Pratidin TV

Odisha's Digital News Platform

ଚିକିତ୍ସା ବିଜ୍ଞାନରେ ସଫଳତା ! ୫ ହଜାର କିମି ଦୂରରେ ରହି ଫୁସଫୁସରୁ ଟ୍ୟୁମର ବାହାର କଲେ ଡାକ୍ତର..

ଆଶ୍ଚର୍ଯ୍ୟ ଯିଏ ଶୁଣୁଛି ସିଏ ଆଶ୍ଚର୍ଯ୍ୟ । କେମିତି  ହେଲା ଏମିତି ଚମତ୍କାର । ଚିକିତ୍ସା ବିଜ୍ଞାନ ରେ ନୂଆ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି ମଣିଷ  ।ଯାହା ଆଜି ସାରା ବିଶ୍ୱକୁ ଚକିତ କରିଦେଇଛି । ବିଶ୍ୱରେ ପ୍ରଥମ ସଫଳ ଅସ୍ତ୍ରୋପଚାର କରିଛି, ଯେଉଁଥିରେ ସର୍ଜନ୍ ରୋଗୀ ଥିବା ଡାକ୍ତରଖାନାଠାରୁ ୫,୦୦୦ କିଲୋମିଟର ଦୂରରେ ଥିଲେ। ଅତ୍ୟାଧୁନିକ ଜ୍ଞାନକୌଶଳ ଓ ବର୍ଷ ବର୍ଷର ଗବେଷଣା ବଳରେ ଡାକ୍ତରଙ୍କ ଏକ ଗୋଷ୍ଠୀ ଚୀନ ର ସାଂଘାଇରୁ ଏକ ମେସିନ୍ ଚଳାଇ ରୋଗୀଙ୍କ ଫୁସଫୁସ୍ ଟ୍ୟୁମରକୁ ଘଣ୍ଟାଏ ମଧ୍ୟରେ ବାହାର କରିଥିଲେ।

ଏହି ପ୍ରକ୍ରିୟାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରୋଗୀ ଜଣକ ଦେଶର ବିପରୀତ ପାର୍ଶ୍ୱରେ କାଶଗରରେ ଥିବା ବେଳେ ଡାକ୍ତର ସାଂଘାଇରେ ଥିବା ତାଙ୍କ କାର୍ଯ୍ୟାଳୟରୁ ରିମୋଟ୍ ସାହାଯ୍ୟରେ ମେସିନ୍ ଚଳାଉଥିଲେ। ଏକ ଘଣ୍ଟା ମଧ୍ୟରେ ପୂରା ଅପରେସନ ଶେଷ ହୋଇଥିଲା। ଏହି ଭିଡିଓକୁ ୫.୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ଏବଂ ପାଖାପାଖି ୧୦୦୦ ଲାଇକ୍ ମିଳିଛି। ଏହାକୁ ନେଇ ଲୋକମାନେ ବିଭିନ୍ନ ମନ୍ତବ୍ୟ ଦେଇଛନ୍ତି। ରିମୋଟ୍ ରୋବୋଟିକ୍ ଅସ୍ତ୍ରୋପଚାରକୁ ଏକ ‘ଡାକ୍ତରୀ ଚମତ୍କାର’ ବୋଲି ଅନେକ ୟୁଜର କହିଛନ୍ତି।

Leave a Reply

Your email address will not be published. Required fields are marked *