Pratidin TV

Odisha's Digital News Platform

ଟ୍ୱିନ୍ ସିଟିରେ ଜାରିହେଲା ଗାଇଡ୍‌ଲାଇନ : ଏଥର ଏମିତି ପାଳିବେ ଦୀପାବଳି

1 min read

ଭୁବନେଶ୍ୱର : ପ୍ରତିବର୍ଷ ଆଲୋକର ପର୍ବକୁ ବେଶ୍ ଉତ୍ସାହ,ଉଦ୍ଦୀପନାର ସହ ଚାହିଁରହିଥାନ୍ତି ଦେଶବାସୀ । ତେବେ କରୋନାର ଦୀର୍ଘ ୨ ବର୍ଷ ପରେ ଏଥର ଦୀପାବଳିକୁ ବେଶ୍ ଧୁମ ଧାମରେ ପାଳନ କରିବାକୁ ଭାବିଥିବା ଲୋକମାନଙ୍କ ଯୋଜନାରେ ଫସର ଫାଟିଯାଇଛି । ଏଥର ଟ୍ୱିନ୍ ସିଟିକୁ ନେଇ ଏକ ନୂଆ ଗାଇଡ୍‌ଲାଇନ ଜାରି କରାଯାଇଛି । ଏଥର ମାତ୍ର ୨ ଘଣ୍ଟା ବାଣ ଫୁଟାଇବାକୁ ମିଳିଛି ଅନୁମତି।

ଦୀପାବଳି ଦିନ ରାତି ୮ରୁ ୧୦ଟା ମଧ୍ୟ ବାଣ ଫୁଟାଇ ପାରିବେ ଲୋକେ। ତା ସହିତ ବାଣ ଫୁଟିଲେ ଶବ୍ଦ ୧୨୫ ଡେସିବେଲରୁ କମ୍ ହେବା ଦରକାର । ସମ୍ବେଦନଶୀଳ ଜାଗାରେ ବାଣ ଫୁଟା ଉପରେ କଟକଣା କରାଯାଇଛି। ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। କମିଶନରେଟ୍ ପୁଲିସ୍ ଏହି ଗାଇଡଲାଇନ୍ ଜାରି କରିଛି। କଟକ ଓ ଭୁବନେଶ୍ୱରବାସୀଙ୍କ ପାଇଁ ଏହି ନିୟମ ଲାଗୁ ହେବ।

ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ଦୀପାବଳୀରେ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏମିତିକି ଜେଲ ଯିବାକୁ ପଡ଼ିବ। ଦିପାବଳୀରେ ବାଣଫୁଟାକୁ ନେଇ ଦିଲ୍ଲୀ ସରକାର ବ୍ୟାନ୍ ଲଗାଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ସୂଚନା ଦେଇଛନ୍ତି। ଯେକୌଣସି ଲୋକ ବାଣ ଫୁଟାଇବେ, ସେମାନଙ୍କୁ ୬ ମାସ ଜେଲ ଦଣ୍ଡ ସହ ୨୦୦ ଟଙ୍କା ଜୋରିମାନା ହୋଇପାରେ ।
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଲ୍ଲୀରେ ଯେକୌଣସି ସ୍ଥାନରେ ବାଣ ତିଆରି, ସଂରକ୍ଷଣ ଏବଂ ବିକ୍ରି କରାଯାଉଛି, ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ୫୦୦୦ ଟଙ୍କା ଜୋରିମାନା ସହ ବିସ୍ଫୋରକ ଆଇନର ଧାରା ୯ B ଅନୁଯାୟୀ ତିନି ବର୍ଷ ଜେଲ ଦଣ୍ଡ ହେବ ।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି, ବେଆଇନ ବାଣ କାରବାର ଉପରେ ସ୍ୱତନ୍ତ୍ର ନଜର ରଖିଛି ପୁଲିସ୍। ନିୟମ ଭାଙ୍ଗି ବାଣ ବିକ୍ରି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।ପୁଲିସର କଡ଼ାକଡ଼ି ନିୟମ ସତ୍ତ୍ୱେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଣ ଭିଡ଼ି ବହୁ ଜୀବନ ଚାଲି ଯାଉଛି। ଗତକାଲି ଅନୁଗୋଳ ଜିଲ୍ଲା ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତର ସାଆନ୍ଦା ଗ୍ରାମରେ ବାଣ ଭିଡ଼ୁଥିବା ବେଳେ ତାହା ବିସ୍ଫୋରଣ ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ସେମାନେ ଅନୁଗୋଳ ଜିଲ୍ଲା ମୁଖ୍ୟାଳୟରେ ଚିକିତ୍ସାଧୀନ ଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବିନା ଲାଇସେନ୍ସରେ ସେମାନେ ବାଣ ଭିଡ଼ୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *