Pratidin TV

Odisha's Digital News Platform

ପିତୃପକ୍ଷରେ କରନ୍ତୁ ଏହି କାମ; ମିଳିବ ପିତୃପୁରୁଷଙ୍କଠାରୁ ଆଶୀର୍ବାଦ, ଖୁସି ହେବେ ସାତ ପୁରୁଷ

1 min read

ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ କାଳ ବା ପକ୍ଷକୁ ପିତୃପକ୍ଷ କୁହାଯାଏ । ଏହି ସମୟ ପିତୃ ଉପାସନାର ପ୍ରକୃଷ୍ଟ ସମୟ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । ଏହି ସମୟରେ ହେମନ୍ତ ଋତୁ ଧରାପୃଷ୍ଟରେ ପ୍ରବେଶ କରେ ଓ ‘ଭଗ ନାମକ ହିରଣ୍ୟ ରେତସ ସୂର୍ଯ୍ୟ’ କନ୍ୟା ରାଶିକୁ ସ୍ପର୍ଶ କରନ୍ତି ଅର୍ଥାତ୍ ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦ ତିଥି ଆରମ୍ଭ ହୁଏ । କୁହାଯାଏ ଯେ, ଏହି ସମୟରେ ପିତୃଲୋକର ସବୁ ଅତୃପ୍ତ ପ୍ରେତ ପ୍ରେତତ୍ତ୍ୱରୁ ମୁକ୍ତି ପାଇଥାନ୍ତି । ଆଶ୍ୱିନ ମାସର ଚାନ୍ଦ୍ରମାସ ପକ୍ଷ ବା କୃଷ୍ଣପକ୍ଷ ପୃଥିବୀପୃଷ୍ଠଟି ମହାଆଳୟରେ ପରିଣତ ହୋଇଥାଏ । ପିତୃ ଓ ଅବିମୁକ୍ତ ପିତୃ ଉଭୟ ଶ୍ରଦ୍ଧା କାମନାରେ ନିଜ ଗୃହରେ ଉପଗତ ହୋଇଥାଆନ୍ତି ।

ପିତୃପକ୍ଷର ପ୍ରତ୍ୟେକ ଦିନ ସକାଳେ ଘରର ମୁଖ୍ୟ ଦ୍ବାରରେ ଜଳ ପ୍ରଦାନ କରନ୍ତୁ। ସନ୍ଧ୍ୟା ସମୟରେ ଦକ୍ଷିଣ ଦିଗରେ ଦୀପ ଲଗାନ୍ତୁ।ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ଘରର ମୁଖ୍ୟ ଦ୍ବାରକୁ ସବୁବେଳେ ସଫା ରଖନ୍ତୁ।

Advertisement

ଶ୍ରାଦ୍ଧ କର୍ମରେ କଳା ରାଶି ବ୍ୟବହାରର ବିଶେଷ ଫଳ ପ୍ରାପ୍ତି ହୋଇଥାଏ। ଏଥିପାଇଁ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧା ଦେବା ସମୟରେ କଳା ରାଶି ଓ କୁଶ ନିଶ୍ଚିତ ଭାବରେ ପାଣିରେ ମିଶିଯାଏ। ଏହା ବିନା ପୂର୍ବପୁରୁଷମାନେ ମୁକ୍ତି ପାଆନ୍ତି ନାହିଁ। ବିଶ୍ୱାସ ରହିଛି ଯେ ତର୍ପଣରେ କଳା ରାଶିର ବ୍ୟବହାର କଲେ ସାଥ ପିଢିକୁ ଏହାର ଫାଇଦା ମିଳିଥାଏ। ଏହାବ୍ୟତୀତ ପିତୃପକ୍ଷରେ ଓସ୍ତ ଗଛ ତଳେ ପୂଜା କରିବା ସମୟରେ ସୋରିଷ ତେଲରେ କଳା ରାଶି ପକାଇ ପୂଜା କରିବା ଦ୍ୱାରା ପରିବାରକୁ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ। ଏହାସହିତ ଯଦି ପିତୃପକ୍ଷରେ ଆପଣଙ୍କ ଘରେ ଅଶାନ୍ତି ବାତାବରଣ ହେଉଛି ତେବେ ଏକାଦଶୀରେ କ୍ଷୀରରେ କଳା ରାଶି ମିଶାଇ ଓସ୍ତ ଗଛ ତଳେ ଅର୍ପଣ କରିବା ଦ୍ୱାରା ସବୁ ପ୍ରକାର ଅସୁବିଧା ଦୂର ହୋଇଥାଏ।

ପିତୃପକ୍ଷରେ କେଶ କାଟନ୍ତୁ ନାହିଁ। କୌଣସି ଶୁଭ କାର୍ଯ୍ୟର ଆରମ୍ଭ କରନ୍ତୁ ନାହିଁ। ଏଭଳି କରିବା ଦ୍ବାରା ପିତୃମାନଙ୍କ କୋପ ଦୃଷ୍ଟି ପଡ଼ିଥାଏ ବୋଲି ବିଶ୍ବାସ ଅଛି। ପିତୃଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରାହ୍ମଣଙ୍କ ଭୋଜନ କରାନ୍ତୁ। ପଶୁପକ୍ଷୀଙ୍କୁ ଅନ୍ନ ଜଳ ଦେଲେ ବିଶେଷ ଲାଭ ହୋଇଥାଏ। ଏହାଦ୍ବାରା ପିତୃଗଣ ସନ୍ତୁଷ୍ଟ ହୋଇଥାନ୍ତି।

ଏହି ଶନିବାରଠାରୁ ଆରମ୍ଭ ହୋଇଛି ପିତୃପକ୍ଷ। ଏହା ୧୫ ଦିନ ଅର୍ଥାତ୍ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ । ଏହି ୧୫ ଦିନରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ପିଣ୍ଡଦାନ କରାଯାଇଥାଏ। ଏଥିଲାଗି ଶ୍ରୀକ୍ଷେତ୍ରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ପିତୃପକ୍ଷ ପ୍ରଥମ ଦିନରେ ତୀର୍ଥରାଜ ମହୋଦଧି, ଶ୍ୱେତଗଙ୍ଗା, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ ଓ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ସ୍ନାନକରି ତିଳତର୍ପଣ କରିଛନ୍ତି । ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦାଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନକୁ ପିତୃପକ୍ଷ କୁହାଯାଏ । ପିତୃ ପୁରୁଷଙ୍କ ମୃତ୍ୟୁ ତିଥିରେ ତାଙ୍କ ଉତ୍ତର ପୁରୁଷ ତିଳତର୍ପଣ ସହ ମହାଳୟା ବିଧିରେ ଶ୍ରାଦ୍ଧ ପ୍ରଦାନ କରିଥାନ୍ତି । ଯେଉଁମାନେ ତିଥିରେ ଶ୍ରାଦ୍ଧ କରିପାରନ୍ତି ନାହିଁ ସେମାନେ ମହାଳୟା ଦିନ ଶ୍ରାଦ୍ଧ ପ୍ରଦାନ କରିଥାନ୍ତି |

Leave a Reply

Your email address will not be published. Required fields are marked *