Pratidin TV

Odisha's Digital News Platform

ମାଣ୍ଡିଆ ଦିବସ ପାଳନ ଏବଂ ଏହାକୁ ଅଧିକ ଲୋକପ୍ରିୟ କରାଇବା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ…

1 min read

ମାଣ୍ଡିଆ ହେଉଛି ଜାତୀୟ ଖାଦ୍ୟ । ମାଣ୍ଡିଆ ଅତ୍ୟନ୍ତ ପୁଷ୍ଟିକର ହୋଇଥିବାରୁ ଏହାକୁ ଅଧିକ ଲୋକପ୍ରିୟ କରାଇବା ଉପରେ ଜିଲ୍ଲାପାଳ ଆଶିଷ ଠାକରେ ଗୁରୁତ୍ୱାରୋପ କରିଛନ୍ତି । ଚଳିତ ନଭେମ୍ବର ୯ ଓ ୧୦ ତାରିଖ ଦିନ କେନ୍ଦୁଝର ଜିଲ୍ଲାରେ ମାଣ୍ଡିଆ ଦିବସ ପାଳନ କରାଯାଇଥିଲେ । ଏହି ପରିପ୍ରେକ୍ଷୀରେ ଗତକାଲି ୭ ନଭେମ୍ବର ମଙ୍ଗଳବାର ଦିନ ଅପରାହ୍ନରେ ଦରବାର ହଲ୍‌ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ଠାକରେ ମାଣ୍ଡିଆ ଜାତୀୟ ଖାଦ୍ୟର ଉପକାରିତା ସଂପର୍କରେ ଆଲୋକପାତ କରି ଏହାର ବହୁଳ ଉପଯୋଗ ପାଇଁ ଆହ୍ୱାନ ଦେଇଛନ୍ତି । ମିଳିତ ଜାତିସଂଘ ୨୦୨୩ ମସିହାକୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ଘୋଷଣା କରିଛନ୍ତି ଜିଲ୍ଲାପାଳ ସୂଚନା ଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ବିଭିନ୍ନ ମିଲେଟ୍ ପ୍ରୋତ୍ସାହନ କାର୍ଯ୍ୟକ୍ରମକୁ ରାଜ୍ୟରେ ଉତ୍ସବ ଭାବେ ପାଳନ କରାଯାଉଛି । ନଭେମ୍ବର ୧୦ ତାରିଖକୁ ମିଲେଟ୍ ଦିବସ ବା ମାଣ୍ଡିଆ ଦିବସ ଭାବରେ ପାଳନ କରାଯାଉଛି । ତଦନୁଯାୟୀ କେନ୍ଦୁଝର ଜିଲ୍ଲାରେ ଡି.ଏମ୍‌.ଏଫ୍‌. ସହଯୋଗରେ ନମ୍ବର ୯ ଓ ୧୦ ତାରିଖରେ ଧରଣୀଧର ବିଶ୍ୱ ବିଦ୍ୟାଳୟ ପଡିଆରେ ଦୁଇଦିନିଆଁ ମାଣ୍ଡିଆ ଦିବସ ପାଳନ ଆୟୋଜନ କରାଯାଇଛି । ନଭେମ୍ବର ୧୦ ତାରିଖ ଦିନ ମୁଖ୍ୟ ଅତିଥି ଭାବେ ଓଡିଶାର କ୍ରୀଡା ଓ ଯୁବସେବା, ଇଲେକ୍‌ଟ୍ରୋନିକ୍ସ ଏବଂ ପ୍ରଯୁକ୍ତି ମନ୍ତ୍ରୀ ତୁଷାକାନ୍ତ ବେହେରା, ସମ୍ମାନନୀୟ ଅତିଥ୍ ଭାବେ ଜିଲ୍ଲାର ସାଂସଦ ଓ ବିଧାୟକ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଜିଲ୍ଲା କୃଷି ଅଧ୍ୟାକାରୀ ମିହିର କୁମାର ସାହୁ, ଉପନିର୍ଦ୍ଦେଶକ ସୂଚନା ଓ ଲୋକ ସଂପର୍କ, କେନ୍ଦୁଝର ସଂଜୀବ ବାରିକ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ ।

Advertisement

Leave a Reply

Your email address will not be published. Required fields are marked *