Pratidin TV

Odisha's Digital News Platform

(ଭିଡିଓ)ମୃତ୍ୟୁ ପୂର୍ବରୁ ଆଜେକ୍ସ ଡିଲିଟ୍ କରିଥିଲେ ପ୍ରେମିକାଙ୍କ ସବୁ ଚାର୍ଟ , କିନ୍ତୁ କାହିଁକି ?

1 min read

ଭୁବନେଶ୍ୱରେ : ରାଜ୍ୟରେ ଚହଳ ସୃଷ୍ଟି କରିଛି ଲୋକପ୍ରିୟ ଡିଜେ ଆଜେକ୍ସଙ୍କ ମୃତ୍ୟୁ । ବର୍ତ୍ତମାନ ଆଜେକ୍ସ ଲୋକମାନଙ୍କ ଭିଡରେ ନଥିବା କେହି ବିଶ୍ୱାସ ମଧ୍ୟ କରିପାରୁନାହନ୍ତି । ଅନ୍ୟପଟେ ପୁଣି ଗଣମାଧ୍ୟମ ଆଗରେ ବିସ୍ପୋରକ ବୟାନ ରଖିଛନ୍ତି ଆଜେକ୍ସଙ୍କ ବନ୍ଧୁ ରାହୁଲ । ସେ କହିଛନ୍ତି ଯେ ଫ୍ରେବୃଆରୀ ୨୮ ରେ ଆଜେକ୍ସ ପ୍ରେମିକା ଜିଜ୍ଞାସାଙ୍କ ବାର୍ଥ-ଡେ ସେଲିବ୍ରେଟ କରିଥିଲେ । ରାତିରେ ସାଙ୍ଗମାନଙ୍କୁ ଡାକି ଆସିମ୍ ରହୁଥିବା ଘରେ କେକ୍ କାଟିଥିଲେ । ତାପରେ ସମସ୍ତଙ୍କ ସହ ସେଲିବ୍ରେଟ କରି ଦୁହେଁ ଓୟୋ ଚାଲିଯାଇଥିଲେ ।

ତେବେ ରାହୁଲଙ୍କ କହିବା ଅନୁଯାୟୀ ପୋଲିସ ଆଜେକ୍ସଙ୍କ ଫୋନ ରଖି ସବୁ କଲ୍ , ମେସେଜ୍‌ର ଯାଞ୍ଚ କରୁଥିବା ବେଳେ ଜାଣିବାକୁ ପାଇଛି ଯେ , ଆଜେକ୍ସ ମୃତ୍ୟୁ ପୂର୍ବରୁ ନିଜର ଏବଂ ଜିଜ୍ଞାସାର ସବୁ ପର୍ସନାଲ ଚାର୍ଟ ଡିଲିଟ୍ କରିଦେଇଥିଲେ । ନା ଇଷ୍ଟା ନା ଫେସବୁକ୍ ନା ହ୍ୱାଟସଆପ୍ କେଉଁଥିରେ ବି ଆଜେକ୍ସ – ଜିଜ୍ଞାସାଙ୍କ ଚାର୍ଟ ଦେଖିବାକୁ ମିଳିନଥିଲା । ସବୁ ଚାର୍ଟ କ୍ଲିଅର କରିଦେଇଥିଲେ ଆଜେକ୍ସ । କିନ୍ତୁ କାହିଁକି ସେ ଏଭଳି କରିଥିଲେ ।

କଣ ଇଷ୍ଟା-ହ୍ୱାଟସଆପ୍ ଚାଟ୍‌ରେ ସେଭଳି କିଛି ଥିଲା ଯାହା ଆଜେକ୍ସଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇଥିଲା ନା କିଛି ଏମିତି ଚାର୍ଟ ଥିଲା ଯାହାଦ୍ୱାରା ପ୍ରେମିକା ଫସିଥାନ୍ତେ । ଏସବୁ ଭାବି ଆଜେକ୍ସ ଚାର୍ଟ ଡିଲିଟ୍ କରିଥିଲେ ନା ୟା ପଛରେ ମଧ୍ୟ ଆଉ କିଛି ବଡ ରାଜ୍ ଅଛି । ଲିଙ୍କ୍ କ୍ଲିକ୍ କରି ଦେଖନ୍ତୁ କଣ କହୁଛନ୍ତି ଆଜେକ୍ସଙ୍କ ବନ୍ଧୁ ।

Leave a Reply

Your email address will not be published. Required fields are marked *