Pratidin TV

Odisha's Digital News Platform

ଡୋଡା ଆକ୍ରମଣ; ଆତଙ୍କୀଙ୍କ ସ୍କେଚ୍ ଜାରି, ମୁଣ୍ଡ ପିଛା ୨୦ ଲକ୍ଷ ପୁରଷ୍କାର

1 min read

ଗୋଟିଏ ପଟେ ନୂଆ ସରକାର ଗଠନ ହୋଇଥିବା ଆଉ ଗୋଟିଏ ପଟେ ଆତଙ୍କୀଙ୍କ ଉତ୍ପାତ ବଢ଼ି ଚାଲିଛି। ଜମ୍ମୁ-କଶ୍ମୀରରେ ତିନି ଦିନରେ ତିନି ଥର ଆତଙ୍କବାଦୀ ଆକ୍ରମଣ ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି। ରିୟାସି, କଠୁଆ ଓ ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏବେ ପୁଲିସ ଘାଟିରେ ରେଡ୍‌ ଆଲର୍ଟ ଜାରି କରିଛି। ଏଥିସହ ୪ ଜଣ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି ହୋଇଛି |

ଏହି ଆତଙ୍କବାଦୀଙ୍କ ବିଷୟରେ ସୂଚନା ପାଇଁ ଜମ୍ମୁ କଶ୍ମୀର ପୁଲିସ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି। ଆତଙ୍କବାଦୀଙ୍କ ସୂଚନା ଦେବା ବ୍ୟକ୍ତିଙ୍କ ପରିଚୟ ଗୁପ୍ତ ରଖାଯିବ ବୋଲି ପୁଲିସ କହିଛି। ଜମ୍ମୁ କଶ୍ମୀର ପୁଲିସ ଏହି ଆତଙ୍କବାଦୀଙ୍କ ସ୍କେଚ୍ ସୋଶାଲ ମିଡିଆ ହ୍ୟାଣ୍ଡେଲ X ଆକାଉଣ୍ଟରେ ଜାରି କରିଛି। ପ୍ରତ୍ୟେକ ଆତଙ୍କବାଦୀଙ୍କ ବିଷୟରେ ସୂଚନା ପ୍ରଦାନ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ଏହାର ଅର୍ଥ, ଯଦି କେହି ଚାରି ଆତଙ୍କବାଦୀ ବିଷୟରେ ପୁଲିସକୁ ସୂଚନା ଦିଅନ୍ତି, ତେବେ ତାଙ୍କୁ ୨୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ। ଏହି ୪ ଦିନ ମଧ୍ୟରେ ଜମ୍ମୁର ସମ୍ଭାବର ଭିନ୍ନ ଭିନ୍ନ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଏନ୍‌କାଉଣ୍ଟର ମାମଲା ସାମ୍ନାକୁ ଆସିଛି।

Leave a Reply

Your email address will not be published. Required fields are marked *