Pratidin TV

Odisha's Digital News Platform

ହସ୍ପିଟାଲରେ ମଣିଷର ଛିଣ୍ଡା ହାତ ପାଟିରେ ଧରି ବୁଲିଲା କୁକୁର…..ଲୋକେ ହେଲେ ଭୟଭୀତ

1 min read

ଲଖନଉରେ ଖେଳି ଯାଇଛି ଆତଙ୍କ | କୁକୁର ପାଟିରେ ଧରି ବୁଲୁଥିଲା ମଣିଷର ଛିଣ୍ଡା ହାତ | ନିକଟରେ ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ | ଦେଖିଲେ ଲାଗୁଥିଲା ଯେପରି କୌଣସି ଫିଲ୍ମ ସୁଟିଂ ଚାଲୁଥିଲା | କିନ୍ତୁ ଏହା ଥିଲା ସତ | ତେବେ ଏହି ଘଟଣା ଲଖନଉର କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିରେ ଘଟିଛି | ହସ୍ପିଟାଲ ପରିସର ଭିତରେ ଧରି ବୁଲୁଥିଲା ମଣିଷର ଛିଣ୍ଡା ହାତ |

ତେବେ ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ସମୟରେ ରାସ୍ତରେ ଏକ ବୁଲା କୁକୁର ହଠାତ ହସ୍ପିଟାଲରେ ଦେଖିବାକୁ ମିଳିଥିଲା | ଯାହା ପାଟିରେ ଥିଲା ମଣିଷର ଛିଣ୍ଡା ହାତ | ଲୋକେ ଦେଖି ଭୟଭୀତ ହୋଇଯାଇଥିଲେ | କିଛି ଲୋକ ସାହସ ଦେଖାଇ କୁକୁରକୁ ଦୌଡ଼ାଇବାକୁ ଲାଗିଥିଲେ | ପରେ ହଠାତ ସେ କେଉଁଠାରେ ଉଭାନ ହୋଇଯାଇଥିଲା | କିନ୍ତୁ ପୁଣି ସେ ଦେଖିବାକୁ ମିଳିଥିଲା | ସେହି ବୁଲା କୁକୁରଟି ହସ୍ପିଟାଲରେ ଏମିତି ପାଟିରେ ଧରି ବୁଲିବା ପରେ ସେ ହସ୍ପିଟାଲରେ ଥିବା ବଗିଚାରେ ଛିଣ୍ଡା ହାତ ପକାଇ ପଳାଇଥିଲା |

Advertisement

ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ, କୁକୁର ସେ ଛିଣ୍ଡା ହାତକୁ ହସ୍ପିଟାଲ ନିକଟ ଡଷ୍ଟବିନରୁ ଉଠାଇଥାଇପାରେ | କିନ୍ତୁ କେତେ ସ୍ଥାନୀୟ ଲୋକଙ୍କ କହିବାନୁସାରେ କୂକରଟି ସେହି ଛିଣ୍ଡା ହାତ ମଶାଣିରୁ ନେଇଆସିଥିଲା | କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ ଉକ୍ତ ହାତକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ସେମାନେ ତାହାକୁ ନିକଟସ୍ଥ ଡଷ୍ଟବିନରେ ପକାଇ ଦେଇଥିବା ଅନୁମାନ । ଉକ୍ତ ଡଷ୍ଟବିନରୁ କୁକୁରଟି ହାତକୁ ନେଇ ଆସିଥିବା କୁହାଯାଇପାରେ |

Leave a Reply

Your email address will not be published. Required fields are marked *