Pratidin TV

Odisha's Digital News Platform

ମଦ କିଣି ଠକାମିର ଶିକାର ହେଲେ ଜିଲ୍ଲା ମାଜିଷ୍ଟ୍ରେଟ୍ , ନେଲେ ଏପରି କାର୍ଯ୍ୟାନୁଷ୍ଟାନ…

1 min read

ମଦ କିଣି ଠକିଲେ ଜିଲ୍ଲା ମାଜିଷ୍ଟ୍ରେଟ୍ , ନେଲେ ଆକ୍ସନ । କଣ ଆପଣଙ୍କୁ ବିଶ୍ୱାସ ହେଉନି । ଚାଲନ୍ତୁ ଆପଣଙ୍କୁ ପୁରା କାହାଣୀ ଶୁଣାଉଛି । କିପରି ଜଣେ ଜିଲ୍ଲା ମାଜିଷ୍ଟ୍ରେଟ୍ ମଦ ଦୋକାନିକୁ ମଜା ଶିଖାଇଛନ୍ତି । ଦେହରାଦୁନ ସହରରେ ଥିବା ମଦ ଦୋକାନରେ ଅତ୍ୟଧିକ ମୂଲ୍ୟାୟନ ଏବଂ ଅନିୟମିତତା ଅଭିଯୋଗ ରହିଛି, ଏନେଇ ଜିଲ୍ଲା ମାଜିଷ୍ଟ୍ରେଟ୍ ସବିନ ବନସଲ ନିଜେ ଅନୁସନ୍ଧାନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ତେବେ ଜିଲ୍ଲା ମାଜିଷ୍ଟ୍ରେଟ୍ ସାଧାରଣ ଲୋକଙ୍କ ପରି ବିନା ଗାଡି ଆଉ ବିନା ସିକ୍ୟୂରିଟିରେ ଅଭିଯୋଗ ହୋଇଥିବା ମଦ ଦୋକାନରେ ପହଞ୍ଚିଥିଲେ । ସାଧାରଣ କ୍ରେତା ପରି ଧାଡିରେ ଠିଆ ହୋଇ ମଦ କିଣିଥିଲେ। ସେ ମ୍ୟାକଡୋୱେଲର ଏକ ବୋତଲ କିଣିଥିଲେ ଯାହାର ସ୍ଥିର ମୂଲ୍ୟ ୬୬୦ ଟଙ୍କା ଥିଲା, କିନ୍ତୁ ତାଙ୍କୁ ୬୮୦ ଟଙ୍କା ଚାର୍ଜ କରାଯାଇଥିଲା।

ଏହି ଘଟଣା ପ୍ରଶାସନର ନଜରକୁ ଆସିବା ମାତ୍ରେ ସହରର ମଦ ବିକ୍ରେତାଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜିଲ୍ଲାରେ ବ୍ୟାପକ ଚଢାଉ ହୋଇଥିଲା। ଉପ-ଜିଲ୍ଲା ମାଜିଷ୍ଟ୍ରେଟ୍ ହରି ଗିରି ଚୁନା ଭଟ୍ଟରେ ଅବସ୍ଥିତ ମଦ ଦୋକାନ ଉପରେ ଚଢାଉ କରିଥିଲେ, ଯେଉଁଠାରେ ଅତ୍ୟଧିକ ମୂଲ୍ୟାୟନ ଏବଂ ଅନେକ ଅନିୟମିତତା ଦେଖିବାକୁ ମିଳିଥିଲା। ୨୦୦ ଟଙ୍କା ମୂଲ୍ୟର ଏକ ବୋତଲ ଗ୍ରାହକଙ୍କୁ ୨୧୦ ଟଙ୍କାରେ ବିକ୍ରି କରାଯାଇଥିଲା, ଯାହା ସ୍ଥିର ମୂଲ୍ୟଠାରୁ ୧୦ ଟଙ୍କା ଅଧିକ ଥିଲା।

ପ୍ରଶାସନର କହିବାନୁସାରେ, ଦୋକାନ ପରିଚାଳକ ଲିଖିତ ଭାବେ ସ୍ୱୀକାର କରିଛନ୍ତି ଯେ ସେ ଏକ ଭୁଲ କରିଛନ୍ତି ଏବଂ ଏହା ଆଉ ଘଟିବ ନାହିଁ । କିନ୍ତୁ ପ୍ରଶାସନ କିଛି ମଦ ଦୋକାନରେ ବଡ ରକରମ ଚାଲାଣ କାଟିଛି । କାରଣ ସେମାନେ ପ୍ରଶାସନର ଗାଇଡଲାନ୍ କୁ ଫୁ ମାରି ମଦ ବିକ୍ରି କରୁଥିଲେ । ପ୍ରଥମରେ ମଦ ଉଡରେ କୌଣସି ପ୍ରକ।ରର ମୂଲ୍ୟ ଲେଖାଯାଇନଥିଲା । ଦ୍ୱିତୀୟରେ ମଦ ଦୋକାନ ଖୋଲିବା ବନ୍ଦ ହେବାର କୌଣସି ସମୟ ମଧ୍ୟ ଲେଖାହୋଇନଥିଲା । ତାଛଡା ଗ୍ରାହକ ମାନଙ୍କ ପ୍ରମାଣପତ୍ର ମଧ୍ୟ ଯାଞ୍ଚ କରାଯାଉନଥିଲା । ତେଣୁ ଜିଲ୍ଲା ମାଜିଷ୍ଟ୍ରେଟ୍ ନିଜେ ୨ ଜାଗାରେ ୫୦ ହଜାରର ଆଉ ୨ ଜାଗାରେ ୭୫ ହଜାରର ଫାଇନ୍ କାଟିଛନ୍ତି । ସର୍ବମୋଟ୍ ୨ ଲକ୍ଷ ୫୦ ହଜାରର ଫାଇନ୍ ମଦ ଦୋକାନରୁ କଟାଯାଇଛି ।

Leave a Reply

Your email address will not be published. Required fields are marked *