Pratidin TV

Odisha's Digital News Platform

କୁକୁର କାନ୍ଦିଲେ ସତରେ କଣ ଘଟେ ଏହିସବୁ ଘଟଣା,ଜାଣନ୍ତୁ କ’ଣ?

1 min read

ସମାଜରେ ପ୍ରାଚୀନ କାଳରୁ ବିଭିନ୍ନ ପ୍ରକାର ବିଶ୍ୱାସ ଚାଲି ଆସିଛି ।ସବୁ ଘଟଣା ପଛରେ କିଛି ନା କିଛି କାରଣ ରହିଛି ବୋଲି ଲୋକଙ୍କ ବିଶ୍ୱାସ ରହିଛି । ତେବେଏପରି ଏକ ବିଶ୍ୱାସ ହେଲା କୁକୁରର କାନ୍ଦିବାକୁ ନେଇ । କିଛି ଲୋକ କୁହନ୍ତି କୁକୁରର କାନ୍ଦିବାକୁ ଅଶୁଭ ହୋଇଥାଏ । କୁହାଯାଏ ଯେ କୁକୁରର କାନ୍ଦିବା ଅର୍ଥ କାହାର ମୃତ୍ୟୁର ପୂର୍ବ ସୂଚନା ଦିଏ । ଯାହାକୁ ଶୁଣି ଯେ କେହି ବି ଡରିଯିବ ନିଶ୍ଚର୍ଯ୍ୟ । ତେବେ ସତରେ କଣ ଏହି ଘଟଣା ଘଟେ କି? ଜ୍ୟୋତିଷଙ୍କ କହିବା ଅନୁସାରେ କୁକୁରମାନେ ସେତେବେଳେ ବହୁତ କାନ୍ଦିଥାନ୍ତି ଯେତେବେଳେ ପାଖରେ କୌଣସି ଆତ୍ମା ଥାଆନ୍ତି ।

ଯାହାକୁ ସାଧାରଣ ଲୋକେ ଦେଖିପାରି ନଥାନ୍ତି କିନ୍ତୁ କୁକୁରମାନେ ତାଙ୍କୁ ଦେଖି କାନ୍ଦିବାକୁ ଲାଗନ୍ତି । ଏଥିପାଇଁ ଲୋକମାନେ ଆଖପାଖରେ କୁକୁରଙ୍କୁ କାନ୍ଦୁଥିବା ଦେଖିବା ମାତ୍ରେ ତାଙ୍କୁ ସେଠାରୁ ତଡ଼ି ଦିଅନ୍ତି । ତେବେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ କୁକୁରମାନେ କାନ୍ଦି ନଥାନ୍ତି ବରଂ ବିକଳ ଚିତ୍କାର କରିଥାନ୍ତି । ପ୍ରକୃତରେ ରାତିରେ ଏପରି ଶବ୍ଦ କରି ସେ ଅନ୍ୟ ଅଞ୍ଚଳରେ ଥିବା ନିଜ ସାଥି କୁକୁରମାନଙ୍କୁ ଡାକିଥାନ୍ତି । କୁକୁରମାନେ ମଧ୍ୟ ଜୀବ ଅଟନ୍ତି । ସେମାନଙ୍କୁ ମଧ୍ୟ ଆଘାତ ଲାଗିଥାଏ । ଶାରିରୀକ କଷ୍ଟ ହୋଇଥାଏ । ଏପରି ପରିସ୍ଥିତିରେ କୁକୁର ବିକଳ ହୋଇଥାନ୍ତି । ଏଥିପାଇଁ ସେମାନେ ଦୂରରେ ଥିବା ତାଙ୍କ ସାଥୀମାନଙ୍କୁ ପାଖକୁ ଡାକିଥାନ୍ତି । ମଣିଷଙ୍କ ଭଳି କୁକୁରମାନଙ୍କୁ ମଧ୍ୟ ଏକୁଟିଆ ରହିବା ପସନ୍ଦ ନୁହେଁ । ସେଥିପାଇଁ ସେମାନେ ଅନ୍ୟ କୁକୁରମାନଙ୍କୁ ଡାକିଥାନ୍ତି । ତା ଛଡା ଆଉ ସେଭଳି କୌଣସି କାରଣ ନାହିଁ ।

Advertisement

Leave a Reply

Your email address will not be published. Required fields are marked *