Pratidin TV

Odisha's Digital News Platform

ବିବାହିତ ମହିଳା ମାନେ କାହିଁକି ପିନ୍ଧନ୍ତି ଚୁଡ଼ି ? ଜାଣନ୍ତୁ ଏହା ପଛରେ କଣ ରହିଛି ବୈଜ୍ଞାନିକ କାରଣ ..

ହିନ୍ଦୁ ଧର୍ମରେ ଅନେକ ପ୍ରଥା, ପରମ୍ପରା ଓ ସଂସ୍କୃତି ରହିଛି । ବିଭିନ୍ନ ପରମ୍ପରାର ଭିନ୍ନ ଭିନ୍ନ ମହତ୍ତ୍ୱ ମଧ୍ୟ ଯୋଡିହୋଇ ରହିଥାଏ । ତେବେ ବିବାହିତ ମହିଳାଙ୍କ ପାଇଁ ମଧ୍ୟ କିଛି ନିତି ନିୟମ ରହିଛି । ସେଥିମଧ୍ୟରୁ ଗୋଟିଏ ନିୟମ ହେଉଛି ୧୬ ଶୃଙ୍ଗାର । ଜଣେ ବିବାହିତ ମହିଳାପାଇଁ ଏହି ୧୬ ଶୃଙ୍ଗାରର ମହତ୍ତ୍ୱ ବେଶି ,ଯେଉଁଥିରେ ସିନ୍ଦୁର ବ୍ୟତୀତ ମଙ୍ଗଳସୁତ୍ର ଓ ଚୁଡ଼ି ମଧ୍ୟ ସାମିଲ ଅଛି । ଯାହାକି ବିବାହିତ ନାରୀମାନଙ୍କ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ସହ ସେମାନେ ସୌଭାଗ୍ୟବତୀ ମଧ୍ୟ ହୋଇଥାନ୍ତି । ଯଦିଓ ବର୍ତ୍ତମାନ ସମୟ ବଦଳିବା ସହ ଲୋକଙ୍କ ପୋଷାକ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି, ତଥାପି ଚୁଡ଼ିର ପ୍ରଥା ଆଜି ବି ସେମିତି ଜୀବିତ ଅଛି । ଏଗୁଡିକୁ ଏବେବି ଧାର୍ମିକ ରୀତିନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଏ । ତେବେ ବିବାହିତ ମହିଳାମାନେ ଚୁଡି ପିନ୍ଧିବାର କିଛି ପୌରାଣିକ ଏବଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି ।

ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ… ପରମ୍ପରା ଅନୁଯାୟୀ ବିବାହ ପରେ ଝିଅ ହାତରେ ଚୁଡି ପିନ୍ଧିବା ଦରକାର । ବିଶ୍ୱାସ ରହିଛି ଯେ ମହିଳାମାନେ ଚୁଡି ପିନ୍ଧିବା ଦ୍ୱାରା ଦାମ୍ପତ୍ୟ ଜୀବନ ଭଲରେ କଟିବା ସହ ସ୍ୱାମୀଏବଂ ସ୍ତ୍ରୀ ମଧ୍ୟରେ ପ୍ରେମ ମଧ୍ୟ ବଢାଇଥାଏ । ଏହା ବ୍ୟତୀତ ଯଦି ବିବାହିତ ମହିଳାମାନେ ସେମାନଙ୍କ ହାତରେ ଚୁଡ଼ି ପିନ୍ଧନ୍ତି, ତେବେ ସେମାନଙ୍କ ସ୍ୱାମୀଙ୍କ ବୟସ ବଢିଥାଏ । ତେବେ ମହିଳା ମାନେ ଚୁଡି ପିନ୍ଧିବା ଦ୍ୱାରା ଘରେ କୌଣସି ଆର୍ଥୀକ ସମସ୍ୟା ଦେଖାଦେଇନଥାଏ ।

ସେହିପରି ମହିଳା ମାନେ ଚୁଡି ପିନ୍ଧିବା ପଛର ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଚବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ଚୁଡି ପିନ୍ଧିବା ଦ୍ୱାରା ମହିଳାମାନଙ୍କର ହୃଦୟ ଏବଂ ଶ୍ୱାସ ରୋଗ କମିଯାଏ । ଏଥିସହିତ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରୁହେ । ତେବେ ବିଶେଷଜ୍ଞମାନେ ଆହୁରୀ ମଧ୍ୟ କହିଛନ୍ତି ଯେ ହାତଗଣ୍ଠି ପାଖରୁ ପ୍ରାୟ ୬ ଇଞ୍ଚ ପର୍ଯ୍ୟନ୍ତ ଆକ୍ୟୁପ୍ରେସର ପଏଣ୍ଟ ଅଛି, ଯାହାକୁ ଏକାଠି ଦବାଇଲେ ଶରୀରର ଅନେକ ରୋଗ ଭଲ ହୋଇଥାଏ । ଏହା ମଧ୍ୟ କୁହାଯାଏ ଯେ ଚୁଡି ପିନ୍ଧିବା ଦ୍ୱାରା ଚର୍ମ ଏବଂ ସେମାନଙ୍କ ମଧ୍ୟରେ ଘର୍ଷଣ ହୋଇଥାଏ । ଯାହାଫଳରେ ମହିଳାମାନଙ୍କୁ ଏକ ଶକ୍ତି ମିଳିଥାଏ । ଯାହାକି ରକ୍ତ ସଞ୍ଚାଳନକୁ ନିୟନ୍ତ୍ରଣରେ ରଖିଥାଏ । ତେବେ ମହିଳାମାନେ ଚୁଡି ପିନ୍ଧିବା ଦ୍ୱାରା ନିଜକୁ ଅଧିକ ଶକ୍ତିଶାଳୀ ଅନୁଭବ କରିଥାନ୍ତି ।

Leave a Reply

Your email address will not be published. Required fields are marked *