Pratidin TV

Odisha's Digital News Platform

ପୁଣି ଡାକ୍ତରଙ୍କ ଅବହେଳା ନେଲା ରୋଗୀ ଜୀବନ ….

1 min read

ଜଳେଶ୍ୱର : ଜଳେଶ୍ଵର ବ୍ଲକ ହାତିଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ ମୃତ୍ୟୁ କୁ ନେଇ ଉତେଜନା ଦେଖାଦେଇଛି । ଡାକ୍ତର ଙ୍କ ଅବହେଳା କୁ ଦାୟି କଲେ ପରିବାର ଲୋକେ। ସୂଚନା ଅନୁସାରେ ଗତ ଗୁରୁବାର ଦିନ ୪.୩୦ ମିନିଟ ସମୟରେ ସର୍ଦାରବନ୍ଧ ପଞ୍ଚାୟତ ର ଶଙ୍ଖା ଭଙ୍ଗା ଗ୍ରାମ ର ଗଙ୍ଗାଧର ମହନ୍ତ ( ୫୫) ହଠାତ୍ ଗୁରୁତର ହେବାରୁ ତାଙ୍କୁ ହାତିଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପରିବାର ଲୋକେ ଆଣି ଚିକିତ୍ସା କରିଥିଲେ।

ତେବେ ରୋଗୀ ଜଣକ ଦୁଇ ଦିନ ଭଲ ରହିବା ପରେ ଶନିବାର ରାତିରେ ପୁଣି ଧଇଁସଇଁ ଆରମ୍ଭ ହେବାରୁ ରୋଗୀ ସମ୍ପର୍କୀୟ ମାନେ ଦାୟିତ୍ଵ ରେ ଥିବା ଡ଼ାକ୍ତର ଭବଶଙ୍କର ଗିରି ଙ୍କୁ ଘଟଣା ସମ୍ପର୍କରେ କହିଥିଲେ ଏବଂ ରୋଗୀ ଙ୍କୁ ଦେଖିବାକୁ ନିବେଦନ କରିଥିଲେ, ହେଲେ ଡାକ୍ତର ଏସିରୁମ ରୁ ବାହାରି ନଥିଲେ। ପରେ ନର୍ସଙ୍କ ଦ୍ବାରା ଏକ ଇଞ୍ଜେକସନ ଦେଇଥିଲେ। ତେବେ ଇଞ୍ଜେକସନ ଦେବାର ଅଳ୍ପ ସମୟ ମଧ୍ୟରେ ରୋଗୀ ଜଣକ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଥିବା ବେଳେ ପରିବାର ପକ୍ଷରୁ ଡାକ୍ତର ଙ୍କ ଅବହେଳା କୁ ଦାୟି କରାଯାଇଥିବା ବେଳେ, ହସ୍ପିଟାଲ ପରିସରରେ ଭାରପ୍ରାପ୍ତ ଡାକ୍ତର ରହୁ ନଥିବାରୁ ବାରମ୍ବାର ଏପରି ଅଘଟଣ ଘଟୁଥିବା ସାଧାରଣ ରେ ଚର୍ଚା ହେଉଛି।

Advertisement

ତେବେ ମୃତକଙ୍କ ସମ୍ପର୍କୀୟଙ୍କ କହିବା ଅନୁଯାୟୀ ଇଞ୍ଜେକ୍ସନ ଏବଂ ସାଲାଇନ ଲଗାଇଥିବା ନର୍ସ ନୁହଁନ୍ତି ବରଂ ସେ ଜଣେ ସୁଇପର ।

Leave a Reply

Your email address will not be published. Required fields are marked *