାରୁ ବାପାଙ୍କୁ ବିକ୍ରି ପାଇଁ ଝିଅ ଲଗାଇଲା ନୋଟିସ୍‌, ମୂଲ୍ୟ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ..

1 min read

ଆଜିକାଲିର ପିଲାମାନେ ବହୁତ ସ୍ମାର୍ଟ ହୋଇଗଲେଣି । ଏହା ମଧ୍ୟ ସତକଥା କାରଣ ଅନେକ ସମୟରେ ପିଲାମାନେ ଅଜାଣରେ ଏଭଳି କିଛି କରିଯାଆନ୍ତି ଯାହା ବୟସ୍କମାନଙ୍କ କଳ୍ପନା ବାହାରେ ହୋଇଥାଏ । ତେବେ ଛୋଟପିଲାମାନଙ୍କ କାର୍ଯ୍ୟକଳାପ ହୃଦୟସ୍ପର୍ଶୀ ରହିଥାଏ । କାରଣ ସେମାନଙ୍କ ହୃଦୟ ନିର୍ମଳ ରହିଥାଏ । ତେଣୁ ତାଙ୍କ ମନକୁ ଯାହା ଆସିଥାଏ ସେମାନେ ତାହାକୁ ଚିତ୍ର ମାଧ୍ୟମରେ ହେଉ ଅବା ଲେଖା ମାଧ୍ୟମରେ ପରିପ୍ରକାଶ କରିଥାଆନ୍ତି । ଏମିତି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଜଣେ ଛୋଟପିଲା କିଛି ନୋଟ ଲେଖି ଘର ଆଗରେ ଟଙ୍ଗାଇ ଥିଲା । ଯାହାକୁ ତାଙ୍କବାପା ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ଝିଅଟିର ଲେଖାରେ କିଛି ଏଭଳି ଥିଲା ଯିଏ ଦେଖିବ ସିଏ ଆଶ୍ଚର୍ଯ୍ୟ ହେବ ଏବଂ ତା ସହ ହସିବ । କାରଣ ନୋଟରେ ସେ ଉଲ୍ଲେଖ କରିଛି ଯେ ସେ ତାର ବାପାଙ୍କୁ ବିକ୍ରି କରିବାକୁ ଚାହୁଁଛିି । ଆଉ ବାପାଙ୍କ ମୂଲ୍ୟ ଝିଅ ଜଣକ ୨ ଲକ୍ଷ ଟଙ୍କା ରଖିଛି । ଛୁଆଟି ନୋଟ ଏଥିପାଇଁ ଲଗାଇଛି କାରଣ ତାର ବାପା ତାର କିଛିଟା କଥା ମାନି ନାହାନ୍ତି ।ଏଥିପାଇଁ ଛୁଆ ରାଗି ଯାଇ ଏଭଳି କରିଛି । ମାଲାଭଟୁଇଟସ ନାମକ ଟୁଇଟର ଆଇଡିରୁ ଜଣେ ବ୍ୟକ୍ତି ଦୁଇଟି ଫଟୋ ସେୟାର କରିଛନ୍ତି ।

ଏହି ଫଟୋ ସେୟାର କରି ବ୍ୟକ୍ତି ଜଣକ ଲେଖିଛନ୍ତି, ‘ମୁଁ ମୋର ଝିଅର କଥା ମାନିଲି ନାହିଁ । ତେଣୁ ସେ ଆମ ଘର ସାମ୍ନାରେ ଦ୍ୱାର ନିକଟରେ ଏକ ପେନସିଲରେ ହାତଲେଖା ନୋଟିସ ଝୁଲାଇ ଦେଇଛି । ଏହି ନୋଟିସ ଦେଖି ମୁଁ ଭାବୁଛି ମୋର ମୂଲ୍ୟ ମାତ୍ର ଏତିକି ଟଙ୍କା ।’ଆଜିକାଲିର ଛୁଆଙ୍କୁ କଣ କହିବା । ସେୟାର ହୋଇଥିବା ନୋଟିସରେ ଲେଖା ହୋଇଛି, ‘ମୋ ବାପା ବିକ୍ରି ହେବେ । ବିକ୍ରି ମୂଲ୍ୟ ୨ଲକ୍ଷ ଟଙ୍କା ରହିଛି । ଅଧିକ ସୂଚନା ପାଇଁ କଲିଂବେଲ ବଜାଇ ପାରିବେ ।’ଏହି ପୋଷ୍ଟକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ହସିବା ସହ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେବା ଆରମ୍ଭ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *