Pratidin TV

Odisha's Digital News Platform

(ଭିଡିଓ)‘ମୁଁ ପାଉଁସ ହେବା ପୂର୍ବରୁ ଥରେ ଆସି ଦେଖିଯିବ’ – ଆଜେକ୍ସଙ୍କ ଶେଷ ଅଡିଓ ମେସେଜ୍

1 min read

ଭୁବନେଶ୍ୱର : ପ୍ରେମରେ ହାରି ନିଜର ଜୀବନ ଦେବାକୁ ନିଷ୍ପତ୍ତି ନେଇଯାଇଥିଲେ ଆଜେକ୍ସ । ମୃତ୍ୟୁର ଠିକ୍ ପୂର୍ବଦିନ ରାତିରେ ପ୍ରେମିକାଙ୍କୁ ଦୂରରୁ ଦେଖି ଖୁସିଯାଇଥିଲେ । କିନ୍ତୁ କିଛି ସମୟ ପରେ ନିଜ ପ୍ରେମିକା ଓ ଡାକ୍ତରୀ ବନ୍ଧୁ ରଶ୍ମୀଙ୍କୁ ଦେଖି ସବୁ ଖୁସି ୍‌ଯେମିତି ଲୁହର ସୁଅରେ ଭାସିଯାଇଥିଲା । ପ୍ରେମିକା ଜିଜ୍ଞାସାକୁ ଦୂରରୁ ଦେଖି ନିଜର ଭଏସ୍ ରେକଡ କରିଥିଲେ ଆଜେକ୍ସ । ନିଜ ଜୀବନଠାରୁ ବି ଅଧିକ ଭଲପାଉଥିବା ପ୍ରେମିକାଙ୍କୁ ଅନ୍ୟକାହା ସହ ଦେଖି ସହିପାରିନଥିଲେ । ଆଉ ପ୍ରେମିକାର କଠୋର ବ୍ୟବହାରକୁ ସହି ପାରିନଥିଲେ ଆଜେକ୍ସ । ପ୍ରେମିକାର ଘୃଣା ବୋଧ ହୁଏ ତାଙ୍କୁ ନିଜ ଜୀବନ ପ୍ରତି ବିତୃଷ୍ଣା ନେଇଆସିଥିଲା ।

କିନ୍ତୁ ମୃତ୍ୟୁ ପରେବି ଜିଜ୍ଞାସାକୁ ହିଁ ଚାହିଁବେ ବୋଲି ଅଡିଓ ମେସେଜ୍‌ରେ କହିଛନ୍ତି ଆଜେକ୍ସ । କାନ୍ଦି କାନ୍ଦି ନିଜ ମନର କଷ୍ଟ,ଯନ୍ତ୍ରଣାକୁ ବାହାର କରିଛନ୍ତି । ଆଉ କହିଛନ୍ତି ଯେ ମୋ ବଡି ଜଳିବା ପୂର୍ବରୁ ଥରୁଟିଏ ଆସି ହଗ୍ କରିଦେବ , ମୋ ଶେଷ ଇଛା ପୁରଣ କରିଦେବ ।

Advertisement

Leave a Reply

Your email address will not be published. Required fields are marked *