Pratidin TV

Odisha's Digital News Platform

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜିଠୁ ନିମନ୍ତ୍ରଣ ଯାତ୍ରା,ପ୍ରଥମେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଖକୁ ଆସିଛି ନିମନ୍ତ୍ରଣ ପତ୍ର…

1 min read

2024ରେ ଶ୍ରୀକ୍ଷେତ୍ରରେ ହେବ ଦିବ୍ୟମିଳନ । ପବିତ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରାଣ ପ୍ରତିଷ୍ଠା ପାଇଁ ବଡ଼ଦାଣ୍ଡରେ ଏକାଠି ହେବେ ଶହ ଶହ ଦେବତା, ସାଧୁସନ୍ଥ ଓ ଭକ୍ତ । କାରଣ ଆସନ୍ତା ଜାନୁୟାରୀ ୧୭ରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ।। ଏଥିପାଇଁ ପାଇଁ ଆଜି ପବିତ୍ର ମାର୍ଗଶିର ପୂର୍ଣ୍ଣିମାରେ ଶୁଭାରମ୍ଭ ହେବ ପରିକ୍ରମା ନିମନ୍ତ୍ରଣ । ଦେଶର ବିଭିନ୍ନ ଦେବପୀଠ ଓ ଧର୍ମଗୁରୁମାନଙ୍କୁ ନିମନ୍ତ୍ରଣ କରାଯିବ । ଶ୍ରୀମନ୍ଦିର ନିକଟରୁ ୩୩ଟି ଗାଡ଼ିରେ ନିମନ୍ତ୍ରଣ ବାର୍ତ୍ତା ନେଇ ବାହାରିବେ ୩୦ଟି ସ୍ବତନ୍ତ୍ର ଦଳ। ପ୍ରକଳ୍ପ ଲାଗି ଆଜିଠୁ ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ । ଭାରତବର୍ଷର ବିଭିନ୍ନ ମନ୍ଦିର, ୪ ଧାମ ଓ ୧୨ଟି ଜ୍ୟୋତିଲିଙ୍ଗ, ଦାରୁ ଆସିଥିବା ବିଭିନ୍ନ ସ୍ଥାନକୁ ଯାତ୍ରା କରିବେ ଶ୍ରୀମନ୍ଦିରର ସେବାୟତ ଓ ଅଧିକାରୀ । ପ୍ରଥମେ ଶ୍ରୀଜିଉଙ୍କ କରାଯାଇଥିଲା ନିମନ୍ତ୍ରଣ । ନୀଳାଦ୍ରୀ ଭକ୍ତ ନିବାସଠାରୁ ଶ୍ରୀମନ୍ଦିରର ସେବାୟତ ଓ ଅଧିକାରୀମାନଙ୍କର ଏକ ଟିମ ବାହାରିଥିଲେ । ପୁରୀରୁ ପ୍ରଥମେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଖକୁ ନିମନ୍ତ୍ରଣ ପତ୍ର ଆସିଛି । ଝାଞ୍ଜ ମୃଦଙ୍ଗର ଶବ୍ଦରେ ଉଛୁଳି ପଡୁଛି ଶ୍ରୀଲିଙ୍ଗରାଜଙ୍କ ପୀଠ । ପୁରା ପରିବେଶରେ ଭିନ୍ନ ପ୍ରକାର ମହୋଲ ଦେଖିବାକୁ ମିଳିଛି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ୨୩ଟି ଗାଡିରେ ନିମନ୍ତ୍ରଣର ବାର୍ତ୍ତା ନେଇ ପ୍ରତିନିଧିମାନେ ଶ୍ରୀଲିଙ୍ଗରାଜଙ୍କ ପୀଠରେ ପହଞ୍ଚିଛନ୍ତି । ପରେ ପରିଚାଳନା କମିଟି ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ ।

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବି ହାତକୁ ନେଇଛନ୍ତି ଉଭୟ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ । ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ- ବାହାରୁ ଭକ୍ତମାନେ ଆସି ଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିବା ପରେ ସେଠି ଏକ ଅଭ୍ୟର୍ଥନା କକ୍ଷ ସହ ପ୍ରଦର୍ଶନୀ ମଣ୍ଡପ ନିର୍ମାଣ ହେବ । ଶ୍ରୀମନ୍ଦିରର ସ୍ୱର୍ଣ୍ଣିମ ଇତିହାସ, ମହାପ୍ରଭୁଙ୍କ ଲୀଳା, ବେଶ ଓ ଯାନିଯାତର ପ୍ରତିକୃତି ପ୍ରଦର୍ଶନ କରାଯିବ। ଏଥିସହ ମ୍ୟୁନିସିପାଲିଟି ମାର୍କେଟରେ ଏକ ଲେଜର ସୋ’ ଚାଲିବ, ସେଥିରେ ଗଜପତି ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଭିଯାନର ଗାଥା ପ୍ରଦର୍ଶନ ହେବ । ତା’ ସହ ଉତ୍ସବ ସମୟରେ ସମଗ୍ର ପୁରୀ ସହରକୁ ଆଲୋକିକରଣ କରାଯିବ ଓ ଅନ୍ୟ ସମସ୍ତ ଛୋଟବଡ଼ ମଠ ମନ୍ଦିରକୁ ସଜ୍ଜିତ କରାଯିବ । ପୁରୀ ସହରବାସୀଙ୍କୁ ନିଜ ଘରେ ଦୀପ ଜାଳି ଅତିଥିଙ୍କୁ ସ୍ୱାଗତ ପାଇଁ ବି ନିବେଦନ କରିଛି ଜିଲ୍ଲା ପ୍ରଶାସନ । ଲୋକାର୍ପଣ ଉତ୍ସବ ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ, ସେମାନଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସହ ଠାକୁରଙ୍କ ନୀତିକାନ୍ତି ଉପରେ ଜୋର ଦେଇଛନ୍ତି ଭକ୍ତ ଓ ସେବାୟତ ।

Leave a Reply

Your email address will not be published. Required fields are marked *