Pratidin TV

Odisha's Digital News Platform

ମେଡିକାଲକୁ ଆସୁନାହନ୍ତି ଡାକ୍ତର ; ବିଧାୟକ କଲେ ରୋଗୀ ଚିକିତ୍ସା ….

1 min read

ରାଜଗାଙ୍ଗପୁର ; ମେଡିକାଲରେ ନାହାନ୍ତି ଡାକ୍ତର , ବିଧାୟକ କଲେ ରୋଗୀ ଚିକିତ୍ସା । ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ ରାଜେନ ଏକ୍କା ଆଜି ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ଙ୍କୁ ଚିକିତ୍ସା କରିଛନ୍ତି। କିଛିଦିନ ହେବ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବା କାରଣରୁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଥିଲା। ଗତକାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଓପିଡ଼ି ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିଲା । ରୋଗୀ ମାନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଆଜି ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ ରାଜେନ ଏକ୍କା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଓପିଡ଼ିରେ ବସି ରୋଗୀ ଚିକିତ୍ସା କରିଥିଲେ। ବିଧାୟକ ପୂର୍ବରୁ ଭାରତୀୟ ସେନା ବାହିନୀ ମେଡ଼ିକାଲ ଅଫିସର ରୂପେ ନିଜର ଦାୟିତ୍ୱ ତୁଲାଇଛନ୍ତି । ଅବସର ଗ୍ରହଣ କରିଛନ୍ତି।ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କିଛିଦିନ ହେବ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଛି। ଆଜି ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ନଥିବାରୁ ରୋଗୀ ମାନେ ହନ୍ତସନ୍ତ ହୋଇଛନ୍ତି।

Advertisement

ଗତକାଲି ଡାକ୍ତର ଆସିନଥିବାରୁ ଓପିଡ଼ି ସେବା ବାଧାପ୍ରାପ୍ତ ହୋଇଥିଲା। ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪ ଜଣ ଡାକ୍ତର ନିଯୁକ୍ତି ରହିବାର ନିୟମ ଥିବା ବେଳେ ମାତ୍ର ୨ ଜଣ ଡାକ୍ତର ରହିଛନ୍ତି । ଯାହାକୁ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପ୍ରକାରର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯାହାକୁ ନେଇ ସହରରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ଏହି ଚିକିତ୍ସାଳୟ ରେ ୧୦ ରୁ ଉର୍ଦ୍ଧ୍ବ ପଞ୍ଚାୟତ ଓ ଗୋଟିଏ ପୌରପାଳିକା ର ବାସିନ୍ଦା ନିର୍ଭର କରୁଛନ୍ତି। ପ୍ରତ୍ୟେକ ଦିନ ପ୍ରାୟ ୪୦୦ ଜଣ ରୋଗୀ ଏହି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ନିମନ୍ତେ ଆସନ୍ତି ଆଜି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବା କାରଣରୁ ସମସ୍ତ ରୋଗୀ ଫେରି ଯାଇଥିଲେ। ଏହି ଖବର ଜାଣିବା ପରେ ବିଧାୟକ ଡାକ୍ତର ସିଏସ ରାଜେନ ଏକ୍କା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚି ରୋଗୀ ଚିକିତ୍ସା କରିଛନ୍ତି ।

Leave a Reply

Your email address will not be published. Required fields are marked *