Pratidin TV

Odisha's Digital News Platform

କେତେ କୋଟିର ସୁନାଚାନ୍ଦି ରଖିଛନ୍ତି ଅମିତାଭ ବଚ୍ଚନ? ବ୍ୟାଙ୍କ ବାଲାନ୍ସ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ,ଜାଣନ୍ତୁ ଏଠାରେ

1 min read

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଆଜି ୮୧ ବର୍ଷ ବୟସ ପୂରଣ କରିଛନ୍ତି । ଏପରିକି ଏହି ବୟସରେ ବି ତାଙ୍କ ଫ୍ୟାଶନ୍ ଇନ୍ସ ନୂଆପିଢୀଙ୍କୁ ମଧ୍ୟ ମାତ ଦେଉଛି । ତେବେ ତାଙ୍କ ଜନ୍ମ ଦିନରେ ତାଙ୍କ ପସନ୍ଦିତା ଜିନିଷ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ । ମହାନାୟକ ଅମିତାଭ ଅଳଙ୍କାରକୁ ବହୁତ ଭଲ ପାଆନ୍ତି । ଏହାର ପ୍ରମାଣ ହେଉଛି ତାଙ୍କ ପାଖରେ ପ୍ରାୟ ୩୫ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ଅଛି । ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ମଧ୍ୟ ସୁନା ଓ ରୂପାକୁ ଭଲ ପାଆନ୍ତି । ଏଥିପାଇଁ ତାଙ୍କ ପାଖରେ କୋଟି କୋଟି ଟଙ୍କା ମୂଲ୍ୟର ଅଳଙ୍କାର ରହିଛି । ତେବେ ଆପଣ ଜାଣିଛନ୍ତି ଅମିତାଭ ବଚ୍ଚନଙ୍କ ବ୍ୟାଙ୍କ ବାଲାନ୍ସ କେତେ? ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ଅଭିନେତ୍ରତୀ ହେବା ସହ ଜଣେ ରାଜ୍ୟସଭା ସାଂସଦମଧ୍ୟ ଅଟନ୍ତି । ସାଂସଦମାନଙ୍କୁ ସେମାନଙ୍କର ସମ୍ପତ୍ତି ଏବଂ ସେମାନଙ୍କ ସ୍ୱାମୀଙ୍କ ବିବରଣୀ ଦେବାକୁ ପଡିବ । ଏଥପିାଇଁ ସାଂସଦରେ ଦର୍ଶାଯାଇଥିବା ତାଲିକା ଅନୁସାରେ ୨୦୧୮ ରେ ଅମିତାଭଙ୍କ ପାଖରେ ୩୫ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ଥିଲା । ତେବେ ଏଥିରେ କେତେ ସୁନା ଏବଂ କେତେ ରୂପା ଅଛି ଆସନ୍ତୁ ଜାଣିବା ।

ଅମିତାଭ-ଜୟାଙ୍କର କେତେ ସୁନା ଓ ରୂପା ଅଛି?
ଅମିତାଭ ବଚ୍ଚନ ଅନେକ ସମୟରେ ସୁନାଗହଣ ବିଜ୍ଞାପନ କରିଥାନ୍ତି । ଏବଂ ତାଙ୍କୁ ଅନେ ଜୁଲାରୀ କମ୍ପାନୀ ତାଙ୍କୁ ନିଜ ବ୍ରାଣ୍ଡ ଆମ୍ବାସଡର ମଧ୍ୟ କରିଛନ୍ତି । କିନ୍ତୁ ବାସ୍ତବ ଜୀବନରେ ସେ ସୁନା-ରୂପାକୁ ଅଧିକ ଭଲ ପାଆନ୍ତି । ତାଙ୍କର ୨୮ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ଅଛି । ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନଙ୍କର ପାଖରେ ମଧ୍ୟ ୨ କୋଟି ଟଙ୍କା ସୁନା, ୮୯ ଲକ୍ଷ ଟଙ୍କା ମୂଲ୍ୟର ରୂପା ସାମଗ୍ରୀ, ୭୦ ଲକ୍ଷ ଟଙ୍କା ମୂଲ୍ୟର ରୂପା ଇଟା ଏବଂ ୨୨ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ରହିଛି ।

ଅମିତାଭ ବଚ୍ଚନଙ୍କ ଅଳଙ୍କାର ସମ୍ପତ୍ତି ବିଷୟରେ ଆପଣମାନେ ଜାଣିଲେ , କିନ୍ତୁ ଆପଣ ଜାଣନ୍ତି କି ଅମିତାଭ ବଚ୍ଚନ ପ୍ୟାରିସ ବ୍ୟାଙ୍କରେ ଟଙ୍କା ଜମା କରିଛନ୍ତି ଏବଂ ତାଙ୍କ ପାଖରେ କୋଟି କୋଟି ଟଙ୍କା ମୂଲ୍ୟର ବ୍ୟାଙ୍କ ବାଲାନ୍ସ ଅଛି । ମୁମ୍ବାଇ ଏବଂ ଫ୍ରାନ୍ସର ବିଭିନ୍ନ ବ୍ୟାଙ୍କରେ ଅମିତାଭ ବଚ୍ଚନଙ୍କର ମୋଟ ବ୍ୟାଙ୍କ ବାଲାନ୍ସ ୪୭,୭୫,୯୫,୩୩୩ ରହିଛି । ସେ ସର୍ବାଧିକ ୪୦ କୋଟି ଟଙ୍କା ଏଫଡି ବ୍ୟାଙ୍କ ଅଫ୍ ଇଣ୍ଡିଆ, ମୁମ୍ବାଇରେ ଜମା କରିଛନ୍ତି । ଜୟା ବଚ୍ଚନ ମଧ୍ୟ ୬,୮୪,୧୬,୪୧୨ ଟଙ୍କା ର ମାଲିକ ଅଟନ୍ତି । ତାଙ୍କର ୬ କୋଟି ଟଙ୍କା ଦୁବାଇର ଏଚଡିଏଫସି ବ୍ୟାଙ୍କରେ ଜମା ହୋଇଛି । ତେବେ ଆଜି ନିଜ ବାସଭବନ ଜଲସାରେ ବଡ ଧୁମଧାମରେ ସପରିବାର ବର୍ଗୟଙ୍କ ସହ ଜନ୍ମଦିନ ପାଳୁଛନ୍ତି ବିଗ ବି ।

Leave a Reply

Your email address will not be published. Required fields are marked *