Pratidin TV

Odisha's Digital News Platform

(ଭିଡିଓ) ‘ଜିଜ୍ଞାସା ବହୁତ୍ ଡେନଜରିଅସ୍ ଝିଅ ତା ପାଇଁ ମୋ ପୁଅ ମରିଛି’– ଡିଜେ ଆଜେକ୍ସଙ୍କ ମାଁ

ଭୁବନେଶ୍ୱର : ଚାରି ଦିନ ତଳେ ବେଶ୍ ଖୁସ ମିଜାଜରେ ସାଙ୍ଗର ଜନ୍ମଦିନ ପାଳନ କରିବା ସହ ବେଶ୍ ଖୁସ ମିଜାଜରେ କେକ୍ କାଟି , ସେଲଫି ନେଇ ବିନ୍ଦାସ ମଜା କରୁଥିଲେ ଚର୍ଚ୍ଚିତ ଡିଜେ ଆଜେକ୍ସ । କିନ୍ତୁ ଆଜି ବଦଳି ଯାଇଛି ତାଙ୍କ ପୁରା ଦୁନିଆ । ପରିବାରକୁ ଏକା କରି ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି ଡିଜେ ଆଜେକ୍ସ(ଅକ୍ଷୟ ମହାରଣା) । ରବିବାର ଭୁବନେଶ୍ୱର ଖାରବେଳନଗର ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ବେକରେ ବେଡସିଟ୍ ଲଗାଇ ଫ୍ୟାନରେ ଝୁଲିପଡିଛନ୍ତି ଡିଜେ ଆଜେକ୍ସ । ତେବେ ତାଙ୍କର ହଠାତ୍ ଏପରି ଆତ୍ମହତ୍ୟା ପାଇଁ ଆଜେକ୍ସ ଙ୍କ ପରିବାର ଜିଜ୍ଞାସା ନାମକ ଜଣେ ଯୁବତୀ ଓ ତାଙ୍କ ବନ୍ଧୁଙ୍କ ସପୃକ୍ତିର ଅଭିଯୋଗ ଆଣିଛି । ଏନେଇ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଦେଇଛି ।

କିନ୍ତୁ ଏସବୁ ଭିତରେ ଉଜୁଡିଯାଇଛି ପରିବାରର ଏକମାତ୍ର କୂଳନନ୍ଦନ । କାନ୍ଦି କାନ୍ଦି ଲୁହ ଶୁଖୁନି ମାଁ ଆଖିରୁ । ମାତ୍ର ୨୮ ବର୍ଷ ବୟସରେ ମାଁର ପଣତ ଛାଡି ଚାଲିଯାଇଛି ତା କୁଳଦୀପ । କେମିତିବା ଧର୍ଯ୍ୟ ଧରି ବସିବ ମା । କୋଳଖାଲି କରି ଚାଲିଯାଇଛି ଏକକଳାବିଶିକେଶନ , ଝୁରୁଛି ପରିବାର ଝୁରୁଛନ୍ତି ପ୍ରଶଂସକ । ଲିଙ୍କ୍ କ୍ଲିକ୍ କରି ଦେଖନ୍ତୁ କଣ କହୁଛନ୍ତି ଆଜେକ୍ସଙ୍କ ମାଁ …

Leave a Reply

Your email address will not be published. Required fields are marked *