Pratidin TV

Odisha's Digital News Platform

ସରକାରୀ ଡାକ୍ତର ଖାନାରେ ରୋଗୀଙ୍କୁ ଶୋଷଣ କରୁଛନ୍ତି ଡାକ୍ତର ଅମର , ନେଉଛନ୍ତି ଏକଷ୍ଟ୍ରା ଫିସ୍ ।

1 min read

ବାହାନଗା : ବାହାନଗା ବ୍ଲକ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସରକାରୀ ଡାକ୍ତର ସରକାରୀ ନିୟମକୁ ଭଙ୍ଗ କରି ମେଡ଼ିକାଲ ଏମରଜେନସି ଡ୍ୟୁଟି ରୁମରେ ଟଙ୍କା ନେଉଛନ୍ତି । ପଚାରିଲେ ସରକାର ସବୁ ନିୟମରେ ଚାଲି ପାରୁନାହାନ୍ତି , ଆମେ କେମିତି ପାରିବୁ , ଆମେ ଔଷଧ ଲେଖିବୁ ମାନେ ଟଙ୍କା ନେବୁ ବୋଲି ପାଲଟା ଯୁକ୍ତି ବାଢୁଛନ୍ତି ଟଙ୍କା ନେଉଥିବା ଡ଼ାକ୍ତର ଅମର କୁମାର ଝା । ଯାହାର ଭିଡ଼ିଓ ଭାଇରାଲ ପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବାହାନଗା ବ୍ଲକ ସମେତ ରେମୁଣା ବ୍ଲକର ବହୁ ଲୋକେ ନିର୍ଭର କରନ୍ତି । ଆଉଟ ଡୋର ପରେ ଜରୁରୀକାଳୀନ ଡ୍ୟୁଟିରେ ଥିବା ଡାକ୍ତରମାନେ ବିଭିନ୍ନ ଔଷଧ ଦୋକାନୀଙ୍କ ପେଡ଼ ଧରି ଡ୍ୟୁଟି ରୁମ ମଧ୍ୟରେ ବସୁଥିବା ବେଳେ ରୋଗୀଙ୍କ ଠାରୁ ୧୦୦ ଟଙ୍କା ଲେଖାଏଁ ଫିସ ଆଦାୟ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ସେହିପରି ଜରୁରୀକାଳୀନ ଡ୍ୟୁଟିରେ ଥାଇ ଔଷଧ ଦୋକାନୀଙ୍କ ପେଡ଼ରେ ଡାକ୍ତର ଅମର କୁମାର ଝା ଜଣେ ମହିଳା ରୋଗୀଙ୍କ ଠାରୁ ୧୦୦ ଟଙ୍କା ନେଉଥିଲେ । ଏନେଇ ମେଡ଼ିକାଲ ପରିସରରେ ଡ୍ୟୁଟି ସମୟରେ ବେଆଇନ ଭାବେ ଟଙ୍କା ନେବା ଘଟଣା ବାବଦରେ ସରକାର ସବୁ ନିୟମରେ ଚାଲି ପାରୁନାହାନ୍ତି, ଆମେ କେମିତି ପାରିବୁ । ଏମିତି କି ଆମେ ବାହାରୁ ଔଷଧ ଲେଖିବୁ ମାନେ ଟଙ୍କା ନେବୁ , ମାଗଣା କାହିଁକି ଲେଖିବୁ ବୋଲି ରୋକଠୋକ କହିଥିଲେ । ୧୦୦ ଟଙ୍କା ଫିସ ନନେଇ କଣ ମାଗଣା ରୋଗୀ ସେବା ହୋଇପାରିବ ନାହିଁ ବୋଲି ପଚାରାଯାଇଥିବା ବେଳେ ଆମେ ଆଉଟ ଡୋର ସମୟରେ ୪୦୦ ରୋଗୀଙ୍କୁ ମାଗଣା ଦେଖୁଛୁ, ଆଉ କେତେ ଦେଖିବୁ । ଜରୁରୀକାଳୀନ ଡ୍ୟୁଟିରେ ଆମେ ଔଷଧ ଲେଖିବୁ ମାନେ ଟଙ୍କା ନେବୁ ବୋଲି ପ୍ରକାଶ କରିଥିଲେ । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Advertisement

ଅନ୍ୟପଟେ ସରକାରୀ ଡାକ୍ତରଖାନାରେ ମାଗଣା ରୋଗୀ ସେବା ପାଇଁ ସରକାର ଡିଣ୍ଡିମ ପିଟୁଥିବା ବେଳେ ଡ଼ାକ୍ତର ଖୋଲମ ଖୋଲା ଡ୍ୟୁଟି ସମୟରେ ଟଙ୍କା ନେବାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ଡ଼ାକ୍ତରଙ୍କ ଟଙ୍କା କାରବାର ସମ୍ପର୍କରେ ଏକାଧିକ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଅନ୍ୟପଟେ ଟଙ୍କା ନେବାର ଭିଡ଼ିଓ ଭାଇରାଲ ପରେ ଡ଼ାକ୍ତରଙ୍କ ଆକ୍ରୋସର ଶିକାର ହୋଇଛନ୍ତି ରୋଗୀ , ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଆଉଟ ଡୋର ସମୟରେ ଆସିବାକୁ କହି ଚିକିତ୍ସା ନ କରି ଫେରାଇ ଦେଉଛନ୍ତି । ଫଳରେ ଗରିବ ରୋଗୀ ଅସୁବିଧାରେ ସମ୍ମୁଖୀନ ହୋଇଥିବା ବେଳେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ତୁରନ୍ତ ଡ୍ୟୁଟି ସମୟରେ ଡ୍ୟୁଟି ରୁମରେ ଟଙ୍କା ନେଉଥିବା କାର୍ଯ୍ୟରତ ଡ଼ାକ୍ତରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ସେପଟେ ଆମେ ୧୦୦ ଟଙ୍କା ନେବୁନି ମାନେ ରୋଗୀଙ୍କୁ ହଇରାଣ କରିବୁ, ଏହି ନୀତିରେ ଚାଲିଛି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି , ତାହାକୁ ଅଞ୍ଚଳବାସୀ ଅନାଇ ବସିଛନ୍ତି ।

Leave a Reply

Your email address will not be published. Required fields are marked *