Pratidin TV

Odisha's Digital News Platform

ବ୍ଲେଡରେ କଟିଯାଇଥିଲା ହାତ : ଟିଟି ବଦଳରେ ଦେଇଦେଲେ କୁକୁର କାମୁଡା ଇଂଜେକ୍ସନ

ବାଲେଶ୍ୱର : ବ୍ଲେଡରେ ହାତ କଟିଯାଇଥିଲା ବାଳକର । ଟିଟି ବଦଳରେ ମେଡିକାଲରେ ଦିଆଗଲା କୁକୁର କାମୁଡା ଇଂଜେକ୍ସନ। ଯାହାକୁ ନେଇ ବର୍ତ୍ତମାନ ମେଡିକାଲ ବାହରେ ତେଜିଛି ଗ୍ରାମବାସୀଙ୍କ ଆନ୍ଦୋଳନ । ଏଭଳି ଏକ ଘଟଣା ଘଟିଯାଇଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକରେ ।

ମିଳିଥିବା ସୂଚନା ଅନୁ୍‌ଯାୟୀ , ଔପଦା ବ୍ଲକର ବାଉଁଶବଣିଆ ଗ୍ରାମର ଗଣେଶ୍ୱର ସେଠୀଙ୍କ ୧୨ ବର୍ଷର ପୁଅ ବ୍ଲେଡ୍‌ରେ ଭୁଲବସତ ନିଜ ହାତ କାଟି ଦେଇଥିଲା ।ଏହାପରେ ଘରଲୋକ ତୁରନ୍ତ ପୁଅକୁ ନେଇ ନୀଠଗିରି ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ଟିକେଟ୍ କାଟି ଡାକ୍ତରଙ୍କୁ ଦେଖାଇ ବେଞ୍ଚରେ ବସିଥିଲେ । କିଛି ସମୟ ପରେ ଫାର୍ମାସିଷ୍ଟ ଆସି ଟିଟି ବଦଳରେ ପୁଅକୁ କୁକୁର କାମୁଡା ଇଂଜେକ୍ସନ ଦେଇ ଦେଇଥିଲେ । ପରେ ତାଙ୍କ ଦୋଷ ଲୁଚାଇବା ପାଇଁ ପୁରୁଣା ଟିକଟ ଛଡାଇ ନେଇ ନୂଆ ଠିକଟ ଧରାଇଦେଇଥିଲେ । ଏହି ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଉତେଜନା ସୃଷ୍ଟି ହୋଇଥିଲା ।

ତେବେ ଶିଶୁ ବିଶେଷଜ୍ଞ କହିଛନ୍ତି ଭେକସିନ ପିଲାର କିଛି ଖରାପ କରିବନି ।ଏ ଭଳି ଦାଇତ୍ୱ ହୀନ ଲୋକଙ୍କ ପ୍ରତି ଦୃଢ କାର‌୍ୟ୍ୟାନୁଷ୍ଠାନ ନବା ପାଇଁ ଜନ ସାଧାରଣରେ ଦାବି ହଉଛି ।

Leave a Reply

Your email address will not be published. Required fields are marked *