Pratidin TV

Odisha's Digital News Platform

ଓଡିଶାରେ ବିପର୍ଯ୍ୟସ୍ତ ଶିକ୍ଷାନୁଷ୍ଠାନ; ଭଙ୍ଗା ଘରେ ଚାଲିଛି କୁନି କୁନି ଛୁଆଙ୍କ ଭବିଷ୍ୟତ ଗଢା …

1 min read

ପରଜଙ୍ଗ: ଶିଶୁଟିର ପ୍ରାରମ୍ଭିକ ଶିକ୍ଷା ଲାଭ ହୁଏ ଅଙ୍ଗନୱାଡିରୁ ବଡ ହେଲେ କିଏ ହୁଏ ଡାକ୍ତର ଆଉ କିଏ ଇଞ୍ଜିନିଅର ସେଥି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ତାହା ବାସ୍ତବରେ କେତେ କାର୍ଯ୍ୟକାରୀ ହେଉଛି ନା କାଗଜ କଲମରେ ରହି ଯାଉଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପଥରଖମ୍ବ ଗ୍ରାମ ପଞ୍ଚାୟତ ର କାମର୍ଦା ନୀଳାପୋଷି ଅଙ୍ଗନୱାଡି କେନ୍ଦ୍ର-୨ ରୁ ଆସିଛି କିଛି ବିକଳ ଦୃଶ୍ୟ । ଭଙ୍ଗା ଘରେ ଗଢ଼ା ଚାଲିଛି କୋମଳ ମତି ଶିଶୁଙ୍କ ଭବିଷ୍ୟତ । ବିପଦ ସଂକୁଳ ଅବସ୍ଥାରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର ।

ଯେମିତି ମୁଣ୍ଡ ଉପରେ ବିପଦର କଳା ବାଦଲ ହୋଇଛି ଅଙ୍ଗନୱାଡି ଗୃହ । କାନ୍ଥ ଭାଙ୍ଗି ଏପଟରୁ ସେପଟ ଦେଖା ଯାଉଛି ତ ଛାତରୁ ସିମେଣ୍ଟ ଛାଡି ରଡ଼ ଦେଖା ଗଲାଣି । ଏମିତି ବିପଦ ସଂକୁଳ ଅବସ୍ଥାରେ ଚାଲିଛି ପାଠ ପଢ଼ା । ଦିନେ କି ୨ ଦିନ ନୁହଁ ପ୍ରତିଦିନ ସେଇ ଭଙ୍ଗା ଘରେ ନିଜ ଜୀବନକୁ ପାଣି ଛଡାଇ ପିଲା ପାଠ ପଢୁଛନ୍ତି । ଆଜକୁ ପ୍ରାୟ ୬ ବର୍ଷ ପୂର୍ବେ ନୂତନ ଗୃହ ଲାଗି ସରକାର ଙ୍କ ତରଫରୁ ଆସିଥିଲା ଅର୍ଥ ହେଲେ ଛାତ ପର୍ଯ୍ୟନ୍ତ ମଧ୍ୟ ନୂତନ ଗୃହ ହୋଇଥିଲା ତାହା ପ୍ରଶାସନ ର ଅବହେଳା ଯୋଗୁଁ ଅଧା ପନ୍ତରିଆ କାର୍ଯ୍ୟରେ ହିଁ ରହିଗଲା ଆଜି ପର୍ଯ୍ୟନ୍ତ ଛାତ ପଡି ପାରିଲାନାହିଁ । ଏବେ ଏହି କୋମଳମତି ଶିଶୁ ମାନେ ଅସୁରକ୍ଷିତ ପରିବେଷ ଅବସ୍ଥାରେ କେମିତି ଶିକ୍ଷା ଲାଭ କରିବେ ଅଭିଯୋଗ ଆଣିଛନ୍ତି ଅବିଭାବକ ମାନେ ।

Advertisement

ଏନେଇ ସିଡିପିଓ କହିଛନ୍ତି ଯେ ବି ଇ ଓ ଙ୍କ ସହିତ କଥା ହୋଇ ନୂତନ ଅଙ୍ଗନୱାଡି ଗୃହ ନିର୍ମାଣ ହବା ପର୍ଯ୍ୟନ୍ତ ସ୍କୁଲ ପରିସରରେ ଅସ୍ଥାୟୀ ଭାବେ ପାଠ ପଢା ଯିବ । ଏନେଇ ଆମ ରିପୋର୍ଟର ବିଡ଼ିଓ ଙ୍କୁ ପ୍ରଶ୍ନ ପଚାରା ବାରୁ ବିଡ଼ିଓ କହିଛନ୍ତି ନୂତନ ଅଙ୍ଗନୱାଡି ଗୃହ କାର୍ଯ୍ୟ ବନ୍ଦ ଥିବା ସଂକ୍ରାନ୍ତରେ ଯଥା ସମ୍ଭବ ତଦନ୍ତ କରାଯିବ । ଖାଲି ଦେଖିବାକୁ ବାକି ରହିଲା ଏହି କୋମଳ ମତି ଶିଶୁ ଙ୍କ ଦୁଃଖ କେବେ ବୁଝୁଛନ୍ତି ପ୍ରଶାସନ ?

Leave a Reply

Your email address will not be published. Required fields are marked *