Pratidin TV

Odisha's Digital News Platform

ମୃତ୍ୟୁ ପୂର୍ବରୁ ଆଜେକ୍ସଙ୍କ ଶେଷ ମେସେଜ୍ ; ବ୍ଲାକମେଲ କରୁଥିଲେ କି ଜିଜ୍ଞାସା !

ଭୁବନେଶ୍ୱର : ରାଜ୍ୟରେ ଅର୍ଚ୍ଚନା ନାଗ୍ , ନବଦାସଙ୍କ ପରେ ଏବେ ଚହଳ ପକାଇଛି ଡିଜେ ଆଜେକ୍ସଙ୍କ ମୃତ୍ୟୁ । ପରିବାରର ଅଭିଯୋଗ ପରେ ସମୃକ୍ତ ଘଟଣାରେ ୨ ଜଣଙ୍କ ନାରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ଖାରବେଳନଗର ଥାନା ପୋଲିସ । ତେବେ ଆଜି ଗର୍ଲଫ୍ରେଣ୍ଡ ଜିଜ୍ଞାସା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଜେରା କରିପାରେ ପୋଲିସ ।

ଗତ ଶନିବାର ସନ୍ଧ୍ୟାରେ ଆଜେକ୍ସ ନିଜ ଖାରବେଳନଗରସ୍ଥିତ ଘରେ ଫ୍ୟାନରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିଥିଲେ । ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସ୍‌ପିଟାଲ ନେଇଥିଲେ ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆଜେକ୍ସ ଏଭଳି ଚରମ ପଦକ୍ଷେପ ଉଠାଇବା ପଛରେ ଗର୍ଲଫ୍ରେଣ୍ଡ ଏବଂ ତାଙ୍କ ଜଣେ ବନ୍ଧୁଙ୍କ ସମ୍ପୃକ୍ତି ଥିବା କହିଥିଲେ ପରିବାର ଏବଂ ଆଜେକ୍ସଙ୍କ ଦୁଇ ସାଙ୍ଗ । ଏହା ସହ ସେମାନେ ଥାନାରେ ୨ ଜଣଙ୍କ ନାଁରେ ଲିଖିତ ଅଭିଯୋଗ କରିବା ସହ ଅନେକ ତଥ୍ୟ ପୋଲିସକୁ ହସ୍ତାନ୍ତର କରିଥିବା ବେଳେ ପୋଲିସ ହାତରେ ବାଜିଛି ଆଜେକ୍ସଙ୍କ ମୋବାଇଲ । ଯେଉଁଥିରେ ଅନେକ ବଡ ବଡ ଗୁମର ଫିଟିପାରେ ବୋଲି କହିଛି ପୋଲିସ । ତେବେ ମିଳିଥିବା ସୂଚନା ଅନୁଯାୟୀ ଆଜେକ୍ସ ନିଜ ପେମିକାଙ୍କୁ ମୃତ୍ୟୁ ପୂର୍ବଦିନ ରାତିରେ ୧୦୦ ଥର କଲ୍ କରିଛନ୍ତି । ତାସହ ପ୍ରେମିକା ଜିଜ୍ଞାସାକୁ ଦେଖାକରିବାକୁ ମଧ୍ୟ ରାତି ୨ ଟା ସମୟରେ ଯାଇଥିଲେ ।

ତେବେ ସେଠାରେ ଜିଜ୍ଞାସା ଆଜେକ୍ସଙ୍କୁ ୨ ଚାପୁଡା ମାରି ପଳେଇଥିଲେ । ଏବଂ ଆଜେକ୍ସ ପୁଣିଥରେ ନିଜ ଘରକୁ ଫେରିଆସି ପ୍ରେମିକାଙ୍କୁ ମେସେଜ୍ କରିଥିଲେ । ଯେ ‘ତୁମେ ସବୁ ସୁନା,ଗହଣା ଓ ଟଙ୍କା ସିନା ପାଇବ କିନ୍ତୁ ମୋତେ ଆଉ ପାଇବନି’ । ମୃତ୍ୟୁ ପୂବଦିନ ରାତିରେ ଆଜେକ୍ସ ଜିଜ୍ଞାସାକୁ କିଛି ଏଭଳି ମେସେଜ୍ କରିଥିବା ସୁରାଗ୍ ମିଳିଛି ।

ଅନ୍ୟପଟେ ୨୮ ଫ୍ରେବୃଆରୀରେ ପ୍ରେମିକାଙ୍କ ବାର୍ଥ ଡେ ସେଲିବ୍ରେଟ କରିବା ପାଇଁ ଓୟୋରେ ଏକ ରୁମ୍ ବୁକ୍ କରିଥିଲେ ଆଜେକ୍ସ । ସେହି ସମୟର କିଛି ଅଡ ସିନ୍ ,ଅନ୍ତରଙ୍ଗ ଫଟୋ ବା ଭିଡିଓକୁ ନେଇ ପ୍ରେମିକା ଜିଜ୍ଞାସା ଆଜେକ୍ସଙ୍କୁ ବ୍ଲାକମେଲ କରୁଥିବା ଖବର ମିଳିଛି ।

Leave a Reply

Your email address will not be published. Required fields are marked *