Pratidin TV

Odisha's Digital News Platform

ପୂଜା ସରିଲେ ଅଲୋଡା ଜଗା ।

1 min read

ଭଦ୍ରକ ;ଜଗତର ନାଥ ଜଗନ୍ନାଥ । କୋଟି କୋଟି ଓଡିଆଙ୍କ ମଉଡମଣୀ । ତାର ଗୋଟିଏ ଇସାରାରେ ସାରା ଜଗତ ଦୋହଲିଯାଏ । ରତ୍ନ ପଲଙ୍କରେ ଶୋଇ ୫୬ କୋଟି ଭୋଗ ଯାହା ପାଖରେ ଲାଗିହୁଏ । ଆଜି ସିଏ ଖୋଲା ଆକାଶ ତଳେ ଶୀତ କାକରରେ ଏଭଳି ଅବହେଳିତ ଅବସ୍ଥାରେ କାହିଁକି ?

ଭଦ୍ରକ ଜିଲ୍ଲାର ଲୋକ ମହୋତ୍ସବ ଭଦ୍ରାୟଣୀ ଶେଷ ହୋଇଛି । ଓରମାସ ଓ ଜିଲ୍ଲା କୃଷି ବିଭାଗ ସହଭାଗିତାରେ ଏହି ମହୋତ୍ସବ ଆରମ୍ଭ ହୋଇଥିଲା । ରାଜ୍ୟର ଅନେକ ସ୍ବୟଂ ସହାୟକ ଗୋଷ୍ଠୀ ସହ ଅନେକ ଦୋକାନ ବଜାର ମଧ୍ୟ ଖୋଲିଥିଲା । ପ୍ରତ୍ୟକ ଦିନ ବଲିଉଡ ଓ ହଲିଉଡ଼ କଳାକାରଙ୍କ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକର୍ଷିତ କରୁଥିଲା। ରାଜ୍ୟ ଓ ଜିଲ୍ଲା ର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ନିଜ ନିଜର ଉତ୍ପାଦନକୁ ନେଇ ପ୍ରଦର୍ଶିତ କରିବା ସହ ବିକ୍ରି କରୁଥିଲେ ।

Advertisement

ସେହିଭଳି କୃଷି ବିଭାଗ ତରଫରୁ କୃଷକ ଓ ଚାଷୀଙ୍କ ପାଇଁ ବିଭିନ୍ନ ଯନ୍ତ୍ରପାତି ଉପଲବ୍ଧ କରିଥିଲେ । ଭଦ୍ରକର ନେହେରୁ ଷ୍ଟାଡିୟମରେ ଏହି ମହୋତ୍ସବ ଜାନୁଆରୀ ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ହେଲେ ଆଜି ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ମଧ୍ୟ ମହାପ୍ରଭୁ ଜଗନ୍ନାଥ ଅଵହେଳିତ ଅଵସ୍ଥାରେ ପଡି ରହିଛନ୍ତି ଭଦ୍ରକର ନେହେରୁ ଷ୍ଟାଡିୟମରେ। ଯେଉଁ ମହାପ୍ରଭୁ ଜଗନ୍ନାଥଙ୍କୁ ପୂଜା କରି ଏହି ଜିଲ୍ଲା ମହୋତ୍ସବ ଆରମ୍ଭ ହୋଇଥିଲା।

କୋଟି ଟଙ୍କା ଵ୍ୟୟରେ ସରିଥିବା ଏହି ମହୋତ୍ସବ ଶେଷରେ ଭୁଲିଯାଇ ଥିଲା ମହାପ୍ରଭୁ ଜଗନ୍ନାଥ। ଗତ ୩ ଦିନ ଧରି ଶୀତ, କାକର ଖରାରେ ପଡି ରହିଛନ୍ତି ପ୍ରତି ଓଡିଆଙ୍କ ମଉଡମଣୀ ପ୍ରଭୁ ଜଗନ୍ନାଥ। ଏହି ଅଵହେଳିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଭଦ୍ରକ ବାସିନ୍ଦା।

Leave a Reply

Your email address will not be published. Required fields are marked *