Pratidin TV

Odisha's Digital News Platform

କୋଲକାତା ହରର କଥା କହି ଭୋ ଭୋ ହୋଇ କାନ୍ଦିଲେ ଉଷା..

1 min read

କୋଲକାତା ଆରଜି ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ସହିତ ହୋଇଥିବା ବିଭତ୍ସ ଘଟଣା ଆଜି ସାରା  ଦେଶକୁ  ଦୋହଲାଇ ଦେଇଛି । ଏହା ବିରୋଧରେ ଆଜି ସାରା ଦେଶରେ ଆନ୍ଦୋଳନ  ଜାରି ରହିଛି। ରାଜନେତା ଠାରୁ ଅଭିନେତା ପର୍ଯ୍ୟନ୍ତ ସମସ୍ତେ ଏହି ଘଟଣା କୁ ଦୃଢ଼ ନିନ୍ଦା କରିଛନ୍ତି । ଏହି ଘଟଣାକୁ ନେଇ ସାଧାରଣଲୋକଙ୍କ ଠାରୁ ଆରମ୍ଭ କରି କଳାକାରମାନେ ସ୍ବର ଉତ୍ତୋଳନ କରି ପୀଡ଼ିତା ତଥା ପୀଡ଼ିତା ପରିବାରକୁ ନ୍ୟାୟ ଦାବି କରିଛନ୍ତି।

ତେବେ ଏହାରି ମଧ୍ୟରେ ଲୋକପ୍ରିୟ କଣ୍ଠଶିଳ୍ପୀ ଉଷା ଉଥୁପ କୋଲକାତାରେ ଟ୍ରେନି ଡାକ୍ତରଙ୍କ ସହ ହୋଇଥିବା ଅନ୍ୟାୟ କୁ ନେଇ  ଆଲୋଚନା କରିବାକୁ ଯାଇ ଭୋଭୋ ହୋଇ କାନ୍ଦି ପକାଇଛନ୍ତି। ଉଷା କହିଛନ୍ତି, ‘ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ଆପଣମାନେ ଭଗବାନଙ୍କୁ କୁହନ୍ତି ନାହିଁ କି ଆପଣଙ୍କ ଅସୁବିଧା ବଡ଼। ଏହା କୁହନ୍ତୁ କି ମୋର ଭଗବାନ ବଡ଼… ମୋର ଭଗବାନ ବଡ଼.. ପୀଡ଼ିତାଙ୍କ କଥା ଭୁଲନ୍ତୁ ନାହିଁ।’

Advertisement

Leave a Reply

Your email address will not be published. Required fields are marked *