Pratidin TV

Odisha's Digital News Platform

ଭୁଲରେ ବି ଦୀପାବଳୀରେ କରନ୍ତୁ ନି ଏହି କାମ,ନହେଲେ ରାଗି ଯିବେ ମା ଲକ୍ଷ୍ମୀ..

ଚଳିତ ବର୍ଷ ଦୀପାବଳୀ ନଭେମ୍ବର ୧୨ ଅର୍ଥାତ୍ ରବିବାର ଦିନ ପଡୁଛି । ଯାହା ପାଇଁ ପ୍ରସ୍ତୁତ ହେୁଚି ସାରା ଦେଶ । କାରଣ ଦୀପାବଙ୍କୁ ପ୍ରତ୍ୟକ ବର୍ଷ ଇଙ୍ଗ ଧୁମଧାମରେ ପାଳିବା ପାଇଁ ଚାହିଁ ବସିଥାନ୍ତି ଲୋକେ । ଦୀପାବଳିର ଅର୍ଥ ହେଉଛି ଆଲୋକର ପର୍ବ, ସୁଖର ପର୍ବ । ସେଥିପାଇଁ ସମସ୍ତେ ଉତ୍ସାହର ସହିତ ଦୀପାବଳିକୁ ଅପେକ୍ଷା କରନ୍ତି । ଦୀପାବଳି ପର୍ବ କାର୍ତ୍ତିକ ମାସର ଅମାବାସ୍ୟା ଦିନ ପାଳନ କରାଯାଏ । ହିନ୍ଦୁଙ୍କ ବିଶ୍ୱାସ ରହିଛି ଯେ ଦୀପାବଳୀ ଅତ୍ୟନ୍ତ ଶୁଭ ଦିନ ଅଟେ । ଏହି ଦିନ ମାତା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ପୂଜା କରାଯାଏ । ଲୋକମାନେ ସେମାନଙ୍କୁ ରୀତିନୀତି ସହିତ ପୂଜା କରନ୍ତି । ଦୀପାବଳି ପୂଜା କଲେ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ସର୍ବଦା ଆପଣଙ୍କ ଉପରେ ଆଶୀର୍ବାଦ ରଖନ୍ତି । ଘରେ ସୁଖ ଏବଂ ସମୃଦ୍ଧତା ଅଛି, ଧନର ଅଭାବ ରହେ ନାହିଁ । ଆପଣ ଯଦି ଦୀପାବଳୀର ନିୟମ ନ ମାନନ୍ତି ତେବେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ରାଗି ଯିବେ । ସୂଚନା ଅଭାବରୁ ଲୋକମାନେ ଦୀପାବଳି ପୂଜା ସମୟରେ ଛୋଟ ଭୁଲ କରନ୍ତି, ଯେଉଁଥିପାଇଁ ସେମାନେ ପୂଜାର ସଠିକ୍ ଫଳାଫଳ ପାଆନ୍ତି ନାହିଁ ।

ଏଭଳି ପରିସ୍ଥିତିରେ ଦୀପାବଳି ପୂଜା ସମୟରେ କଣ କରିବା ଉଚିତ ଏବଂ କଣ କରାଯିବା ଉଚିତ ନୁହେଁ ତା ପ୍ରଥମେ ଜାଣି ନିଅନ୍ତୁ ।

  • ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ର ଅନୁଯାୟୀ , ଦୀପାବଳି ଦିନ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି । ଏପରି ପରିସ୍ଥିତିରେ ପୂଜାପାଠ ଏବଂ ଘର ସଫା କରିବା ଅତ୍ୟନ୍ତ ଜରୁରୀ ଅଟେ । ବିଶ୍ୱାସ କରାଯାଏ ଯେ ଦେବୀ ଲକ୍ଷ୍ମୀ କେବଳ ସେହି ଘରେ ପ୍ରବେଶ କରନ୍ତି ଯେଉଁଠାରେ ସ୍ୱଚ୍ଛତା ରହିଥାଏ । ଏପରି ପରିସ୍ଥିତିରେ ପୂଜା ଦିନ ଘର ଏବଂ ପୂଜାପାଠ ସ୍ଥାନ ପରିଷ୍କାର ହେବା ଆବଶ୍ୟକ ।
  • ପୂଜାପାଠ ସମୟରେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ମୂର୍ତ୍ତି ପୂର୍ବ ମୁହାଁ ରଖିବା ଉଚିତ୍ ଏବଂ ପୂଜକ ଅର୍ଥାତ ଯିଏ ପୂଜା କରୁଥିବେ ସେ ଉତ୍ତର ଆଡକୁ ବସିବା ଉଚିତ୍ । ପୂଜାରେ ରୂପା ମୁଦ୍ରା ଏବଂ ମାଙ୍କପ୍ରିୟ ପଦ୍ମ ଫୁଲ ଇତ୍ୟାଦି ରଖନ୍ତୁ । ଏହା ଦ୍ୱାରା ଘରେ ସୁଖ, ସମୃଦ୍ଧତା ଏବଂ ଶୁଭଫଳ ଆଣିଥାଏ ।

ଏଭଳି ଭାବେ ନିୟମ ମାନି ପୂଜା କଲେ ମା ଲକ୍ଷ୍ମୀ ସନ୍ତୁଷ ହେବେ ଏବଂ ଆପଣଙ୍କଘରେ କେବେ ବି ଧନ ର ଅଭାବ ଦେଖା ଦେବ ନାହିଁ ।

Leave a Reply

Your email address will not be published. Required fields are marked *