Pratidin TV

Odisha's Digital News Platform

ଡାକ୍ତର ବାପା ଇଞ୍ଜିନିୟର ପୁଅ ; ବିଲରେ ଫଳାଇଛନ୍ତି ୧୨୬ ପ୍ରକାର ଧାନ …

ନୂଆପଡ଼ା ; ନୂଆପଡ଼ା ଜିଲ୍ଲା ଖଡିଆଳ ସହର ରେ ରୁହନ୍ତି ଡାକ୍ତର କୁବେର କାନ୍ତ ପଣ୍ଡା ଓ ତାଙ୍କ ପୁଅ ଇଞ୍ଜିନିୟର ସୁରେଶ୍ଵର ପଣ୍ଡା। ଚାଷ କାର୍ଯ୍ୟ ଏବେ ଏମାନଙ୍କ ନିଶା ପାଲଟି ଯାଇଛି। ପାରମ୍ପରିକ ଚାଷ କାର୍ଯ୍ୟ ଶହ ଲୁପ୍ତ ଧାନ ବିହନ କୁ ବଞ୍ଚାଇ ରଖିବା ପାଇଁ ଜୈବିକ ପଦ୍ଧତି ରେ ଚାଷ କରି ବେଶ ସଫଳତା ପାଇଛନ୍ତି । ନିଜ ଚାଷ ଜମିରେ ୧୨୬ ପ୍ରକାର ଦେଶୀ ଧାନ କୁ ଜୈବିକ ପ୍ରଣାଳୀରେ ଚାଷ କରି ଲୁପ୍ତ ଧାନ କୁ ବଞ୍ଚାଇ ପାରିଛନ୍ତି। ଏହି ଦେଶୀ ଧାନ ରୋଗ ମୁକ୍ତ ହୋଇ ସ୍ୱଳ୍ପ ଖର୍ଚ୍ଚ ରେ ଚାଷୀ ଙ୍କୁ ଅଧିକ ଅମଳ ଯୋଗାଇବା ସହ ପୋଷକ ତତ୍ତ୍ଵ ଖାଦ୍ୟ ଯୋଗାଇଥାଏ ବୋଲି ଡାକ୍ତର କୁବେର କାନ୍ତ ପଣ୍ଡା ଦେଶୀ ଧାନ ଚାଷ ର ବୃଦ୍ଧି ପାଇଁ ଅଣ୍ଟା ଭିଡିଥିବା ପ୍ରକାଶ କରିଛନ୍ତି।

ସମୟ ଥିଲା ଚାଷୀ ନିଜ ପାରମ୍ପରିକ ପଦ୍ଧତି ରେ ଚାଷ କରି ଆସୁଥିଲେ ଓ ଏହି ଚାଷ ରେ ଦେଶୀ ଧାନ ର ବହୁଳ ବ୍ୟବହାର ହେଉଥିଲା। କିନ୍ତୁ ଏବେ ଦେଶୀ ଧାନ ମଧ୍ୟ ଲୁପ୍ତ ହେବାକୁ ଯାଉଛି। ଦେଶୀ ଧାନ ର ଚାଉଳ ଅନେକ ରୋଗ ର ପ୍ରତିରୋଧକ ଭାବରେ କାର୍ଯ୍ୟ କରିବ କିନ୍ତୁ ବର୍ତ୍ତମାନ ଚାଷୀ ହାଇ ବ୍ରିଟ ବିହନ ଓ ସାର ପ୍ରୟୋଗରୁ ଅମଳ ଚାଉଳକୁ ବ୍ୟବହାର କରୁଛି ଫଳ ରେ ଅନେକ ରୋଗ ର ଶିକାର ଲୋକେ ହେଉଛନ୍ତି। ଦେଶୀ ଧାନ ଚାଷୀ ଙ୍କୁ କମ ଖର୍ଚ୍ଚ ରେ ଅଧିକ ପୃଷ୍ଟିକର ଚାଉଳ ଦେବ ଯାହାର ଚାଷ କାର୍ଯ୍ୟ ବୃଦ୍ଧି ର ଆବଶ୍ୟକ ରହିଥିବା ସ୍ଥାନୀୟ ଚାଷୀ ମଧ୍ୟ ପ୍ରକାଶ କରିଛନ୍ତି। କୁବେର ପଣ୍ଡା ଓ ତାଙ୍କ ପୁଅ ଦେଶୀ ଧାନ କୁ ସଂଗ୍ରହ ସହ ଜୈବିକ ପଦ୍ଧତି ରେ ଚାଷ କରି ୧୨୬ ପ୍ରକାର ଦେଶୀ ଧାନ କୁ ବଞ୍ଚାଇ ରଖିଛନ୍ତି।

ଦେଶୀ ଧାନରୁ ବହୁ ଆୟୁର୍ବେଦିକ ଔଷଧ ତିଆରି ହେଉଛି। ଏଥିରେ ରୋଗ ପ୍ରତିଷେଧକ ସକ୍ତି ରହିଛି। ବର୍ତ୍ତମାନ ଯୁଗ ରେ ଶରୀର କୁ ନିରୋଗ ରଖିବା ଓ ସୁସ୍ଥ ଶରୀର ପାଇଁ ଦେଶୀ ଧାନ ର ଶସ୍ୟ ବ୍ୟବହାର ଜରୁରୀ। ଆଉ ଏହି ଧାନ କୁ ବଞ୍ଚାଇ ଚାଷ କାର୍ଯ୍ୟର ବୃଦ୍ଧି ପାଇଁ ବାପ ପୁଅ ଦୀର୍ଘ ବର୍ଷ ହେଲା ଲାଗି ପଡିଛନ୍ତି। ଏମାନ ଙ୍କ ଏପରି କାର୍ଯ୍ୟକୁ ନେଇ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ବାପ ପୁଅ ଙ୍କ ଉଦ୍ୟମ କୁ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *