Pratidin TV

Odisha's Digital News Platform

‘ମୋ ପୁଅ ନାଁରେ ମିଛ ଷଡଯନ୍ତ୍ର ,ବଦନାମ କରିବାକୁ ଏସବୁ ଜିଜ୍ଞାସାର ଚକ୍ରାନ୍ତ’ – ଆଜେକ୍ସଙ୍କ ମାଁ

ଭୁବନେଶ୍ୱର : ଡିଜେ ଆଜେକ୍ସଙ୍କ ମୃତ୍ୟୁରେ ନୁଆ ଟୁଇଷ୍ଟ । ମାଁ ଖୋଲିଲେ ୩ ଯୁବତୀଙ୍କ ନାଁରେ ପ୍ରଚାର ହେଉଥିବା ମିଛ ଖବର । ପ୍ରେମରେ ପ୍ରତାରଣା ପରେ ଡିଜେ ଆଜେକ୍ସଙ୍କ ମୃତ୍ୟୁ କୁ ନେଇ ଡାକ୍ତରୀ ପ୍ରେମିକା ଜିଜ୍ଞାସା ନାଁରେ ପରିବାର ଅଭିଯୋଗ ଆଣିଥିଲେ । କିନ୍ତୁ ସମୃକ୍ତ ମାମଲାରେ ସବୁ ତଥ୍ୟ ପ୍ରମାଣ ଜିଜ୍ଞାସା ବିରୁଧରେ ଥାଇ ମଧ୍ୟ ପୋଲିସର ନରମ ସୋଭାବ କାହିଁକି ? ନିକଟରେ ଏକ ଖବର ଶୁଣିବାକୁ ମିଳିଥିଲା ଯେ ଆଜେକ୍ସ ଜଣେ ନୁହେଁ, ତିନି ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଆଜେକ୍ସ। ତିନି ଯୁବତୀ ଏସବୁ ଜାଣିବା ପରେ ହ୍ୱାଟ୍ସଆପରେ ଏକ ଗ୍ରୁପ୍ ଖୋଲିଥିଲେ।

ଏହି ଗ୍ରୁପରେ ସମ୍ପୃକ୍ତ ୩ ଯୁବତୀ ଆଜେକ୍ସ ବିଷୟରେ କଥା ହେଉଥିଲେ। ଆଜେକ୍ସ କିଭଳି ସେମାନଙ୍କୁ ପ୍ରେମ ଜାଲରେ ଫସାଇଥିଲେ, ସେସମ୍ପର୍କରେ ସେମାନେ କଥା ହେଉଥିଲେ।ଆଜେକ୍ସଙ୍କ ମୁଖା ଖୋଲିବାକୁ ୩ ଯୁବତୀ ଏକାଠି ହୋଇଥିଲେ ଓ ଏମାନେ ଆଜେକ୍ସଙ୍କୁ ଏକ୍ସପୋଜ୍ କରିବାକୁ ହ୍ୱାଟ୍ସଆପ୍ରେ ଏହି ଗ୍ରୁପ୍ କରିଥିଲେ।

ଏସମ୍ପର୍କରେ ପୋଲିସ୍ ସୁରାକ ପାଇବା ପରେ ସମ୍ପୃକ୍ତ ଯୁବତୀଙ୍କୁ ପଚରାଉଚରା ପାଇଁ ପୋଲିସ୍ ଯୋଜନା ଚଳାଇଛି। ଖୁବ୍ଶୀଘ୍ର ବାକି ୨ ଯୁବତୀଙ୍କୁ ଖାରବେଳନଗର ପୋଲିସ ଜେରା କରିବ ବୋଲି ଜଣାପଡ଼ିଥିଲା । କିନ୍ତୁ ବର୍ତ୍ତମାନ ଏସବୁ ମିଛ ବୋଲି ଗଣମାଧ୍ୟମ ଆଗରେ ତଣ୍ଟି ଫଟାଇ କହିଛନ୍ତି ଆଜେକ୍ସଙ୍କ ମାଁ । ସେ କହିଛନ୍ତି ଯେ ଯଦି ଏସବୁ ସତ ତେବେ ଆଜେକ୍ସର ମୋବାଇଲରେ ସେ ତଥ୍ୟ କାହିଁ । ପୋଲିସ ସେସବୁକୁ ସାମ୍ନାକୁ ଆଣୁନି କାହିଁକି । ମୋ ପୁଅ କେବଳ ସେ ଜିଜ୍ଞାସାକୁ ଭଲପାଉଥିଲା । ତାରି ପାଇଁ ଜୀବନ ହାରିଲା । ବର୍ତ୍ତମାନ ଜିଜ୍ଞାସା ଏସବୁରୁ ବାହରିବା ପାଇଁ ମୋ ପୁଅ ନାଁକୁ ବଦନାମ୍ କରୁଛି । ସେହିଁ କିଛି ଝିଅ ମାନଙ୍କୁ ଠିକ୍ କରି ମୋ ପୁଅକୁ ବଦନାମ କରିବାର ପ୍ଲାନିଂ କରୁଛି । ଆଉ ପୋଲିସ ପାଖରେ ସବୁ ପ୍ରମାଣ ଥାଇବି ସେ ଚୁପ୍ ବସିଛି । ପୋଲିସ ମଧ୍ୟ ଏସବୁରେ ଜିଜ୍ଞାସାକୁ ସାହାର୍ଯ୍ୟ କରୁଛି ବୋଲି ଗଣମାଧ୍ୟମ ଆଗରେ ବୟାନ ରଖିଛନ୍ତି ଆଜେକ୍ସଙ୍କ ମାଁ ।

Leave a Reply

Your email address will not be published. Required fields are marked *