Pratidin TV

Odisha's Digital News Platform

୮ଘଣ୍ଟା ଶୋଇବା ପରେ ମଧ୍ୟ ଥକା ଲାଗୁଛି କି ! ଜାଣନ୍ତୁ କେଉଁ ଭିଟାମିନ୍ ଅଭାବରେ ଦେଖାଦିଏ ଏଭଳି ଲକ୍ଷଣ ଓ ଜାଣନ୍ତୁୁ ନିରାକରଣ ……

1 min read

ଭୁବନେଶ୍ୱର ; କଣ ରାତିରେ ୮ ଘଣ୍ଟା ଶୋଇବ ପରେ ମଧ୍ୟ ଆପଣଙ୍କୁ ଥକ୍କା ଅନୁଭବ ହେଉଛି । ରାତିରେ ଭଲସେ ଶୋଇଲେ ମଧ୍ୟ ଦିନରେ ଫ୍ରେସ ଫିଲ ହେଉନାହିଁ । ଅଫିସରେ ଅସମୟରେ ନିଦ ଲାଗୁଛି ଆଉ ତାସହ କ୍ଲାନ୍ତବି । ଏହାକୁ ଜମାରୁ ବି ଅଣଦେଖା କରନ୍ତୁ ନାହିଁ । କାରଣ ଏହା ଆମ ଶରୀରର ଅନେକ ଭିଟାମିନ ଅଭାବର ଲକ୍ଷଣ ହୋଇଥାଏ । ଦିନସାରା ଆମ ଶରୀରରେ କେତେ ଏନର୍ଜି ରହିବ ତାହା ଆମ ଖାଦ୍ୟ ଉପରେ ନିର୍ଭର କରେ । ଆମ ଖାଦ୍ୟରେ ଅନେକ ଭିଟାମିନ ଏବଂ ମିନରାଲ୍ସ ଅଛି ଯାହା ଶରୀରରେ ମେଟାବୋଲିଜିମ୍ ବଢାଏ ଥାଏ ଓ ଶକ୍ତି ବୃଦ୍ଧି କରିବାରେ ସାହାର୍ଯ୍ୟ କରେ ।
କିନ୍ତୁ ଯେତେବେଳେ ଶରୀରରେ ଏସବୁର ଅଭାବ ହୁଏ ସେତେବେଳେ ଆମ ସ୍ୱାସ୍ଥ୍ୟ ଏଭଳି କିଛି ଲକ୍ଷଣ ଦେଖାଦିଏ ।

ଭିଟାମିନ୍ ବି ୧୨ – ଏହି ପୋଷକ ତତ୍ୱ ଆମ ଶରୀରରେ ରେଡ୍ ବ୍ଲଡ୍ ସେଲ୍ ଯୋଗାଇବା ସହ ଏନର୍ଜି ଯୋଗାଇଥାଏ । ଯଦି ଶରୀରରେ ଏହାର ଅଭାବ ହୁଏ ତେବେ ଆମକୁ ଥକ୍କା ଓ ଦୁର୍ବଳ ଲାଗିଥାଏ । ଏହାକୁ ଦୂର କରିବା ପାଇଁ ଭିଟାମିନ ବି-୧୨ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ । ଯାହା ଆମକୁ ମାଛ,ମାଂସ ,ଅଣ୍ଡା ଓ କ୍ଷୀର ଜାତୀୟ ଦ୍ରବ୍ୟରେ ମିଳିବ ।

Advertisement

ଭିଟାମିନ ସି- ଏହା ଶରୀରରେ ଶକ୍ତି ଉତ୍ପାଦନ ଏବଂ ମାଂସପେଶୀକୁ କାର୍ଯ୍ୟରେ ଲଗାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ । ଏହା ଅଭାବରୁ ମଧ୍ୟ ମଣିଷକୁ ଥକ୍କା ଓ ମାନ୍ଦା ଲାଗିଥାଏ । ଖଟାଫଳ ଯେମିତି ଅଁଳା,ଲେମ୍ବୁ,କମଳା ଖାବା ସହ ଷ୍ଟ୍ରବେରୀ ,କ୍ୱିଓି୍ୱ , କ୍ୟାପସିକମ୍ ଏବଂ ଶାଗ ଖାଇବା ଉଚିତ୍ ।

ଭିଟାମିନ ଡି– ଏହା ଆମ ଶରୀରକୁ ଶକ୍ତି ଯୋଗାଏ । ଯଦି ଏହି ପୋଷକ ତତ୍ତ୍ୱର ଅଭାବ ଥାଏ ତେବେ ଆମକୁ ଥକାପଣ ଏବଂ ମାଂସପେଶୀ ଦୁର୍ବଳ ଲାଗିଥାଏ । ସେଥିପାଇଁ ଆମକୁ ଫ୍ୟାଟିଫାଇଡ୍ ,ଚର୍ବିଯୁକ୍ତ ଖାଦ୍ୟ ଖାଇବା ସହ ସକାଳ ସୂର୍ଯ୍ୟଆଲୋକରେ ସମୟ ବିତାଇବା ଆବଶ୍ୟକ ।
ଆଇରନ୍ –ଶରୀରର କୋଷ ମଧ୍ୟରେ ଅକ୍ସିଜେନ ଦେବା ପାଇଁ ଆଇରନ୍ ଅନେକ ସାହାର୍ଯ୍ୟ କରିଥାଏ । ଆମ ଶରୀରରେ ଏହା ଅଭାବ ଯୋଗୁ ଏନିମିଆ ଥକାପଣ ଭଳି ରୋଗ ଦେଖାଦିଏ । ତେବେ ଆମକୁ ଶରୀରରେ ଏହି ଅଭାବ ଦୂର କରିବା ପାଇଁ ମସୁର ଡାଲି,ପାଳଙ୍ଗ,ବିନ୍ସ,ରେଡ୍ ମିଟ୍ ଓ ଆଇରନ୍ ବଟିକା ଖାଇବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *