ଛାଇ ଭଳି ସାଥିରେ ରହି ,ଦିବ୍ୟାଙ୍ଗ ମାଲିକକୁ ସାହାର୍ଯ୍ୟ କରୁଛି ନନ୍ଦୁ …
1 min readଭଞ୍ଜନଗର ; ଏଠି ନିଜର ଲୋକମାନେ ସ୍ୱାର୍ଥପର ସାଜିଥିବା ବେଳେ , କୁକୁର ସାଜିଛି ମଣିଷର ସାହାରା । ଦିବ୍ୟଙ୍ଗ ମାଲିକକୁ ତାର ବ୍ୟବସାୟରେ ସାହାଯ୍ୟ କରୁଛି ନନ୍ଦୁ। ସାଇକେଲକୁ ଟାଣି ଟାଣି ନେଇ ଗାଁ କୁ ଗାଁ ବୁଲି ଅଣ୍ଡା ବେପାର କରିବାରେ ସହାୟକ ହେଉଛି । ଲାଗୁଚି ଯେମିତି କୁକୁର ଆଶ୍ରୟ ନେଇନାହିଁ ବରଂ ମଣିଷକୁ ବଞ୍ଚାଇ ରଖିଛି । ଗଂଜାମ ଜିଲ୍ଲା ଗୋବା ଗ୍ରାମରୁ ଆସିଛି ଏଭଳି ଦୃଶ୍ୟ ।
ଗାଁର ଦିବ୍ୟାଙ୍ଗ ଦଣ୍ଡପାଣି ନାୟକଙ୍କୁ ସାହାଯ୍ୟ କରୁଛି ତାଙ୍କର ପୋଷା କୁକୁର ନନ୍ଦୁ । ଦୁଇ ଓଳି ଦୁଇମୁଠା ପେଟକୁ ଦାନା ଦିଅନ୍ତି ମାଲିକ ପ୍ରତିବଦଳରେ ମାଲିକ ପାଇଁ କରିଯାଏ ସେ ଏସବୁ କାମ । ସକାଳେ ଆଉ ସନ୍ଧ୍ୟାରେ ଦଣ୍ଡପାଣି ସାଇକେଲ ଟାଣି ଟାଣି ନେଇ ଅଣ୍ଡା ବିକ୍ରି କରିବାରେ ସାହାର୍ଯ୍ୟ କରେ ନନ୍ଦୁ ।
ଦଣ୍ଡପାଣିଙ୍କୁ ଯାତାୟତରେ ଏଭଳି ସାହାଯ୍ୟ କରିବା ଓ ନନ୍ଦୁ ଉପରେ ନିର୍ଭର କରିବା ଖବର ପାଇ ବ୍ଲକ ପ୍ରଶାସନ, ସ୍ଥାନୀୟ ନେତା ଓ ପ୍ରତିନିଧିଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୨୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଆଉ ସେଇ ଟଙ୍କାରେ ଦଣ୍ଡପାଣି ଦୋକାନ କରିଥିବା କଥା ମଧ୍ୟ କହିଛନ୍ତି । ତେବେ ଏଠି ଚକିତ କରିଛି ପଶୁର ମଣିଷ ପ୍ରତି ଥିବା ବିଶ୍ୱାସ ଆଉ ପ୍ରେମ । ଯେଉଁଠି ମଣିଷ ଅକର୍ମ ହୋଇଗଲେ ମଣିଷ ପାଇଂ ଭୋଜ ସାଜୁଛି ସେଠି ଏଇ ପଶୁ ଦେଖାଇଛି ଏଭଳି ମାନବିକାତା । ଆଉ ନନ୍ଦୁର ଭରଷାରେ ଚାଲିଛି ଦଣ୍ଡପାଣିଙ୍କ ଜୀବନ ।