Pratidin TV

Odisha's Digital News Platform

ପ୍ରଭୁ ଗଣେଶଙ୍କର କେତୋଟି ପତ୍ନୀ ରହିଥିଲେ ଆସନ୍ତୁ ଜାଣିବା…

1 min read



ଆଜି ଗଣେଶ ପୂଜା । ସହର ଓ ଗାଁର ଗଳି କନ୍ଦିରେ ବହୁ ଧୁମ୍‌ଧାମରେ ଚାଲିଛି ପୁଜା କାର୍ଯ୍ୟକ୍ରମ । ଚାରିଆଡେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ତେବେ ଆମେ ସମସ୍ତେ ଜାଣିଥିବା ଯେ ପ୍ରଭୁ ମହାଦେବ ଓ ମାତା ପାର୍ବତୀଙ୍କର ପୁତ୍ର ହେଉଛନ୍ତି ଗଜାନନ । ତାଙ୍କର ବଡ ଭଇ କାର୍ତ୍ତିକେୟ । କିନ୍ତୁ ଖୁବ କମ ଲୋକ ଜାଣନ୍ତି ଯେ ପ୍ରଭୁ ଗଜାନନ କାହାକୁ ବିବାହ କରିଥିଲେ । ଏବଂ ତାଙ୍କୁ ସିଦ୍ଧି ବିନାୟକ କୁହାଯିବା ପଛର କାରଣ କଣ ରହିଛି? ତେବେ ଆସନ୍ତୁ ଜାଣିବା ଗଣେଶଙ୍କ ବିବାହ ପଛରେ ରହିଥିବା କାହାଣୀ ବିଷୟରେ ।
କୁହାଯାଇଛି ଯେ ଦିନେ ଭଗବାନ ଗଣେଶ ତାଙ୍କ ଶରୀରର ଆକୃତି ବିଷୟରେ ଚିନ୍ତା କରି ଅନୁତାପ କରିବାକୁ ଲାଗିଲେ । ଦେବୀ ତୁଳସୀ କିନ୍ତୁ ଗଣେଶଙ୍କୁ ଦେଖି ବିସ୍ମିତ ହୋଇଥିଲେ । ଏବଂ ମନ ଭିତରେ ପ୍ରଭୁ ଗଣେଶଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ହେଲେ ଗଣେଶ ତୁଳସୀଙ୍କର ଇଚ୍ଛା ବିରୋଧରେ ଯାଇ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଆଉ ଏଥିରେ ଦେବୀ ତୁଳସୀ ରାଗିଯାଇ ଗଣେଶଙ୍କୁ ଅଭିଶାପ ଦେଇଥିଲେ ଯେ ତାଙ୍କୁ କେହି ବିବାହ କରିବେ ନାହିଁ । ଆଉ ଗଣେଶ ମଧ୍ୟ ତୁଳସୀଙ୍କୁ ପାଲଟା ଅଭିଶାପ ଦେଇଥିଲେ ଯେ କେହି ତୁମକୁ ରୋପଣ କରିବେ ନାହିଁ । ସେଥିପାଇଁ ଗଣେଶଙ୍କ ପୂଜାରେ ତୁଳସୀ ବ୍ୟବହୃତ ହୁଏ ନାହିଁ ।
ପରେ ଗଣପତିଙ୍କ ଏପରି କ୍ରୋଧାଭାବକୁ ଦେଖି ସମସ୍ତ ଦେବତାମାନେ ଭୟଭୀତ ହୋଇଗଲେ । ଆଉ ସେମାନେ ସମସ୍ତେ ଭଗବାନ ବ୍ରହ୍ମାଙ୍କ ନିକଟକୁ ଯାଇ ଏହି ସମସ୍ୟାର ସମାଧାନ କରିବାକୁ ଅନୁରୋଧ କଲେ । ପୁରାଣ ଅନୁସାରେ ଗଣେଶଙ୍କ ମନକୁ ଥଣ୍ଡା କରିବା ପାଇଁ ଭଗବାନ ସୃଷ୍ଟିକର୍ତ୍ତା ବ୍ରହ୍ମା ସିଦ୍ଧି-ବିଦ୍ଧି ନାମକ ଦୁଇଜଣ ସୁନ୍ଦର ମହିଳାଙ୍କୁ ସୃଷ୍ଟି କରିଥିଲେ । ପରେ ପ୍ରଭୁ ଗଣେଶ ଉଭୟ କନ୍ୟାଙ୍କୁ ବିବାହ କରିଥିଲେ । କୁହାଯାଏ ଯେ ସିଦ୍ଧିର ଅର୍ଥ ହେଉଛି ଧନ, ସମୃଦ୍ଧତା, ଆଧ୍ୟାତ୍ମିକ ଶକ୍ତି, ଏବଂ ବଦ୍ଧିରି ଅର୍ଥ ହେଉଛି ବୁଦ୍ଧି ବା ଜ୍ଞାନ ।

Advertisement

Leave a Reply

Your email address will not be published. Required fields are marked *