Pratidin TV

Odisha's Digital News Platform

ୟୁରୋପରେ ଚୋରୀ ହେଲା ଦିବ୍ୟଙ୍କା-ବିବେକଙ୍କ ପାସପୋର୍ଟ-ଟଙ୍କା, ଭାରତ ଫେରିବା ପାଇଁ ମାଗିଲେ ସାହାଯ୍ୟ 

ବିଦେଶରେ ଲୁଟର ଶିକାର ହେଲେ ସିରିଏଲ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ଓ ତାଙ୍କ ସ୍ୱାମୀ ତଥା ଅଭିନେତା ବିବେକ ଦାହ୍ୟା | କଳାକାରଙ୍କ କାର ଭାଙ୍ଗି ୧0 ଲକ୍ଷ ଟଙ୍କା, ପାସପୋର୍ଟ ନେଇ ଫେରାର ହୋଇଯାଇଛନ୍ତି ଲୁଟେରା | ଏପରି ଘଟଣା ଘଟିଛି ୟୁରୋପର ଫ୍ଲୋରେନ ସହରରେ | ଇନଷ୍ଟାଗ୍ରାମରେ ଭିଡ଼ିଓ ପୋଷ୍ଟ କରି ଘଟଣା ବିଷୟରେ ସୂଚନା ଦେଇଛନ୍ତି ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ | ଏଥିସହ ଭାରତ ଫେରିବାକୁ ସାହାଯ୍ୟ ମାଗିଛନ୍ତି |

ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିଛନ୍ତି କଳାକାର | ସୂଚନା ଅନୁସାରେ ମ୍ୟାରେଜ ଆନିଭର୍ସରି ପାଳନ କରିବାକୁ ଦିବ୍ୟଙ୍କା ଏବଂ ବିବେକ ୟୁରୋପ ଟ୍ରିପରେ ଯାଇଥିଲେ | କିନ୍ତୁ ତାଙ୍କ ପାଖରୁ ମୋଟ ୧0 ଲକ୍ଷ ଟଙ୍କା ସହ କିଛି ଦରକାରୀ ଜିନିଷ ଚୋରି ହୋଇଯାଇଛି | ତେବେ ସ୍ବଦେଶ ଫଟାଇବାକୁ ତାଙ୍କ ପାଖରେ ଅର୍ଥ ନଥିବାରୁ ଭାରତୀୟ ଦୂତାବାସଙ୍କ ପାଖରୁ ସହଯୋଗ ଲୋଡିଛନ୍ତି |

Leave a Reply

Your email address will not be published. Required fields are marked *