Pratidin TV

Odisha's Digital News Platform

ଡାକ୍ତର ସାଜିଲେ ଭଗବାନ ଦେଲେ ନୂଆ ଜୀବନ ; ଦୀର୍ଘ ୪ ଘଣ୍ଟା ପରେ ମଳଦ୍ୱାରରୁ ବାହରକଲେ ଶାବଳ ..

ବ୍ରହ୍ମପୁର: କୁହନ୍ତି ନି ରଖିଲେ ହରିତ ମାରିବ କିଏ ? ଠିକ୍ ଏଭଳି ଏକ ଋଢି ଆଜି ବାସ୍ତବରେ ପରିଣତ ହୋଇଛି । ଭଗବାନଙ୍କ ଦ୍ୱିତୀୟ ରୂପି କୁହାଯାଉଥିବା ଡାକ୍ତର ଏଭଳି ଚତ୍ମକାର ଘଟାଇଛନ୍ତି ବ୍ରହ୍ମପୁରରେ । ମରଣ ମୁହଁରୁ ଟାଣିଆଣିଛନ୍ତି ୧୬ ବର୍ଷର ନାବାଳକକୁ । ଚାଲନ୍ତୁ ଜାଣିବା ବିସ୍ତୃତରେ ..

ବ୍ରହ୍ମପୁର ଏମ୍ କେ ସି ଜି ହସ୍ପିଟାଲରେ ହେଲା ବିରଳ ଅସ୍ତ୍ରପ୍ରଚାର, ନାବାଳକଙ୍କ ମଳଦ୍ୱାର ରୁ ବାହାରିଲା ଲୁହାର ଶାବଳ ।
। ଚାରିଘଣ୍ଟାର ପରିଶ୍ରମ ପରେ ମଳଦ୍ୱାରରେ ପଶିଥିବା ଶାବଳକୁ ସୁରକ୍ଷିତ ଭାବେ ବାହାର କରାଗଲା । ମେଡିକାଲର ସର୍ଜରୀ ବିଭାଗର ବରିଷ୍ଠ ଡ଼ାକ୍ତର ମାନଙ୍କ ଦ୍ବାରା ହୋଇଛି ଏହି ସଫଳ ଅସ୍ତ୍ରୋପଚାର । କନ୍ଧମାଳ ଜିଲ୍ଲା କୋଟଗଡ ଥାନା ସୁବର୍ଣ୍ଣଗିରି ଅଞ୍ଚଳର ସନାତନ ପାଟଗୁରୁଙ୍କ ୧୬ ବର୍ଷର ପୁଅ ଶକ୍ତି ପାଟଗୁରୁ ନିକଟସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନିର୍ମାଣ କାମ କରିବା ପାଇଁ ଯାଇଥିଲେ । ଭାଙ୍ଗି ଯାଇଥିବା ଆଜବେଷ୍ଟସ ବାହାର କରିବା ପାଇଁ ଶକ୍ତି ଆଜବେଷ୍ଟସ ଉପରକୁ ଚଢ଼ିଥିଲା ସେହି ସମୟରେ ଘର ଭିତରେ ଅନ୍ୟଜଣେ ଶ୍ରମିକ ଏକ ଶାବଳ ଧରି ଠିଆ ହୋଇଥିଲେ । ଅସାବଧାନତା ଯୋଗୁଁ ଶକ୍ତି ଭଙ୍ଗା ଆଜବେଷ୍ଟସ ରୁ ଖସି ଘର ଭିତରେ ଶାବଳ ଉପରେ ପଡ଼ିବାରୁ ଶାବଳଟି ଶକ୍ତି ର ତଳ ଦ୍ବାରରେ ପଶିଯାଇଥିବା ଜଣାପଡ଼ିଛି ।

ଘଟଣା ଘଟିବାର ଖବରପାଇ ପରିବାର ଲୋକେ ଶକ୍ତିକୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଶକ୍ତିକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି । ଗତକାଲି ଏମକେସିଜି ମେଡିକାଲକୁ ଶକ୍ତିଙ୍କୁ ଅଣାଯିବା ପରେ ସର୍ଜରୀ ବିଭାଗରେ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା । ସନ୍ଧ୍ୟା ୮ଟା ସମୟରେ ଅସ୍ତ୍ରୋପଚାର ଆରମ୍ଭ ହୋଇ ରାତି ୧୨ଟାରେ ଶେଷ ହୋଇଥିଲା ଅସ୍ତ୍ରୋପଚାର । ଏହାସହ ଅସ୍ତ୍ରୋପଚାର ସଫଳ ମଧ୍ୟ ହୋଇଥିଲା । ବର୍ତ୍ତମାନ ଶକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଅସ୍ତ୍ରୋପଚାର ପରେ ଶକ୍ତିଙ୍କୁ ବର୍ତ୍ତମାନ ଆଇସିୟୁରେ ରଖାଯାଇଛି ।

ଦୀର୍ଘ ଦୁଇ ଦିନ ଧରି ଆଇସିୟୁ ରେ ରଖାଯିବା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇ ତାଙ୍କୁ ଘରକୁ ଯିବା ନିମନ୍ତେ ଅନୁମତି ଦିଆଯିବ । ମଳଦ୍ୱାର ଦେଇ ଶାବଳ ପଶିବା ଯୋଗୁଁ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ହୋଇଛି । ଶକ୍ତିଙ୍କ ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିବା ପରେ ତାଙ୍କ ଅଧିକ ଚିକିତ୍ସା କରାଯିବ ବୋଲି ସୂଚନା ଦେଇଛନ୍ତି ସର୍ଜରୀ ବିଭାଗର ଆସୋସିଏଟ ପ୍ରଫେସର ଆଇ.ଗୋପାଲ । ଏହାସହ ଏଭଳି ଏକ ବିରଳ ସର୍ଜରୀର ସଫଳତା ପଛରେ ସେ ଭଗବାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । କୁହନ୍ତି ରଖିବ ହରି ଯଦି ମାରିବ କିଏ । ଠିକ୍ ସେହିଭଳି ଘଟଣା ୧୬ ବର୍ଷର ଶକ୍ତି ସହ ଘଟିଥିଲା । କାରଣ କଳିଯୁଗରେ ତ ମରଣ ଏମିତି ରୂପରେ ଆସୁଛି ଯେ ମଣିଷକୁ ଅବାକ୍ କରି ଚାଲିଯାଉଛି ।

Leave a Reply

Your email address will not be published. Required fields are marked *