Pratidin TV

Odisha's Digital News Platform

ସରିଲା ମନ୍ତ୍ରୀପଦ ବିଭାଗ ବଣ୍ଟନ, ଏବେ ବି ଖାଲି ରହିଛି ଦୁଇଟି ବଡ଼ ପଦ

1 min read

ମୋଦି ୩.୦ ସରକାରଙ୍କ ସରିଛି ଶପଥ ଗ୍ରହଣ। ନୂଆ ମନ୍ତ୍ରୀଙ୍କୁ ବିଭାଗ ମଧ୍ୟ ବଣ୍ଟନ ସରିଛି | ଏହାପରେ ନିଜ ନିଜ ଅଫିସକୁ ଯାଇ ସମସ୍ତ ମନ୍ତ୍ରୀ ସେମାନଙ୍କ ମନ୍ତ୍ରୀଭାର ସମ୍ଭାଳିଛନ୍ତି | ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେବା ପରେ ଗତକାଲି ମନ୍ତ୍ରିମଣ୍ଡଳ ଦାୟିତ୍ୱ ବଣ୍ଟନ କରାଯାଇଛି। ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କରିଥିବା ବେଳେ ୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ହୋଇଛନ୍ତି। ସେହିପରି ଏଥର ଏନଡିଏ ମିଳିତ ସରକାର ଗଠନ କରିଥିବାରୁ ସହଯୋଗୀ ଦଳର ସାଂସଦମାନଙ୍କୁ ମଧ୍ୟ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବଣ୍ଟନ କରାଯାଇଛି। ତେବେ ମନ୍ତ୍ରୀପଦ ବଣ୍ଟନ ହେବା ପରେ ମଧ୍ୟ ଆହୁରି ୨ଟି ବଡ ପଦ ଖାଲି ପଡିଛି |

ବାଚସ୍ପତି ପଦ ସହ ବିଜେପି ଅଧକ୍ଷ ପଦ ପଡିଛି ଖାଲି | କିଏ ହେବ ଲୋକସଭା ବାଚସ୍ପତି ଏପର୍ଯ୍ୟନ୍ତ ହୋଇ ପାରିନାହିଁ ସ୍ଥିର | ସେହପରି ଦଳର ମୁଖିଆ ତଥା ଅଧକ୍ଷ ସ୍ଥିର ହୋଇ ପାରିନାହିଁ | କ୍ୟାବିନେଟରେ ଜେପି ନଡ୍ଡାଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ କରାଯିବା ପରେ ଦଳ ଅଧକ୍ଷ ପଦ ଛାଡିବାକୁ ପଡିବାରୁ ଏବେ ନୂଆ ବିଜେପି ଅଧକ୍ଷ କିଏ ତାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି |

Advertisement

ବିଜେପିର ଏଜେଣ୍ଡା ଉପରେ ଦ୍ୱିତୀୟ କାର୍ଯ୍ୟ ହେଉଛି ଲୋକସଭା ବାଚସ୍ପତିଙ୍କ ପାଇଁ NDA ପସନ୍ଦକୁ ଚୂଡାନ୍ତ ରୂପ ନେବା ଚନ୍ଦ୍ରାବାବୁ ନାଇଡୁ ଟିଡ଼ିପି ଏବଂ ନୀତିଶ କୁମାରଙ୍କ ଜେଡିୟୁ ହେଉଛି ବିଜେପି ମୁଖ୍ୟ ସହଯୋଗୀ ଯାହାର ସମର୍ଥନ ସରକାର ସଂଖ୍ୟାଗରିଷ୍ଠତା ପାଇଁ ଦେଖା ଯାଉଥିବା ବେଳେ ଏପରି ପରିସ୍ଥିତରେ ଟିଡ଼ିପି ଓ ଜେଡିୟୁ ଏହି ପୋଷ୍ଟ ଉପରେ ଆଖି ପକାଉଛନ୍ତି |

ଅନ୍ୟପଟେ ଚଳିତ ବର୍ଷ ଶେଷ ଆଡକୁ ଜାମ୍ମୁ କାଶ୍ମୀର, ହରିୟାଣା,ଝାଡ଼ଖଣ୍ଡ, ଏବଂ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ନିଜେପି ସଭାପତିଙ୍କୁ ତୃଣମୂଳ ଭାବେ କକାର୍ଯ୍ୟ କରିବାକୁ ପଡିବ |

ତେବେ ଏହି ୨ ବଡ ପଦ ଖାଲି ଥିବା ନେଇ ଏବେ ଚିନ୍ତାରେ ବିଜେପି | ତେବେ କାହାକୁ ଦେବା ଏହି ପଦର ଦାୟିତ୍ୱ ତାହାକୁ ନେଇ ଚର୍ଚ୍ଚା |

Leave a Reply

Your email address will not be published. Required fields are marked *