Pratidin TV

Odisha's Digital News Platform

ରୋଗୀର ପେଟରୁ ଡାକ୍ତର ବାହର କଲେ ଲୁହା ବେଲଣା , ପେଟ ଭିତରକୁ ଗଲା କେମିତି ?

1 min read

ଦୁନିଆରେ ଅନେକ ସମୟରେ କିଛି ଏପରି ଅଜବ ମାମଲା ସାମ୍ନାକୁ ଆସେ, ଯାହା ଉପରେ କାହାକୁ ବିଶ୍ୱାସ କରିବା କଷ୍ଟକର ହୋଇଯାଏ । ଏପରି ଏକ ମାମଲା ଏବେ ଲୋକଙ୍କଠୁ ଆରମ୍ଭ କରି ଡାକ୍ତରଙ୍କୁ ବି ବିସ୍ମିତ କରିଛି । ଜଣେ ବ୍ୟକ୍ତିଙ୍କ ପେଟ ଅପରେସନ ପରେ ଏମିତି କିଛି ଜିନିଷ ବାହାରିଥିଲା ଯାହା ବିଷୟରେ କେହି କଳ୍ପନା ବି କରି ପାରିବେ ନାହିଁ । ଜଣେ ଯୁବକଙ୍କ ଅସହ୍ୟ ପେଟ ଯନ୍ତ୍ରଣା ହେଉଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ପରେ ତାଙ୍କୁ ଅଲଟ୍ରାସାଉଣ୍ଡ କରାଯାଇଥିଲା ।

ଅଲଟ୍ରାସାଉଣ୍ଡରୁ ଡାକ୍ତରଙ୍କ ସମ୍ମୁଖରେ ଆସିଥିବା ଫଟୋ ଦେଖି ଖୋଦ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ଫୋଟୋରେ ରୋଗୀର ପେଟରେ ଏକ ଲୁହା ସିଲିଣ୍ଡର ଦେଖାଯାଉଥିଲା । ପେଟ ପରୀକ୍ଷା କରିବା ପରେ ଜଣାପଡିଥିଲା ଯେ ଲୁହା ଭଳି କିଛି ଅଛି, ଯାହାର ଲମ୍ବ ଦୁଇ ଫୁଟ ଏବଂ ପ୍ରସ୍ଥ ୮ ସେଣ୍ଟିମିଟର । ପେଟରେ ଯନ୍ତ୍ରଣା ଯୋଗୁଁ ରୋଗୀଙ୍କ କାନ୍ଦିବା ବନ୍ଦ ହୋଇନଥିଲା । ଏଭଳି ପରିସ୍ଥିତିରେ ଡାକ୍ତର ପାଖେ ଶେଷ ଉପାୟ ଥିଲା ଅପରେସନ୍ କରି ପେଟରୁ ସିଲିଣ୍ଡର ବାହାର କରିବା । ଶେଷରେ, ଡାକ୍ତର ଶାହି ତାଙ୍କ ଡାକ୍ତର ଦଳ ସହିତ ଏହି ରୋଗୀଙ୍କୁ ଆନାସ୍େଥସିଆ ଦେଇଥିଲେ ଏବଂ ତାଙ୍କୁ ଚେତାଶୂନ୍ୟ କରିବା ପରେ ତାଙ୍କ ପେଟରୁ ଲୁହା ସିଲିଣ୍ଡର ବାହାର କରିଥିଲେ । ଉତ୍ତରପ୍ରଦେଶ ଗୋରଖପୁର ସହରର ଶାହି ଗ୍ଲୋବାଲ ହସ୍ପିଟାଲରେ ଏପରି ଘଟଣା ଦେଖିବାକୁ ମିଳିଛି । ତେବେ ରୋଗୀ ଜଣଙ୍କ ୩୨ ବର୍ଷର ହୋଇଥିବା ବେଳେ ତାଙ୍କ ଘର ଗୋରଖପୁର ବୋଲି ଜଣାପଡିଛି ।

Advertisement

ତେବେ ଡାକ୍ତର ରୋଗୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କିଛି କହି ନ ଥିଲେ । ରୋଗୀ ଜଣକ କିଛି କହୁ ନ ଥିଲେ ମଧ୍ୟ ଏହା ଭୁଲବଶତଃ ହୋଇଛି ବୋଲି କହିଥିଲେ । ତେବେ ପରେ ରୋଗୀଜଣକ ନିଜ ମଳଦ୍ୱାରରେ ଲୁହା ବେଲଣା ପ୍ରବେଶ କରିବା କଥା ନିଜେ କହିଥିଲେ ଏବଂ ତାହା ଅନ୍ତନଳୀଠାରେ ଫସିଯାଇଥିଲା ବୋଲି ସ୍ୱୀକାର କରିଥିଲେ । ଡାକ୍ତରଙ୍କ ମତରେ ଏଭଳି କାର୍ଯ୍ୟକଳାପ ମାନସିକ ରୋଗର ଲକ୍ଷଣ ଅଟେ । ଶାରୀରିକ ସୁଖ ପାଇଁ ଏ ପ୍ରକାର ଉନ୍ମାଦନାକୁ ତ୍ୟାଗ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ବର୍ତ୍ତମାନ ସେହି ରୋଗୀ ଜଣକ ସୁସ୍ଥଥିବା ଜଣାପଡିଛି । ତେବେ ଏକରୁ ଦୁଇ ଦିନ ଭିତରେ ସେ ଡିସଚାର୍ଜ ହୋଇଯିବେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *