Pratidin TV

Odisha's Digital News Platform

ଯୋଡା ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ମାମଲା : ଆସିଲା ଭିସେରା ରିପୋର୍ଟ, ୭ ଜଣଙ୍କ ନାଁରେ ମାମଲା ରୁଜ୍ଜୁ ..

କେନ୍ଦୁଝର : କେନ୍ଦୁଝର ଯୋଡା ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ମାମଲାରେ ଏକ ବିସ୍ପୋରକ ଖବର ସାମ୍ନାକୁ ଆସିଛି । ଡିସେମ୍ବର ୩୧ ରେ ଶୁଭଶ୍ରୀ ନିଜ ସହକମ୍ରୀଙ୍କ ସହ ସେ ରହୁଥିବା ଭଡା ଘରେ ଜିରୋ ନାଇଟ୍ ସେଲିବ୍ରେସନ କରିଥିଲେ । ତେବେ ଜାନୁଆରୀ ୧ ତାରିଖ ଦିନ ସେ ରହୁଥିବା ଭଡାଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ପୋଲିସ ଶୁଭଶ୍ରୀଙ୍କ ଶବବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି କହିଥିଲା ଯେ ଶୁଭଶ୍ରୀ ମଦ ସହ କିଛି ବିଷ ଜନିତ ଔଷଧ ସେବନ କରିଥିଲେ । କିନ୍ତୁ ପ୍ରକୃତ ସତ୍ୟ ଜାଣିବା ପାଇଁ ଶୁଭଶ୍ରୀଙ୍କର ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଥିଲା ଯାହ ଆଜି ସାମ୍ନାକୁ ଆସିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଶୁଭଶ୍ରୀଙ୍କ ମୃତ୍ୟୁ ମଦ ସହ ଅତ୍ୟାଧିକ ନିଦ ବଟିକା ଖାଇବା ଯୋଗୁ ହୋଇଥିଲା ।

ଆଜି ଭିସେରା ରିପୋର୍ଟ ସହ ଆଉ ଏକ ବିସ୍ପୋରକ ମାମାଲା ସାମ୍ନାକୁ ଆସିଛି , ଶୁଭଶ୍ରୀଙ୍କ ମୃତ୍ୟୁର ୨୦ ଦିନ ପରେ ମୁହଁ ଖୋଲିଛନ୍ତି ତାଙ୍କ ପରିବାର । ହଠାତ୍ ଶୁଭଶ୍ରୀଙ୍କ ବାପା ଶୁକ୍ରବାର ଯୋଡା ଥାନାରେ ପହଞ୍ଚି ସେଠାରେ ମାମଲା ରୁଜ୍ଜୁ କରାଇବା ଘଟଣା ଚାରିଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି । ଶୁଭଶ୍ରୀଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ଝିଅକୁ ଷଡଯନ୍ତ୍ର ଭାବରେ ମଦରେ ହିଁ ବିଷ/ଔଷଧ ମିସାଇ ଦିଆଯାଇଛି । ଯାହା ଫଳରେ ଶୁଭଶ୍ରୀଙ୍କର ମୃତ୍ୟୁ ହୋଇଛି । ଏହସହ ସେ ନିଦ୍ଦିଷ୍ଟ ୭ ଜଣଙ୍କ ନାଁରେ ଯୋଡା ଥାନରେ ଏତଲା ଦେଇଛନ୍ତି । ୭ ଜଣ ହେଉଛନ୍ତି ଡାକ୍ତର (ଶୁଭଶ୍ରୀଙ୍କ ପୁରୁଷବନ୍ଧୁ ) ଦିବ୍ୟରଞ୍ଜନ ମାଝୀ, ଦିବ୍ୟରଞ୍ଜନଙ୍କ ମାମୁଁ ଅଜୟ ମାଝୀ,ସମ୍ପର୍କୀୟ ମନୋରଞ୍ଜନ ମାଝୀ ଏବଂ ଦିବ୍ୟରଞ୍ଜନଙ୍କ ମାଁ । ଏହା ସହ ଆଉ ୩ ଜଣ ଡାକ୍ତର ମଧ୍ୟ ଏହି ଷଡଯନ୍ତ୍ରରେ ସାମିଲ ଥିବା ଅଭିଯୋଗ କରିଛନ୍ତି ଶୁଭଶ୍ରୀଙ୍କ ବାପା ।

ସୂଚନାଯୋଗ୍ୟ ଯେ ଯୋଡା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କର ଏବଂ ଡାକ୍ତର ଦିବ୍ୟରଞ୍ଜନ ବ୍ରହ୍ମପୁରସ୍ଥିତ ମେଡିକାଲ କଲେଜ୍‌ରେ ପଢୁଥିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସର୍ମ୍ପକ ଗଢିଉଠିଥିଲା ।ପରବର୍ତ୍ତି ସମୟରେ ଉଭୟ ଯୋଡାରେ ଚାକିରି କରିବାରୁ ପ୍ରେମ ସଂପର୍କ ଆହୁରି ନିବିଡ ହୋଇଥିଲା । କେବଳ ସେତିକି ନୁହେଁ ଦୁହିଁଙ୍କ ମଧ୍ୟରେ ଶାରୀରିକ ସର୍ମ୍ପକ ମଧ୍ୟ ଥିଲା । ଆଉ ଏସବୁ ପରେ ଶୁଭର୍ଶୀ ବିବାହ କଥା ଆରମ୍ଭ କରିବାରୁ ଦିବ୍ୟରଞ୍ଜନ ତାଙ୍କୁ ମନାକରିଦେଇଥିବା ନେଇ ଯୋଡା ଥାନାରେ ଗତ ଡିସେମ୍ବର ୨୦ ତାରିଖରେ ଅଭିଯୋଗ କରିଥିଲେ ଶୁଭଶ୍ରୀ । ତେବେ ପୋଲିସ ଉଭୟଙ୍କୁ ଡକାଇ ଆପୋଷବୁଝାବଣା କରାଇଥିଲା । ଏହା ସହ ଦିବ୍ୟରଞ୍ଜନ ମଧ୍ୟ ବିବାହ ପାଇଁ ରାଜିହୋଇଯାଇଥିଲେ । କିନ୍ତୁ ପରବର୍ତ୍ତିୀ ସମୟରେ ଜାନୁଆରୀ ୧ , ୨୦୨୩ରେ ଶୁଭଶ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଏବଂ ଦିବ୍ୟରଞ୍ଜନଙ୍କ ଫେରାର୍ ହେବା ଘଟଣା ସପୃକ୍ତ ମାମଲାକୁ ରହସ୍ୟଘେର ମଧ୍ୟକୁ ଆଣିଥିଲା ।

Leave a Reply

Your email address will not be published. Required fields are marked *