Pratidin TV

Odisha's Digital News Platform

SCB ରେ ଲଜ୍ୟାକର ଘଟଣା ; ଡାକ୍ତରଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଲେ ଆଉ ଜଣେ ଡାକ୍ତର ।

1 min read

କଟକ ; କଟକ SCB ବଡ଼ ମେଡିକାଲରେ ଲଜ୍ୟାକର ଘଟଣା । କାର୍ଡିଆଲୋଜିର ଜଣେ ଡାକ୍ତର ଆଉ ଜଣେ ଡାକ୍ତରଙ୍କ ମା ଓ ମାଇଁ ଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏନେଇ ମଙ୍ଗଳାବାଗ ଥାନାରେ ମାମଲା ରୁଜ୍ଜୁ କରିଛନ୍ତ ନିଜେ ଜଣେ ଡାକ୍ତର । ଡାକ୍ତର ଙ୍କ ମା ଓ ମାଇଁ ଙ୍କୁ ଜଣେ କାଡିଓଲୋଜି ବିଭାଗର ଡାକ୍ତରଙ୍କ ଅସଦାଚରଣ କରିଛନ୍ତି । ୧୬୧,୧୬୪ ଧାରାରେ ୨ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି । ଆଉ ତାଙ୍କ ବୟାନ ଆଧାରରେ ହିଁ ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ।

ସୂଚନା ମୁତାବକ ଡାକ୍ତରଙ୍କ ମା ଓ ମାଇଁ ଙ୍କ ECHO ପରୀକ୍ଷା ପାଇଁ ଆସିଥିବା ସମୟରେ ଅସଦାଚରଣ ର ଶିକାର ହୋଇଥିଲେ । ଏହାପରେ ଡାକ୍ତର ଜଣଙ୍କ ଏସବୁ ବିଷୟରେ ନିଜ ମା ଓ ମାଇଁଙ୍କ ଠୁ ଶୁଣି ଉତ୍ୟକ୍ତ ହୋଇ ଅଭିଯୁକ୍ତ ଡାକ୍ତରଙ୍କୁ ମାଡ ମାରିଥିଲେ । ଯାହା ଫଳରେ ଅଭିଯୁକ୍ତ ଡାକ୍ତର ଜଣଙ୍କ ଆଇସିୟୁ ରେ ଭର୍ତ୍ତି ହୋଇଛନ୍ତି । ଏହାପରେ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ତେବେ ସମୃକ୍ତ ମାମଲାରେ ପ୍ରକୃତ ଦୋଷୀକୁ ଖୁବ୍ ଶୀଘ୍ର ସାମ୍ନାକୁ ଆଣିବ ବୋଲି କହିଛନ୍ତି କଟକ ଏଡିସିପି ଅନିଲ ମିଶ୍ର । ଅନ୍ୟପଟେ ଡାକ୍ତରଙ୍କୁ ମାଡ ମାରିଥିବା ଘଟଣାର ମଧ୍ୟ ତଦନ୍ତ କରାଯିବ ।

ସେହିପରି ନିକଟରେ କୋଲକାତା ରେ ଜଣେ ଟ୍ରେନି ଡାକ୍ତରଙ୍କୁ କୁକର୍ମ କରି ହତ୍ୟା କରାଯାଇଥିବା ଘଟଣାକୁ ନେଇ ମଧ୍ୟ ପୁରା ଦେଶରେ ଚର୍ଚ୍ଚା । ଗୋଟେ ପଟେ ଡାକ୍ତରୀ ଦଳ ନ୍ୟାୟ ପାଇଁ ଓପିଡି ସେବା ବନ୍ଦ ରଖି ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଅନ୍ୟପଟେ ଓଡିଶାର କଟକ ବଡ ମେଡିକାଲରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।

Leave a Reply

Your email address will not be published. Required fields are marked *