Pratidin TV

Odisha's Digital News Platform

ବିଷ ନେଇଛି ଡାକ୍ତରାଣୀ ଶୁଭଶ୍ରୀଙ୍କ ଜୀବନ , ଅନ୍ୟପଟେ ଫେରାର୍ ହେଲେ ବୟଫ୍ରେଣ୍ଡ ଦିବ୍ୟରଞ୍ଜନ୍ ..

1 min read

କେଉଁଝର : ଚର୍ଚ୍ଚିତ ଯୋଡା ଡାକ୍ତରାଣୀ ଶୁଭଶ୍ରୀ ମୃତ୍ୟୁ ମାମଲା । ଶୁଭଶ୍ରୀଙ୍କ ମୃତ୍ୟୁ ଉପରୁ ହଟିଲା ବଡ ପରଦା । ବିଷକ୍ରିୟାରୁ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କଲେ ସିଡିଏମଓ । ଏହା ସହ ଅଧିକ ତଥ୍ୟ ପାଇଁ ଶୁଭଶ୍ରୀଙ୍କ ନିକଟରୁ ମିଳିଥିବା ବିଷ ବୋତଲ ଏବଂ ଭିସେରା ରିପୋର୍ଟକୁ ଫରେନ୍ସିକ୍ ଲ୍ୟାବ୍‌କୁ ପଠାଇଯାଇଛି ବୋଲି ସୂଚନା ଦେଲେ ସିଡିଏମଓ କିଶୋର ଚନ୍ଦ୍ର ପୃଷ୍ଟି । ମିଳିଥିବା ସୂଚନା ଅନୁ୍‌ଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ଲିଖିତ ଆକାରରେ ସିଡିଏମଓଙ୍କୁ ଲିଖିତ ଆକାରରେ ଶୁଭଶ୍ରୀଙ୍କ ଶବବ୍ୟାବିଚ୍ଛେଦ ରିପୋର୍ଟ ହସ୍ତାନ୍ତର କରାଯିବ । ଏହା ସହ ଆଉ ମଧ୍ୟ ଖବର ମିଳିଛି ଯେ ଆଜିଠୁ ଠିକ୍ ୧ ସପ୍ତାହ ପରେ ଫରେନ୍ସିକ୍ ଲ୍ୟାବ୍‌ରୁ ରିପୋର୍ଟ ଆସିବ । ଯାହ ପରେ ଶୁଭଶ୍ରୀଙ୍କ ମୃତ୍ୟୁର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାରେ ଥିବ ।

ଅନ୍ୟପଟେ ୧୦ ଦିନ ପୂର୍ବରୁ ଶୁଭଶ୍ରୀ ନିଜ ବୟଫ୍ରେଣ୍ଡ ଦିବ୍ୟରଞ୍ଜନ ମାଝୀଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ ଶୁଭଶ୍ରୀ । ଯେଉଁଥିରେ ଉଲ୍ଲେଖ ଥିଲା ଯେ ଦିବ୍ୟରଞ୍ଜନ ଶୁଭଶ୍ରୀଙ୍କ ସହ ୬ ବର୍ଷ ଧରି ପ୍ରେମ ସର୍ମ୍ପକ ସହ ଶାରିରୀକ ସର୍ମ୍ପକ ମଧ୍ୟ ରଖିଥିଲେ । ବିବାହର ପ୍ରତିଶୃତି ଦେଇ କିଛି ଦିନ ତଳେ ସେଥିରୁ ଓହରି ଯାଇଥିଲେ । ଯାହ ପାଇଁ ଶୁଭଶ୍ରୀ ଥାନର ଦ୍ୱାରସ୍ଥ ହେବାକୁ ବାଧ୍ୟ ହୋଇଥିଲେ । ବଡ଼ବିଲ୍ ଜେଏମ୍ଏଫସି କୋର୍ଟରେ ଶୁଭଶ୍ରୀଙ୍କ ୧୬୪ ବୟାନ ମଧ୍ୟ ରେକର୍ଡ ହୋଇଥିଲା । ସେଠାରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ସମାଧାନ ହୋଇ ଯାଇଥିବା ବେଳେ ମାମଲା ଆଉ ଆଗକୁ ବଢ଼ି ନ ଥିଲା।

Advertisement

ଠିକ୍ ଏହାର ୧୦ ଦିନ ପରେ ତାଙ୍କ ମୃତଦେହ ମିଳିଛି ଯାହାକୁ ନେଇ ଏବେ ସନ୍ଦେହ ବଢ଼ିଛି । ସେପଟେ ଦିବ୍ୟରଞ୍‌ନଙ୍କ ଫୋନ ମଧ୍ୟ ସୁଇଚ ଫ ରହିଛି । ଶୁଭଶ୍ରୀଙ୍କ ଏତଲା ପରେ ନୂଆଗାଁ ଡିସ୍ପେନସାରୀ ମେଡିକାଲ ଅଫିସରେ ଡାକ୍ତର ଥିବା ଦିବ୍ୟରଞ୍ଜନ ଇସ୍ତଫା ଦେଇଥିଲେ । ସେହି ଇସ୍ତଫାରେ ସେ ନିଜ ବାହଘର ପାଇଁ ଭରବଙ୍କନଶ୍ୱର ଯିବେ ବୋଲି ମଧ୍ୟ ଉଲ୍ଲେଖ କରିଥିଲେ । ଇସ୍ତଫା ଦେବା ପରେ କିିନ୍ତୁ ତାଙ୍କ ଫୋନ ସୁଇଚ୍ ଅଫ୍ ହୋଇଯାଇଥିଲା । ଏବେ ଡାକ୍ତର ଦିବ୍ୟରଞ୍ଜନ କେଉଁଠି ତାକୁ ନେଇ ପୋଲିସ ଜୋରସୋରରେ ତଦନ୍ତ ଆରମ୍ଭ କରିଛି । କାରଣ ସିଏ ଧରା ପଡ଼ିଲେ ହିଁ ଶୁଭଶ୍ରୀଙ୍କ ମୃତ୍ୟୁ ଉପରୁ ପରଦା ହଟିପାରେ ବୋଲି ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *