ମଦ ପି ଉଲଗ୍ନ ଅବସ୍ଥାରେ ଡାକ୍ତରଖାନାର ବୁଲିଲେ ଡାକ୍ତର, ଭିଡ଼ିଓ ହେଲା ଭାଇରାଲ
1 min readଔରଙ୍ଗାବାଦ: ସାମ୍ନାକୁ ଆସିଛି ମହାରାଷ୍ଟ୍ରର ସରକାରୀ ଡାକ୍ତରଖାନାରୁ ଡାକ୍ତରଙ୍କର ଆଶ୍ଚର୍ଯ୍ୟଜନକ ଭିଡିଓ। ଭିଡିଓରେ ଜଣେ ଡାକ୍ତର ଉଲଗ୍ନ ଅବସ୍ଥାରେ ଡାକ୍ତରଖାନା ଭିତରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ରାଜ୍ୟର ଛତ୍ରପତି ସମ୍ୱଜିନଗର ଜିଲ୍ଲାରେ ଘଟିଛି। ସମ୍ୱଜିନଗର ପୂର୍ବରୁ ଔରଙ୍ଗାବାଦ ନାମରେ ଜଣାଶୁଣା | ସୂଚନାନୁସାରେ, ଏଠାରେ ଥିବା ବିଡକିନ ଗ୍ରାମୀଣ ସରକାରୀ ଡାକ୍ତରଖାନାର ଡାକ୍ତର ବିନା ପୋଷାକରେ ଡାକ୍ତରଖାନାରେ ବୁଲୁଥିଲେ।
4୫ ବର୍ଷୀୟ ଡାକ୍ତର ବିନା ପୋଷାକରେ ଡାକ୍ତରଖାନାରେ ବୁଲୁଥିବା ସମୟରେ ସେ ମଦ୍ୟପାନ କରିଥିବାର ଜଣାପଡିଛି । ଏହି ଘଟଣା ସମ୍ପର୍କରେ ଜିଲ୍ଲାର ସିଭିଲ ସର୍ଜନ ତଥା ଏଠାରେ ସ୍ୱାସ୍ଥ୍ୟ ସେବା ମୁଖ୍ୟ ଦୟାନନ୍ଦ ମୋତିପାବଲେ କହିଥିଲେ ଯେ ଏହି ଘଟଣାର ଯାଞ୍ଚ କରାଯାଉଛି ଏବଂ ଦୋଷୀ ସାବ୍ୟସ୍ତ ହେଲେ ଡାକ୍ତରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।